୧୦.୭୫ କୋଟିରେ ମ୍ୟାକ୍ସୱେଲଙ୍କୁ କିଣିଲା ପଞ୍ଜାବ ଏକାଦଶ


ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ଆଜି କୋଲକତାରେ ୩୩୮ ଖେଳାଳୀଙ୍କ ନିଲାମି ପ୍ରକ୍ରିୟା ଚାଲିଛି । ଆଠଟି ଫ୍ରାଞ୍ଚଇଜ ଟିମ ନିଜ ବିଜେଟ ଅନୁଯାୟୀ ଆଜିର ନିଲାମି ପ୍ରକ୍ରିୟାରେ ଖେଳାଳୀଙ୍କୁ କ୍ରୟ କରିବେ । ପ୍ରଥମେ ୩୩୨ ଜଣ ଖେଳାଳୀଙ୍କ ପାଇଁ ନିଲାମୀ ପ୍ରକ୍ରିୟା ଥିବାବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ଆଉ ୬ ଜଣଙ୍କୁ ଏଥିରେ ସାମିଲ କରାଯିବା ପରେ ଏହାର ସଂଖ୍ୟା ୩୩୮କୁ ବୃଦ୍ଧି ପାଇଛି ।
ଆଇପିଏଲ ୨୦୨୦ ପାଇଁ ୯୭୧ ଜଣ ଖେଳାଳୀ ପଞ୍ଜକରଣ କରାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ମନୋନୀତ କରାଯାଇଥିଲା । ଚଳିତ ଥର ନିଲାମୀ ପ୍ରକ୍ରିୟାରେ ସବୁଠାରୁ ଅଧିକ ବଜେଟ (୪୨.୭୦ କୋଟି) କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ଥିବାବେଳେ ଏହାର ମୂଲ୍ୟ ଚାରି ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ବଜେଟ (୧୩.୦୫) ଠାରୁ ୪ ଗୁଣା ଅଧିକ ଅଟେ । ପଞ୍ଜବା, ମ୍ୟାକ୍ସୱେଲଙ୍କୁ ୧୦.୭୫ କୋଟିରେ କ୍ରୟ କରିଥିବାବେଳେ କ୍ରିସ ୱକସ ଓ ଜେସନ ରୟଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ, ଆରନନ ଫିଞ୍ଚଙ୍କୁ ରୟାଲ ଚାଲେଞ୍ଜର ବାଙ୍ଗାଲୋର, ଉଥପାଙ୍କୁ ରାଜସ୍ଥାନ ନିଜ ଟିମରେ ସାମିଲ କରିଛି ।


Share It

Comments are closed.