ମୋଦିଙ୍କୁ ହଟାଇବା ପାଇଁ କଂଗ୍ରେସ ପାକିସ୍ତାନର ସାହାଯ୍ୟ ନେଉଛି
[vc_row][vc_column][vc_column_text]ନିର୍ବାଚନ ଯେତେ ଆଗକୁ ବଢି ଚାଲିଛି ପରିବେଶର ଉଷ୍ମତା ସହିତ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଯୋରଦାର ସଂଘର୍ଶ ବଢିଚାଲିଛି। ଏଇ ନିକଟରେ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲାକି ପାକିସ୍ତାନର ପ୍ରଧାନମନ୍ତ୍ରୀ, ଇମରାନ୍ ଖାନ୍ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତରେ ବିଜେପି ସରକାର ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଯାହାକୁନେଇ ବିରୋଧିମାନେ ମୋଦି ସରକାରଙ୍କୁ ଆକ୍ଷେପ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଏବେ ରକ୍ଷା ମନ୍ତ୍ରୀ, ନିର୍ମଳା ସୀତାରମଣ ଏକ ସାକ୍ଷାତକାର ଅବସରରେ ନିଜର ମନ୍ତବ୍ୟରଖି କହିିଛନ୍ତିଯେ, ଇମରାନ୍ ଖାନ୍ କଂଗ୍ରେସ ଭାଷା କହୁଛନ୍ତି । ଭାରତରେ ମାଦି ସରକାରଙ୍କୁ ବଦନାମ କରିବା ପାଇଁ ଏହା ହେଉଛି କଂଗ୍ରେସର ଏକ ବଡ଼ ଚାଲ୍ ।[/vc_column_text][vc_single_image image=”8087″ img_size=”full” alignment=”center”][/vc_column][/vc_row][vc_row][vc_column][vc_column_text]ସେ ଆହୁରୀ ମଧ୍ୟ କହିଛନ୍ତିକି, ବିରୋଧିମାନେ ପରାଜୟ ଭୟରେ ପ୍ରଥମେ ମହାଗଠବନ୍ଧନ ଗଢିଥିଲେ । ଏହାର ବିଫଳତା ପରେ କେନ୍ଦ୍ର ସରକାରଙ୍କୁ ହରାଇବା ପାଇଁ କଂଗ୍ରେସ ଆମର ବଡ଼ ଶତ୍ରୁ ଦେଶ ପାକିସ୍ତାନର ଶରଣ ପୋଷିଛି । ଯାହାର ଏକ ନିଛକ ଉଦାହରଣ ହେଉଛି ନିକଟରେ ଇମରାନ୍ ଖାନ୍ ଆନ୍ତର୍ଜାତୀକ ଗଣମାଧ୍ୟମ ଆଗରେ ଦେଇଥିବା ମନ୍ତବ୍ୟ । ସେ ଏହା ମଧ୍ୟ କହିଛନ୍ତିଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା, କଂଗ୍ରେସର ହିଁ ଏକ ଯୋଜନା ଅଟେ ।[/vc_column_text][/vc_column][/vc_row]
Comments are closed.