ଇଲେକ୍ସନର ଟିକିନିକି ଖବର ଏବେ ଜାଣନ୍ତୁ ଏୟାରଟେଲରେ


ସାରା ଭାରତରେ ବ୍ୟବହାରକାରୀଙ୍କୁ ଚଳିତ ନିର୍ବାଚନ ବିଷୟରେ ନୂତନ ତଥ୍ୟଗୁଡ଼ିକ ପ୍ରଦାନ କରିବା ପାଇଁ ଏୟାରଟେଲ୍ ଟିଭି ଆପ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ଇଲେକ୍ସନ୍ ୨୦୧୯’ ବିଭାଗର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ବିଭାଗ ଉପଭୋକ୍ତାଙ୍କୁ ଲାଇଭ୍ ନ୍ୟୁଜ୍ ଟିଭି ଚ୍ୟାନେଲ୍, ସର୍ଟ ନ୍ୟୁଜ୍ ବୁଲେଟିନ୍, ଉଚ୍ଚ ମାନର ଇଣ୍ଟର୍ଭ୍ୟୁ ତଥା ବିଶେଷଜ୍ଞଙ୍କ ତର୍କବିତର୍କ ଦେଖିବାକୁ ସୁଯୋଗ ପ୍ରଦାନ କରିବ । ଏହାଛଡ଼ା ଆଞ୍ଚଳିକତାକୁ ଲକ୍ଷ୍ୟରେ ରଖି ଏହା ତାମିଲ୍, ତେଲୁଗୁ, ଓଡ଼ିଆ, କନ୍ନଡ଼, ମାଲାୟାଲମ, ମରାଠୀ, ଇଂରାଜୀ, ହିନ୍ଦୀ ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେଉଛି । ଏୟାରଟେଲ୍ ଟିଭି ଆପ୍ ବ୍ୟବହାରକାରୀମାନେ ଏଡିଟରଜିରୁ ସ୍ୱତନ୍ତ୍ର ନିର୍ବାଚନ ନ୍ୟୁଜ୍ ବୁଲେଟିନ୍ର ସୁବିଧା ପାଇପାରିବେ ଓ ଏହା ପ୍ରଖ୍ୟାତ ସାମ୍ବାଦିକ ବିକ୍ରମ ଚନ୍ଦ୍ରଙ୍କ ଦ୍ୱାରା ପରିଚାଳିତ “ଇଲେକ୍ସନ୍ ଏକ୍ସପ୍ରେସ୍ ୱିଥ୍ ବିକ୍ରମ”କୁ ଅନ୍ତର୍ଭୁକ୍ତ କରୁଛି ।

ଶ୍ରୀଯୁକ୍ତ ସମୀର ବାତ୍ରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ – କଣ୍ଟେଣ୍ଟ ଆଣ୍ଡ ଆପ୍ସ, ଭାରତୀ ଏୟାରଟେଲ୍ ପ୍ରକାଶ କରିଛନ୍ତି, “ସାଧାରଣ ନିର୍ବାଚନମାନଙ୍କୁ ନେଇ ଭାରତରେ ଅତ୍ୟନ୍ତ ଆଗ୍ରହ ଓ କାର୍ଯ୍ୟକ୍ରମଗୁଡ଼ିକ ଦେଖିବାକୁ ମିଳିଥାଏ ଓ ଲୋକମାନେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ସବୁବେଳେ ଦେଖନ୍ତି ଓ ନାନା ତର୍ଜମା କରିଥାଆନ୍ତି । ଏୟାରଟେଲ ଟିଭିର ସ୍ୱତନ୍ତ୍ର ଇଲେକ୍ସନ୍ ସେସନ୍ଗୁଡ଼ିକ ସହିତ ଆମେ ବ୍ୟବହାରକାରୀଙ୍କୁ ସମସ୍ତ ପ୍ରକାରର ନିର୍ବାଚନ ଅପଡେଟ ଗୁଡିକୁ ପ୍ରଦାନ କରୁଛୁ ।”


Share It

Comments are closed.