ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର


ବିଶ୍ୱ ଏଡ୍‍ସ ଦିବସ ଉପଲକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର) ଶାଖା ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାଠାରେ ଟ୍ରକ୍‍ ଡ୍ରାଇଭର୍‍ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।


ଓଡ଼ିଶା ରାଜ୍ୟ ଏଡ୍‍ସ ନିୟନ୍ତ୍ରଣ ସୋସାଇଟି ଭୁବନେଶ୍ୱର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଡା. ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଟ୍ରକ୍‍ ଡ୍ରାଇଭର୍‍ ଏବଂ ନିକଟତମ ଗ୍ରାମ ଖନ୍ତାପଡ଼ା, କସପ ଜୟପୁର, ଓଳିଆପାଟଣା, ଚିତାପଡ଼ା ଏବଂ ଚକଜଗନ୍ନାଥପୁର ଆଦି ଗ୍ରାମର ଲୋକଙ୍କୁ ମିଶାଇ ମୋଟ ୧୦୬ ଜଣଭାଗ ନେଇଥିଲେ ।
ଡା. ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ କଟକ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ଭୁବନେଶ୍ୱରର ବରିଷ୍ଠ ଚିକିତ୍ସାଧିକାରୀ ଡା. ରେବନ୍ତ ଦାସଙ୍କ ସହାୟତାରେ ସ୍କ୍ରିନିଂ ଏବଂ ଆଖି ପରୀକ୍ଷା, ରକ୍ତଚାପ, ରକ୍ତସର୍କରା (ମଧୁମେହ) ଆଦି ପରୀକ୍ଷା କରାଯାଇଥିଲା ।

ବାଲେଶ୍ୱର ଜିଲା ଏଡ୍‍ସ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍‍ (ଡିଏପିସିୟୁ) ପକ୍ଷରୁ ମଧ୍ୟ ଟ୍ରକ୍‍ ଡ୍ରାଇଭର୍‍ମାନଙ୍କ ଏଚ୍‍ଆଇଭି ପରୀକ୍ଷା କରାଯାଇ ଏଚ୍‍ଆଇଭି / ଏଡ୍‍ସ ସଚେତନତା, ସୁରକ୍ଷିତ ଯୌନ ସମ୍ପର୍କ ଏବଂ ଗର୍ଭନିରୋଧକ ବ୍ୟବହାର ବିଷୟରେ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ପରୀକ୍ଷଣ କରାଯାଇଥିବା ରିପୋର୍ଟ ପ୍ରଦାନ କରାଯାଇଥିଲା । ରିଲାଏନ୍ସ ପେଟ୍ରୋ ମାର୍କେଟିଂ ଟ୍ରକ୍‍ ଷ୍ଟପ୍‍ ମ୍ୟାନେଜର୍‍ ଅନୁରାଗ ଦେ ଏବଂ ରିଲାଏନ୍ସ ଫାଉଣ୍ଡେସନର ଦିଲୀପ ପ୍ରଧାନ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


Share It

Comments are closed.