ପୃଥ୍ୱୀ-୨ର ସଫଳ ପରୀକ୍ଷଣ


ଭାରତ ମଙ୍ଗଳବାର ମଧ୍ୟ ରାତ୍ରିରେ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରିଛି । ବାଲେଶ୍ୱରର ଚାନ୍ଦିପୁରରେ ଏହାର ସଫଳ ପରୀକ୍ଷଣ କରାଯାଇଥିବାବେଳେ ଏହା ପୂର୍ବରୁ ମଧ୍ୟ ନଭେମ୍ବର-୨୦ରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ମିଳିଥିବା ସୂଚନା ଏହାର ପରୀକ୍ଷଣ ସଂପୂର୍ଣ୍ଣ ସଫଳ ରହିଛି ।
ଭୂପୃଷ୍ଠରୁ ଭୃପୃଷ୍ଠକୁ ଉତକ୍ଷେପଣ କରାଯାଇପାରୁଥିବା ଏହିି କ୍ଷେପଣାଅସ୍ତ୍ରଟିର ଲକ୍ଷ୍ୟଭେଦ କ୍ଷମତା ୩୫୦ କି.ମି ରହିଥିବାବେଳେ ଏଥିରେ ୫୦୦ରୁ ୧୦୦୦ କି.ଗ୍ରା ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି । ଏଥିରେ ଦୁଇଟି ଲିକୁଇଡ ପ୍ରୋପ୍ଲୁସନ ରହିଛି । ଏଥିରେ ଆତ୍ୟାଧୁନିକ ଗାଇଡାନ୍ସ ସିଷ୍ଟମ ରହିଛି, ଯାହାକି ଖୁବ ସହଜରେ ନିଜ ଲକ୍ଷ୍ୟକୁ ଭେଦ କରିପାରିବ । ଏହି କ୍ଷେପଣାସ୍ତ୍ରଟି ୯ ମିଟର ଲମ୍ବ, ମୋଟେଇ ୧୧୦ସେମି, ଓ ଓଜନ ୪.୬ ଟନ ରହିଥିବା ଜଣାପଡିଛି । ସୂଚନା ଯୋଗ୍ୟ ୨୦୦୩ରୁ ଏହା ଭାରତୀୟ ନୌସେନାରେ ସାମିଲ ରହିଛି ।


Share It

Comments are closed.