ଦିନକୁ ଦିନ ଘନେଇବାରେ ଲାଗିଛି ଅନୁଭବ ଏବଂ ବିଜେଡି ଛାତ୍ରନେତାଙ୍କ ମଧ୍ୟରେ ତିକ୍ତତା


ନିଜ ଦଳର ଛାତ୍ର ନେତା ଏବଂ ପୋଲିସ ବିରୋଧରେ ଅଭିଯୋଗ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ପଡୋଶୀ ତଥା ବିସିଜେଡି ଛାତ୍ରନେତା ମଞ୍ଜିତଙ୍କ ସହ ତାଙ୍କ ତିକ୍ତତା ଏବଂ ପୋଲିସ, ଏହି ଘଟଣାରେ ନିରବଦ୍ରଷ୍ଟା ସାଜିବାର ଘଟଣାକୁ ନେଇ ସେ ଅସହାୟ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମଞ୍ଜିତ ତାଙ୍କ ଦୁଇ ଜଣ ସାଥୀଙ୍କୁ ସହ ଅନୁଭବଙ୍କ ଘର ସାମନାରେ ବସି ଖଟି କରୁଥିବାବେଳେ ରାତି ପ୍ରାୟ ୧୨.୩୦ରେ ସେମାନେ ମଦ୍ୟପ ଅବସ୍ଥାରେ ବିନା କୌଣସି କାରଣରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଘରେ ଉପସ୍ଥିତ ଥିବା ସାଂସଦ ଅନୁଭବ ତୁରନ୍ତ ଘରୁ ବାହାରି ଆସି ଯେତେବେଳେ ଏହାରୁ ପ୍ରତିବାଦ କରିବାକୁ ଆରମ୍ଭ କରିଥିଲେ ସେହି ସମୟରେ ମଞ୍ଜିତ ନିଶା ଅବସ୍ଥାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।


ଏହା ପରେ ସେ ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ଏହି ଘଟଣାର ସମାଧାନ କରିବା ତ ଦୂରର କଥା ଓଲଟି ବର୍ତ୍ତମାନ ପର୍ଯ୍ୟନ୍ତ ନିରଦ୍ରଷ୍ଟା ସାଜିଛି, ଯାହାକୁ ନେଇ ଅନୁଭବ ନିଜକୁ ଅସହାୟ ମନେ କରୁଛନ୍ତି । ଏହି ଘଟଣାକୁ ନେଇ ଅନୁଭବ କମିଶନର ପୋଲିସକୁ ଟ୍ୱିଟ କରି ନିଜ କ୍ଷୋଭ ପ୍ରକାଶ କରିବା ସହ ପୁରୀଘାଟ ଥାନା ଅଧିକାରୀ ଏହି ସମସ୍ୟାର ସମାଧାନ କରିବା ବଦଳରେ ତାଙ୍କୁ ଖରାପ ବ୍ୟବହାର କରିଥିବାର ସେ ଆଣିଛନ୍ତି ।ପ୍ରକାଶ ଥାଉକି, ମଞ୍ଜିତ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କେଉଁ କାରଣ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହିଁ ତାହା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି ।


Share It

Comments are closed.