ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ଚାରୋଟି ସହର, ପୋଲିସ ଓ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି


ପଞ୍ଜାବର ଚାରୋଟି ସହରରେ ଆତଙ୍କବାଦୀ ଆକ୍ରମଣ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଚାରୋଟି ସହ ଗୁଡିକ ହେଲା ଅମୃତସର, ପଠାନକୋର୍ଟ, ଗୁରୁଦାସପୁର, ବାଟଲା । ଆତଙ୍କବାଦୀମାନେ ଏହି ଚାରୋଟି ସହରରେ ଆତ୍ମଘାତି ଆକ୍ରମଣର ଯୋଜନା ଚଳାଉଥିବାର ସୂଚନା ଗୁଇନ୍ଦା ବିଭାଗକୁ ମିଳିବା ପରେ ବର୍ତ୍ତମାନ ପଞ୍ଜାବ ପୋଲିସ ଏବଂ ପ୍ରଶାସନକୁ ସତର୍କ କରାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ପଠାନକୋଟସ୍ଥିତ ଏୟାରବେସ ଏବଂ ଆର୍ମିକ୍ୟାମ୍ପକୁ ଆତଙ୍କବାଦୀଙ୍କ ଟାର୍ଗେଟରେ କରିଥିବାବେଳେ ବର୍ତ୍ତମାନ ପଞ୍ଜାବ ପୋଲିସର ଏଡିଜିପିଙ୍କୁ ପଠାନ କୋର୍ଟରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘ ଏବଂ ଆମେରିକା ଗସ୍ତ ପରେ ଆତଙ୍କବାଦୀମାନେ ଏହି କାଣ୍ଡ ଘଟାଇ ପାରନ୍ତି ବୋଲି ଅନୁମାନ କରାଯାଉଥିବାବେଳେ ଏଥିପାଇଁ ପଞ୍ଜାବ ସରକାରଙ୍କୁ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।


Share It

Comments are closed.