ରାହୁଲଙ୍କ ଦୁଇ ଦନିଆ ୟୁଏଇ ଗସ୍ତ


କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ୨ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ରାହୁଲ ଦୁବାଇରେ ଆଜି ରାତ୍ରି ଯାପନ କରିବା ସହ ୧୨ ତାରିଖରେ ଆବୁଦାବିରେ ପହଞ୍ଚିବେ । ସେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିବା ସହ ସେଠାରେ ତାଙ୍କୁ ଉଦବୋଧନ ମଧ୍ୟ ଦେବେ । ରାହୁଲ ଆଜି ଦୁବାଇ ଷ୍ଟାଡିୟମରେ ଏକ ଜନ ସଭା କରିବା ସହ ସେଠାରେ ଥିବା ପ୍ରବାସୀ ଭାରତୀୟ ଶ୍ରମିକମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ହେଉଛି ରାହୁଲଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ । ସବୁଠାରୁ ମୁଖ୍ୟ କଥା ଏହା ଯେ, ରାହୁଲ ଆଜି ଯେଉଁ ଜାଗାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେବେ ସେଠାରେ ଭାରତର ବିଭିନ୍ନ ରାଜ୍ୟର ଲୋକମାନେ ବସବାସ କରୁଥିବା ସହ ଦକ୍ଷୀଣ ଭାରତର ଅନେକ ଭାରତୀୟ ବସବାସ କରନ୍ତି ।
ରାହୁଲ ଗତ କାଲି ୟୁଏଇରେ ପହଞ୍ଚିଥିଲେ । ୟୁଏଇ ଏୟାରପୋର୍ଟରେ ରାହୁଲଙ୍କ ଆଗମନକୁ ନେଇ ବିପୁଳ ମାତ୍ରାରେ ପ୍ରବାସୀ ଭାରତୀୟ ତାଙ୍କୁ ସ୍ୱାଗତ ମଧ୍ୟ ଜଣାଇଥିଲେ । ସେଠାରେ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅନେକ ସମର୍ଥକ ମଧ୍ୟ ତାଙ୍କ ଆଗମନକୁ ନେଇ ଅପେକ୍ଷା କରିଥିଲେ ।
ତାଙ୍କର ଏହି ଗସ୍ତରେ ସେ ଆଜି, ପ୍ରବାସୀ ଭାରତୀୟ ଶ୍ରମିକ, ବ୍ୟବସୀୟିକ ସଙ୍ଘ ଏବଂ ୟୁଏଇ ସରକାରର ଅନେକ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିପାରନ୍ତି ।


Share It

Comments are closed.