ଚନ୍ଦ୍ରବାବୁଙ୍କ ମଞ୍ଚରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ


ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମାନତ୍ୟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ଠାରୁ ଦିଲ୍ଲୀରେ ଅନଶନରେ ବସୁଛନ୍ତି । ଧାରଣରେ ବସିବା ପୂର୍ବରୁ ସେ ରାଜଘାଟ ପହଞ୍ଚି ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ମଧ୍ୟ କରିଥିଲେ ।
ଚନ୍ଦ୍ର ବାବୁ କହିଛନ୍ତି ଯେ, “ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ କେନ୍ଦ୍ର ତରଫରୁ କେବଳ ଲଲିପପ୍ ହିଁ ମିଳିଛି । କେନ୍ଦ୍ର ସରକାର ନିଜ ପ୍ରତିଶୃତି ପୂରଣ କରିପାରି ନାହାନ୍ତି ।” ଧାରଣସ୍ଥଳୀରେ ଚନ୍ଦ୍ର ବାବୁଙ୍କୁ ସମର୍ଥନ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ପହଞ୍ଚିଥିଲେ ।
ରାହୁଲ ଏହି ଅବସରରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ଯେ, “ମୋଦି ବର୍ତ୍ତମାନ ନିଜ ସ୍ୱୀକୃତି ହରାଇସାରିଛନ୍ତି । ସେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି । ଏବଂ ନିଜେ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଉଥିବାବେଳେ ବର୍ତ୍ତମାନ ଦେଶର ଚୌକିଦାର ନିଜେ ଚୋର ଅଟେ । ”
ପ୍ରକାଶ ଥାଉକି ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ଧ୍ର ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ତାଙ୍କୁ କଡା ସମାଲୋଚନା ମଧ୍ୟ କରିଥିଲେ ।


Share It

Comments are closed.