ଶୀତଦିନେ ନିଜ ଶିଶୁ ତ୍ୱଚାର ଯତ୍ନ କିପରି ନେବେ, ଜାଣନ୍ତୁ


ଶୀତ ଦିନର ଥଣ୍ଡା, ଶୁଷ୍କ ପବନ ଆପଣଙ୍କ ଶିଶୁର କୋମଳ ତ୍ୱଚା ପାଇଁ କଠୋର ହେବା ସହ ଶୁଷ୍କତା, କୁଣ୍ଡାଇ ହେବା ଓ ଦାଗ ଭଳି ଚର୍ମ ସମସ୍ୟାର କାରଣ ହୋଇଥାଏ । ଶିଶୁର ତ୍ୱଚା ପାଇଁ ଆଦ୍ରତା କାହିଁକି ଜରୁରୀ, ଅଭିଭାବକଙ୍କୁ ଏସମ୍ପର୍କରେ ସୂଚନା ଦେଇ ହିମାଲୟାନ ଡ୍ରଗ କମ୍ପାନୀ ଆର‌୍ୟୁବେଦ ବିଶେଷଜ୍ଞ ଡାଃ ଶୁଭାଶିନୀ ଏନ ଏସ କହିଛନ୍ତି ଯେ, ‘ଶୀତ ଦିନେ ଶୁଷ୍କ ତ୍ୱଚା ପାଇଁ ଅଧିକ ଆଦ୍ରତା ଗୁରୁତ୍ୱପୂର୍ଣ୍ଣ । କାରଣ ଥଣ୍ଡା ପବନରେ ଗରମ ପବନ ଭଳି ଅଧିକ ଆଦ୍ରତା ନଥାଏ । ତେଣୁ ଶୀତ ରୁତୁରେ ଆଲକୋହଲ, କୃତ୍ରିମ ରଙ୍ଗ, ଖଣିଜତୈଳ, ଏସଏଲଏସ/ଏସଏଲଇଏସ/ଏଏଲଇଏସ ରହିତ ପ୍ରାକୃତିକ ଉତ୍ପାଦ ବ୍ୟବହାର କରି ନିୟମିତ ଭାବେ ତ୍ୱଚାର ଯତ୍ନ ନେବା ଆପଣଙ୍କ ଶିଶୁର ତ୍ୱଚା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।


ଅଭିଭାବକମାନେ ନିଜ ଶିଶୁକୁ ଗାଧୋଇବା ସମୟରେ ଘିକୁଆଁରି, ଆଲମଣ୍ଡ୍ ତେଲ ଏବଂ ଅଲିଭ୍ ତେଲରେ ପ୍ରସ୍ତୁତ ସାବୁନ କିମ୍ବା ବେବିୱାସର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । “ସ୍ନାନ ପରେ ତ୍ୱଚାର ଆର୍ଦ୍ରତା ରକ୍ଷା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଥିପାଇଁ ଅଭିଭାବକମାନେ ଅଲିଭ୍ ତେଲ ବିଶିଷ୍ଟ ବେବିଲୋସନ ବ୍ୟବହାର କରିପାରିବେ, ଯାହା ତ୍ୱଚାକୁ ସୁରକ୍ଷା ଦେଇଥାଏ ଏବଂ ଆଲମଣ୍ଡ୍ ଅଏଲ ଶିଶୁ ତ୍ୱଚାର ଆର୍ଦ୍ରତା ରକ୍ଷା କରିଥାଏ । ଅଭିଭାବକମାନେ ମଧ୍ୟ ମୁଲେଥି ଯୁକ୍ତ ବେବିକ୍ରିମ୍ ବ୍ୟବହାର କରିପାରିବେ ଯାହା ଶିଶୁର ତ୍ୱଚାର ସୁରକ୍ଷା କରିବା ସହ ତ୍ୱଚାକୁ ନରମ କରିଥାଏ । ବୋଲି ଡାଃ ଶୁଭାସିନୀ କହିଛନ୍ତି । ସେ ମଧ୍ୟ ଶିଶୁର ଡାଏପରକୁ ପ୍ରାୟତଃ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି କାରଣ ଓଦା ଡାଏପର ତ୍ୱଚା ସଂକ୍ରମଣ ସହ ଦାଗର କାରଣ ହୋଇଥାଏ । “ସର୍ବଦା ଆଲୋଭିରା, ପଦ୍ମ ରସ ଯୁକ୍ତ ନରମ ୱାଇପସ ବ୍ୟବହାର କରି ଶିଶୁର ଶରୀରକୁ ପୋଛନ୍ତୁ । କାରଣ ଏହା ଶିଶୁର ସମ୍ବେଦନଶୀଳ ତ୍ୱଚାକୁ ନରମ ଓ କୋମଳ ରଖିଥାଏ”


Share It

Comments are closed.