ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ପରମ୍ପରାଗତ ‘ଟଙ୍କ ତୋରାଣି’ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ପୁରୀ: ଓଡ଼ିଆ ନବବର୍ଷ ଉପଲକ୍ଷେ ଆଜି ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୫-୨୬ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି କ୍ୟାଲେଣ୍ଡର ଆସନ୍ତାକାଲିଠୁ ରାଜ୍ୟ ଜୁଡି ଚଳୁ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ପାଇଁ ପରମ୍ପରାଗତ ‘ଟଙ୍କ ତୋରାଣି’ ବଣ୍ଟନ କରାଯାଇଛି।
“ଶ୍ରୀମନ୍ଦିରର ଏହି କ୍ୟାଲେଣ୍ଡର ଓଡ଼ିଆ ସଂସ୍କୃତି, ଧାର୍ମିକ ପରମ୍ପରା ଓ ଉତ୍ସବ ପାଳନର ଏକ ମହତ୍ତ୍ୱପୂର୍ଣ୍ଣ ଦଲିଲ। ସାରା ବର୍ଷ ଜୁଡି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଓ ପବିତ୍ର ଉତ୍ସବଗୁଡିକ ଏହି କ୍ୟାଲେଣ୍ଡର ଅନୁସାରେ ପାଳନ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି:
ଏହି କ୍ୟାଲେଣ୍ଡର ମାଧ୍ୟମରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ସେବା ଓ ବାର୍ଷିକ କାର୍ଯ୍ୟସୂଚୀ ବିଷୟରେ ସଠିକ ତଥ୍ୟ ପାଇ ପାରିବେ।
Comments are closed.