ଦ୍ରାବିଡଙ୍କୁ ପ୍ରପୋଜ କଲେ ଜଣେ ଝିଅ, ଏହା ପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓରେ


ଆଜି ହେଉଛି ପୂର୍ବତ୍ତମ ଭାରତୀୟ କ୍ରିକେଟର ‘ଦି ୱାଲ’ ନାମରେ ଲୋକପ୍ରିୟ ଥିବା ଖେଳାଳୀ ରାହୁଲ ଦ୍ରାବିଡଙ୍କର ୪୩ତମ ଜନ୍ମଦିନ । ନିଜର ବ୍ୟାଟିଙ୍ଗ ଦ୍ୱାରା ଭାରତକୁ ଅନେକ ମ୍ୟାଚରେ ବିଜୟୀ କରିଥିବା ଏହି ମହାନ କ୍ରିକେଟର ବର୍ତ୍ତମାନ ଭାରତର ‘ଅଣ୍ଡର ୧୯’ ଦଳର କୋଚ ରୂପେ କାର୍ଯ୍ୟରତ । ରାହୁଲ ନିଜ କ୍ରିକେଟ କ୍ୟାରିୟରରେ ଅନେକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ବିଜୟର ଦ୍ୱାର ଦେଖାଇ ଏହି ଆଖ୍ୟା ହାସଲ କରିଛନ୍ତି । କ୍ରିକେଟ ଜଗତରେ ଏହଭଳି କୌଣସି ବୋଲର ନାହାନ୍ତି ଯିଏକି ରାହୁଲଙ୍କୁ ବୋଲିଂ କରିବାରେ ନଡରୁଥିବେ ।
କିନ୍ତୁ ଏତତ୍ ବାଦ ମଧ୍ୟ ତାଙ୍କ ଜୀବନରେ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥିରେ ସେ ଡରରେ ଗୋଡରୁ ମୁଣ୍ଡ ଯାଏଁ ଥରିବାକୁ ଲାଗିବା ସହ ଜୋରରେ ଚିଲେଇବାକୁ ମଧ୍ୟ ଲାଗିଥିଲେ । ପ୍ରକାଶ ଥାଉକି ଟିଭିରେ ମନୋରଞ୍ଜନକାରୀ ଲୋକପ୍ରିୟ ଚ୍ୟାନେଲ ଏମଟିଭି ‘ଏମଟିଭି ବକରା’ ନାମକ ଏକ ସୋ ଦ୍ୱାରା ରାହୁଲଙ୍କ ସହ ମଜାକ କରିବା ଚେଷ୍ଟା କରିଥିଲା, ଯାହାକୁ ନେଇ ରାହୁଲ ସଂପୂର୍ଣ୍ଣ ଡରିଯାଇଥିଲେ ।
ଏହି ସୋ ଦ୍ୱାରା ରୋହୁଲଙ୍କ ସହ ଜଣେ ଝିଅ ଇଣ୍ଟରଭିୟୁ ନେବା ପାଇଁ ପହଞ୍ଚିଥିଲେ । ଇଣ୍ଟରଭିୟୁ ପରେ କ୍ୟାମେରା ବନ୍ଦ ହୋଇଯାଏ ଏବଂ ଏହା ପରେ ରୁମରେ ଉକ୍ତ ଝିଅ ଏବଂ ରାହୁଲ ରହିଥାନ୍ତି । କିନ୍ତୁ ଏହା ପରେ ଜାହା ଘଟେ ତାହା ସଂପୂର୍ଣ୍ଣ ଚିନ୍ତାର ବାହାରେ ।

ଉକ୍ତ ଝିଅଟି ଇଣ୍ଟରଭିୟୁର କିଛି ସମୟ ପରେ ରାହୁଲଙ୍କୁ କୁହେ ଯେ, “ମୁଁ ଆପଣଙ୍କର ଜଣେ ବଡ ପ୍ରଶଂସକ ‘କ’ଣ ଆପଣ ମୋତେ ବିବାହ କରିପାରିବେ’ । ” ଏହା କହିବା ପରେ ଘଟଣାସ୍ଥଳୀ ଝିଅଟି ରାହୁଲଙ୍କ ପାଦରେ ନିଜ ହାତ ରଖି ମୁଣ୍ଡିଆ ମାରିଦେଲା, ଯାହାକୁ ଦେଖି ରାହୁଲ ତତକ୍ଷଣାତ ଘଟଣାସ୍ଥଳୁ ଉଠି ଦୈଡିବାକୁ ଲାଗନ୍ତି ।
ଏହା ପରେ ଅନ୍ୟ ଜଣେ ବ୍ୟକ୍ତି ଆସନ୍ତି ଏବଂ ବୁଝାନ୍ତି । ତାହା ପରେ ରାହୁଲ ଶାନ୍ତ ହୋଇ ଝିଅଙ୍କୁ ତାଙ୍କ ବୟସ ସଂପର୍କରେ ପଚାରନ୍ତି ଏବଂ ଉକ୍ତ ଝିଅଙ୍କୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଉପଦେଶ ଦିଅନ୍ତି ।


Share It

Comments are closed.