ଆଜି ୟୁପିରେ ପ୍ରଥମ ନିର୍ବାଚନୀ ବିଗୁଲ ବଜାଇବେ ପ୍ରିୟଙ୍କା


ନବନିଯୁକ୍ତି ପାଇଥିବା କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଆଜି ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି । ପ୍ରିୟଙ୍କା ୪ ଦିନିଆ ଗସ୍ତରେ ପ୍ରଥମ ଥର ପାଇଁ ଲକ୍ଷେ୍ନø ଯାଉଛନ୍ତି । ସେ ସେଠାରେ ୧୩ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ସେଠାରେ କାର୍ଯ୍ୟ କରିବା ସହ ବିଭିନ୍ନ ଅଞ୍ଚଳରେ ଥିବା ଦଳର ସାଙ୍ଗଠନିକ ସ୍ଥିତି ଉପରେ ସମୀକ୍ଷା ମଧ୍ୟ କରିବେ । ଲକ୍ଷେ୍ନøରୁ ତୁରନ୍ତ ଫେରିବା ପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମିଶି ଉତ୍ତରପ୍ରଦେଶ ପାଇଁ ଆଗାମୀ ଲୋକସଭା ନିର୍ବାଚନର ରଣନୀତି ମଧ୍ୟ ପ୍ରସ୍ତୁତ କରିବେ ।
ସେ ଲକ୍ଷେ୍ନø ଗସ୍ତ ପୂର୍ବରୁ ଦଳୀୟ କର୍ମୀ ଏବଂ ଯୁବକମାନଙ୍କ ମନରେ ଉତ୍ସାହ ଭରିବାକୁ ଯାଇ କହିଛନ୍ତି ଯେ, “ମୁଁ ଲକ୍ଷେ୍ନø ଆସୁଛି ଏବଂ ମୁଁ ଚାହୁଁଛି ଯେ, ଏକ ନୂଆର ରାଜନୀତିର ଆରମ୍ଭ କରିବା ଏବଂ ଆପଣ ବି ଏହାର ଅଂଶ ହୁଅନ୍ତୁ । ଯେଉଁଠାର ଯୁବକ ଏବଂ ମହିଳାମାନଙ୍କୁ ପ୍ରଥମେ ଅଗ୍ରାଧିକାରୀ ଦିଆଯିବ । ତେବେ ଆସନ୍ତୁ ଏତ ନୂଆ ଭବିଷ୍ୟ ଏବଂ ରାଜନୀତିର ଆରମ୍ଭ କରିବା । ”
ତେବେ ଆଜି କଂଗ୍ରେସ ୟୁପିରେ ପ୍ରଥମ ନିର୍ବାଚନୀ ବିଗୁଲ ବଜାଇବାକୁ ଯାଉଛି । ଆଜି ୟୁପିରେ ପ୍ରିୟଙ୍କାଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସନ୍ଧିଆ ମଧ୍ୟ ଯାଉଛନ୍ତି । ସେଠାରେ ତାଙ୍କୁ ଏୟାରପୋର୍ଟରୁ ଦଳୀୟ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଦ୍ୱାରା ପାଛୋଟି ନିଆଯିବ ।
ପ୍ରିୟଙ୍କାଙ୍କ ଗସ୍ତକୁ ନେଇ ରାଜ୍ୟ କାର୍ଯ୍ୟଳୟ ଉତ୍ସବମୁଖର ହୋଇପଡିଥିବାବେଳେ କାର୍ଯ୍ୟାଳୟକୁ ତ୍ରିରଙ୍ଗାରେ ସଜେଇ ଦିଆଯାଇଛି ।


Share It

Comments are closed.