ସୁସ୍ଥ ହୃଦୟ ପାଇଁ କେତୋଟି ସରଳ ଉପାୟ


ମାତ୍ରାଧିକ ଚିନ୍ତା, ଆପଣଙ୍କ ହୃଦୟକୁ ବେମାର କରିପାରେ । ପୁରା ଦୁନିଆରେ କାଡିଓଭାସ୍କ୍ୟୁଲର ବେମାର ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ହୋଇଥାଏ । ଏଣୁ ଏଥିପାଇଁ ଆମକୁ ନିଜ ହୃଦୟର ଖାସ ଧ୍ୟାନ ରଖିବା ଦରକାର । ଏଥିପାଇଁ ନିମ୍ନ ଲିଖିତ ପ୍ରସଙ୍ଗ ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ଯଦି ଆପଣଙ୍କ ଓଜନ ଅଧିକ ଥାଏ ତେବେ ଆଜିଠାରୁ ହିଁ କମାନ୍ତୁ । ଅଫିସରେ ଯଦି ଆପଣଙ୍କୁ ବହୂତ ସମୟ ଧରି କାମ କରିବାକୁ ପଡ଼ୁଥାଏ , ତେବେ ସମୟ ଅନ୍ତରାଳରେ ନିଜ ଜାଗାରୁ ଉଠି ଚଳପ୍ରଚଳ ହୁୃଅନ୍ତୁ । ଧ୍ୟାନ ରଖନ୍ତୁ ଯେଭଳି ଆପଣ ପ୍ରତିିଦିନ ଲିଫ୍ଟ ବଦଳରେ ପାହାଚର ବ୍ୟବହାର କରନ୍ତି । ଅନେକ ସମୟରେ ଲୋକମାନେ ଓଜନ ହ୍ରାସ କରିବା ପାଇଁ ଖାଦ୍ୟ କମାଇବାର ଦେଖାଯାଏ । କିନ୍ତୁ ଏପରି କରିବା ପରିବର୍ତ୍ତେ ପ୍ରତିଦିନ ଫଳ, ପିନିପରିବା, କ୍ଷୀର ଆଦିକୁ ସାମିଲ କରନ୍ତୁ ଏବଂ ଦୈନିକ ଉପଯୁକ୍ତ ଆହାର ନିଅନ୍ତୁ ।

ଛୋଟ ପିଲାଙ୍କ ସହ ଖେଳନ୍ତୁ, ପୋଷା ଜୀବ ରଖନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ, ସମୟ ସମୟରେ ଛୁଟିରେ ଯାଆନ୍ତୁ ଏବଂ ନିଜର ସଉକ ଗୁଡ଼ିକୁ ସବୁବେଳେ ପୂରା କରିବାକୁ ଚେଷ୍ଟା କରନ୍ତୁ । ଏହି ସବୁ ଉପାୟ ଆପଣଙ୍କୁ ଅନାବଶ୍ୟକ ଚିନ୍ତାଠାରୁ ଦୂରେଇ ରଖେ । ଛୋଟ ଛୋଟ କଥାକୁ ମନକୁ ନିଅନ୍ତୁୂ ନାହିଁ । ଆପଣଙ୍କ ହୃଦୟ ଦିନଯାକ ଆପଣଙ୍କ ସହ ତାଳ ମିଳାଇ ଅହରହ କାର୍ଯ୍ୟରତ ରହିଥାଏ । ତେଣୁ ଆପଣଙ୍କୁ ପ୍ରତିଦିନ ୬-୮ ଘଣ୍ଟା ଶୋଇବା ଦରକାର । ଏହା ବ୍ୟତୀତ ଡାଇବେଟିସ, ହାଇପୋର୍ଷ୍ଟେସନ ଏବଂ ହାଇ କୋଲେଷ୍ଟ୍ରଲ ଥିବା ଲୋକମାନେ ଭୁଲରେ ମଧ୍ୟ ନିଜର େଓøଷଧ ଖାଇବା ଭୁଲିବା ଉଚିତ ନୁହେଁ । ଏହା ବ୍ୟତିତ ବାହାରର ତେଲଯୁକ୍ତ ଖାଦ୍ୟ, ଘିଅ ଏବଂ ଚିଜ, ମିଠା ଯୁକ୍ତ ଖାଦ୍ୟ, ଆଲକୋହଲ ଏବଂ ଧୂମ୍ରପାନ ଆଦିରୁ ଦୁରେଇ ରହନ୍ତୁ ।


Share It

Comments are closed.