ସିଏଏକୁ ବିରୋଧ କରି ‘ସାବଧାନ ଇଣ୍ଡିଆ’ରୁ ବିଦାହେଲେ ସୁଶାନ୍ତ


ନାଗରିକତ୍ୱ ସଂଶୋଧନ ବିଲକୁ ବିରୋଧ କରି ସାରା ଦେଶରେ ବର୍ତ୍ତମାନ ନିଆଁ ଜଳୁଥିବାବେଳେ ଏହା ଥମିବାର ନା’ ନେଉ ନାହିଁ । ଏହି ବିଲକୁ ବିରୋଧ କରି ଦିନକୁ ଦିନ ନୂଆ ଚେହେରା ସାମନାକୁ ଆସୁଥିବାବେଳେ ଏହି ଆନ୍ଦୋଳନରେ ବର୍ତ୍ତମାନ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ଆଉ କେହି ନୁହେଁ ବରଂ ଜଣେ ପ୍ରଖ୍ୟାତ ଅଭିନେତା ତଥା ଲୋକପ୍ରିୟ ସୋ ‘ସାବଧାନ ଇଣ୍ଡିଆ’ର ହୋଷ୍ଟ ସୁଶାନ୍ତ ସିଂହ ।
କେବଳ ଏତିକି ନୁହେଁ ଅନ୍ୟମାନଙ୍କ ଭଳି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ତାଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି । ସୁଶାନ୍ତ ଏହି ଆନ୍ଦୋଳନରେ ସାମିଲ ହେବା ମାତ୍ରକେ ହିଁ ତାଙ୍କୁ ‘ସାବଧାନ ଇଣ୍ଡିଆ’ ସୋ’ରୁ ବହିଷ୍କୃତ କରାଇ ଦିଆଯାଇଛି । ତେବେ ଏହି ଘଟଣା ସଂପର୍କରେ ସୁଶାନ୍ତ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ମୁଁ ମୋ ପ୍ରତିଭା ବିକ୍ରି କରେ କିନ୍ତୁ ବିବେକ ନୁହେଁ । ଆନ୍ଦୋଳନରେ ସାମିଲ ହେବା ମାତ୍ରେ ହିଁ ମୋତେ ଉକ୍ତ କାର୍ଯ୍ୟକ୍ରମରୁ ବହିଷ୍କୃତ କରାଯିବା ଏକ ସଂଯୋଗ ହୋଇପାରେ । କିନ୍ତୁ ଏଥିପାଇଁ ମୋତେ କମ ବଜେଟର କାରଣ ଦର୍ଶାଇ ବାହାର କରାଯାଇଛି ।”
ସୁଶାନ୍ତ ନିଜ ଟ୍ୱିଟରେ ଏହି ଘଟଣା ସଂପର୍କରେ ସୂଚନା ଦେଇଥିବାବେଳେ ସେ ଆଉ ଏହି ସୋ’କୁ ହୋଷ୍ଟ କରିବେ ନାହିଁ ବୋଲି ଜଣାଇଦେଇଛନ୍ତି ।


Share It

Comments are closed.