ଭୁବନେଶ୍ୱରରେ ରଗବି ବିଶ୍ୱକପ୍ ୨୦୧୯ ଟ୍ରଫି


ରଗବି ବିଶ୍ୱକପ୍ ଟ୍ରଫି- ୱେବ୍ ଏଲ୍ଲିସ୍ କପ୍- ଆଜି ଭୁବନେଶ୍ୱରରେ ପହଞ୍ôଚଛି, ଯାହା ରଗବି ବିଶ୍ୱକପ୍ ୨୦୧୯ ଟ୍ରଫି ଟୁର୍ ଫାଇନାଲ୍ରେ ହଜାର ହଜାର ଉତ୍ସାହିତ ଯୁବ ରଗବି ଖେଳାଳୀ ଓ ପ୍ରଶଂସକମାନଙ୍କୁ ପ୍ରେରଣା ଯୋଗାଉଛି । ଭାରତକୁ ପ୍ରଥମ କରି ଭ୍ରମଣରେ ଆସିଥିବା ୱେବ୍ ଏଲ୍ଲିସ୍ କପ୍କୁ ଓଡ଼ିଶା ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଓ ଖେଳର ସଦସ୍ୟ ଓ ୟୁଥ୍ ସର୍ଭିସ୍ ବିଭାଗ ସ୍ୱାଗତ କରିଛନ୍ତି ।
ରଗବି ବିଶ୍ୱକପ୍ ପ୍ରତି ଚାରିବର୍ଷରେ ଅନୁଷ୍ଠିତ ହୋଇଥାଏ ଏବଂ ୨୦୧୯ରେ ଏହା ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି- ଏହି ଟୁର୍ଣ୍ଣାମେଣ୍ଟ ଏସିଆରେ ଖେଳାଯିବାର ଅଛି । ୨୦୨୦ ସୁଦ୍ଧା ୧୦ ଲକ୍ଷ ନୂତନ ରଗବି ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ପ୍ରୋଜେକ୍ଟ ଏସିଆ ୧ ମିଲିୟନ୍ , ଏସିଆର ୫୦୦,୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ନିକଟରେ ପହଞ୍ôଚସାରିଛି ।
ମୂଖ୍ୟ ମନ୍ତ୍ରୀ, ଓଡ଼ିଶା ସରକାର, ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଭାରତରେ ହେଉଥିବା ବିଶ୍ୱକପ୍ ୨୦୧୯ ଟ୍ରଫି ଟୁର୍ ଏକ ଉତ୍କଣ୍ଠାର ବିଷୟ । ଓଡ଼ିଶା ହେଉଛି ଭାରତରେ ରଗବିର ଆରମ୍ଭ ସ୍ଥଳି ଏବଂ ଆମର ଖେଳାଳୀ ଉଭୟ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଅକ୍ଟୋବରରେ ହେବାକୁଥିବା ଏସିଆନ୍ ୟୁ୧୮ ଓମେନ୍ସ ରଗବି ସେଭେନ୍ସକୁ ଆୟୋଜନ କରୁଥିବାରୁ ଆମ୍ଭେମାନେ ଗର୍ବିତ । ମୁଁ ଆଶା କରୁଛିଯେ, ଅଧିକ ସଂଖ୍ୟକ ପିଲାମାନେ ଆଗକୁ ଆସିବେ ଏବଂ ରଗବି ଖେଳିବେ ।”
ଗେଟ୍ ଇନ୍ ଟୁ ରଗବି ତାଲିମ ସେସନରେ ବିଶିଷ୍ଠ ବ୍ୟକ୍ତବିଶେଷ ଯେପରିକି ମୁନ୍ନା ମୁର୍ମୁର ଓ ରାଜକିଶୋର ମୁର୍ମୁଙ୍କ ଭଳି ଭାରତର କୋଚ୍ ଏବଂ ଖେଳାଳୀ, ମହିଳା ଖେଳାଳୀ ସୁମିତ୍ରା ନାୟକ, ହୁପି ମାଝୀ ଓ ଲିଜା ସର୍ଦ୍ଦାର ପ୍ରମୂଖ ତାଲିମ ପ୍ରଦାନ କରିବା ପୂର୍ବରୁ ୱେବ୍ ଏଲ୍ଲିସ୍ କପ୍କୁ କିସ୍ ପିଚ୍ରେ ୧୧-୧୪ ବୟସର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି । ଗତ ଦୁଇ ବର୍ଷ ଧରି ସମ୍ପୁର୍ଣ୍ଣ ଦେଶରେ ରଗବିର ଦୃତ ଅଭିବୃଦ୍ଧି ଓ ବିକାଶ ଦେଖାଯାଇଛି । ଏଥିସହ ୱାର୍ଲ୍ଡ ରଗବିର ଗେଟ୍ ଇନ୍ ଟୁ ରଗବି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୭ରେ ଭାରତ ୧୬୦,୦୦୦ରୁ ଉଦ୍ଧ୍ୱର୍ ଅଂଶଗ୍ରହଣକାରୀଙ୍କ ସହିତ ଏସିଆରେ ପ୍ରଥମ ସ୍ଥାନ ଓ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ ୪୦% ମହିଳା ରହିଛନ୍ତି । ସୋମବାର ଦିଲ୍ଲୀରେ ଭାରତର ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, କୋଲ୍. ରାଜବର୍ଦ୍ଧନ ସିଂହ ରାଠୋରଙ୍କ ଦ୍ୱାରା ସ୍ୱାଗତ କରାଯାଇଥିବାବେଳେ ଦିଲ୍ଲୀର ସ୍ଥାନୀୟ କ୍ଲବ୍ର ଖେଳାଳୀ ଓ ପ୍ରଶଂସକମାନେ ସହରରେ ଗେଟ୍ ଇନ୍ ଟୁ ରଗବି କାର୍ଯ୍ୟକ୍ରମ ମାଧ୍ୟମରେ ୱେବ୍ ଏଲ୍ଲିସ୍ କପ୍ ଦେଖିବାକୁ ସୁଯୋଗ ପାଇଥିଲେ ।
ମୁମ୍ବାଇର ଖେଳାଳୀ ଓ ପ୍ରଶଂସକମାନେ ମଧ୍ୟ ଗତକାଲି ମୁମ୍ବାଇସ୍ଥିତ ଜିମ୍ଖାନାରେ ରଗବିର ପାଳନ ଦିବସରେ ଅଂଶ ଗ୍ରହଣ କରିଥିଲେ, ଯେଉଁଥିରେ ବଲିଉଡ଼ ଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରା ଏବଂ ପୂର୍ବତନ ରଗବି ଇଣ୍ଡିଆ ଆନ୍ତର୍ଜାତୀୟ ଖେଳାଳୀ ତଥା ଅଭିନେତା ରାହୁଲ ବୋଷ ରଗବି ବିଶ୍ୱକପ୍ ୨୦୧୯ ଟ୍ରଫି ଟୁର୍ରେ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ଯୁବ ଖେଳାଳୀମାନଙ୍କ ସହିତ ଖେଳିଥିଲେ ।
ଏହି ସ୍ୱତନ୍ତ୍ର ଟ୍ରଫି ବିଶ୍ୱର ସାତଟି ଚମତ୍କାର ସ୍ଥଳୀମାନଙ୍କ ମଧ୍ୟରୁ ଗୋଟିଏ ତଥା ଭାରତର କେତେକ ସୁପରିଚିତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ତାଜମହଲ, ଦିଲ୍ଲୀର ଏକ ଏକ ଉତ୍ତମ କଳାଭାସ୍କର୍ଯ୍ୟ ସଂରକ୍ଷଣ କେନ୍ଦ୍ର, ଲାଲ୍ କିଲ୍ଲା, ଏଥି ସହ ପ୍ରସିଦ୍ଧ ସ୍ମରଣୀୟ ଇଣ୍ଡିଆ ଗେଟ୍କୁ ମଧ୍ୟ ଭ୍ରମଣ କରିଛି । ଓଡ଼ିଶାରେ ଆଜି ୱେବ୍ ଏଲ୍ଲିସ୍ କପ୍ ପୁରୀ ସ୍ଥିତ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଭ୍ରମଣ କରିଛି ।
ରଗବି ୱାର୍ଲ୍ଡ କପ୍ ୨୦୧୯ ଟ୍ରଫି ଟୁର୍ ସମ୍ପର୍କରେ ୱାର୍ଲ୍ଡ ରଗବିର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ରିଟ୍ ଗୋସ୍ପର୍ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଖୁସିର ବିଷୟ ଯେ, ଗତ ସପ୍ତାହଗୁଡ଼ିକ ଧରି ୱେବ୍ ଏଲ୍ଲିସ୍ କପ୍କୁ ରଗବି ୱାର୍ଲ୍ଡ କପ୍ ୨୦୧୯ ଟ୍ରଫି ଟୁର୍ ନିମନ୍ତେ ଭାରତରେ ବହୁଳ ମାତ୍ରାରେ ଉତ୍ସାହ, ଆଗ୍ରହ ଓ ତତ୍ପରତା ମିଳିଛି । ଆମେ ଅତ୍ୟନ୍ତ ଉତ୍ସାହିତ ଯେ, ୱେବ୍ ଏଲ୍ଲିସ୍ କପ୍ ଭୁବନେଶ୍ୱରକୁ ଭ୍ରମଣ କରୁଛି, ଯାହା ଭାରତରେ ରଗବି ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥଳୀ ।”

ଭୁବନେଶ୍ୱରରେ ୱେବ ଏଲ୍ଲିସ୍ କପ୍ର ଆୟୋଜନ କରିବାକୁ ହୃଦୟପୂର୍ବକ ସ୍ୱାଗତ ପାଇଁ ଆମ୍ଭେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଭିସାଲ ଦେବ ଏବଂ ରାଜ୍ୟ ସରକାରଙ୍କ ସ୍ପୋର୍ଟସ ଆଣ୍ଡ ୟୁଥ ସେବା ବିଭାଗର ରଗବି ଖେଳ ପ୍ରତି ସେମାନଙ୍କର ସମର୍ଥନ ପ୍ରଦାନ କରୁଥିବାରୁ ଆମ୍ଭମାନେ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛୁ ।

“ସଠିକଭାବେ ପରିଚାଳିତ ହୋଇଥିବା ରଗବି ବିଶ୍ୱ କପ୍ ୨୦୧୯ ଟ୍ରଫି ଟୁର କାର୍ଯ୍ୟକ୍ରମ ଏସିଆ ରଗବି ଏବଂ ରଗବି ଇଣ୍ଡିଆରେ ଆମ୍ଭମାନଙ୍କର ସହକର୍ମୀଙ୍କ ଦ୍ୱାରା ସମର୍ଥନପ୍ରାପ୍ତ । ଏହା ଭାରତରେ ଏକ ସଫଳ ଗତିଶୀଳତା ପ୍ରଦାନ ସହିତ ଏସିଆରେ ଆଗାମୀ ବର୍ଷ ପ୍ରଥମଥର ପାଇଁ ରଗବି ବିଶ୍ୱ କପର ଆୟୋଜନ ହେବାକୁ ଯାଉଛି ।”
ରଗବି ବର୍ତ୍ତମାନ ଏସଜିଏଫଆଇର ଜାତୀୟ ବିଦ୍ୟାଳୟ କ୍ରୀଡା କ୍ୟାଲେଣ୍ଡରରେ ୟୁ୧୪,ୟୁ ୧୭ ଏବଂ ୟୁ୧୯ରେ ଉଭୟ ପୁଅ ଏବଂ ଝିଅ ବିଭାଗରେ ଏକ ମୁଖ୍ୟ ଖେଳ ହେବା ସହିତ ଏଆଇୟୁର ଜାତୀୟ ୟୁନଭର୍ସିଟି ଗେମ୍ସ କ୍ୟାଲେଣ୍ଡର ଭାବେ ରଗବି ଭାରତ ପାଇଁ ଅନ୍ୟ ଏକ ମାଇଲଷ୍ଟୋନ୍ ହୋଇଛି ଏବଂ ବିଶ୍ୱ ସ୍ତରରେ ରଗବିର ପ୍ରସାର କରାଯିବାର ମଧ୍ୟ ଉଦ୍ଦେଶ୍ୟ ରଖାଯାଇଛି ।
ଏହି ପରିପ୍ରେକ୍ଷୀରେ ରଗବି ଇଣ୍ଡିଆର ସଭାପତି, ନୁମାଜର ମେହତା କହିଛନ୍ତିଯେ, “ଭାରତରେ ରଗବି ବିଶ୍ୱ କପ ୨୦୧୯ ଅନ୍ତର୍ଗତ ୱେବ ଏଲିସ କପକୁ ପରିଚାଳନ କରୁଥିବାରୁ ଆମ୍ଭେମାନେ ଖୁବ ଗର୍ବିତ । ରବଗି ବିଶ୍ୱ କପ ୨୦୧୯ର ଯାତ୍ରା ସଫଳତାର ସହିତ ଦିଲ୍ଲୀ ଏବଂ ମୁମ୍ବାଇ ଯିବା ପରେ ଏହି ଯାତ୍ରା ବର୍ତ୍ତମାନ ସ୍ୱତନ୍ତ୍ର ସହର ଭୁବନେଶ୍ୱରରେ ଆନ୍ତର୍ଜାତୀୟ ରଗବି ଉତ୍ସବର ପାଳନ ହେବାକୁ ଯାଉଛି ।”


Share It

Comments are closed.