ବ୍ୟାଡ଼ମିଣ୍ଟନ ମହଲରେ ବିଜୟ ସହ ଉତ୍ସାହ ଭରିଲେ ଓଡ଼ିଶାର ବ୍ୟାଡ଼ମିଣ୍ଟନ୍ ଖେଳାଳୀ


ଭୁବନେଶ୍ୱର: ଉଦଘାଟନ ଦିନର କିଛି ଅସଫଳତା ପରେ ଆୟୋଜକ ଓଡ଼ିଶା ବିଜୟର ସ୍ୱାଦ ପାଇପାରିଛି । ୧୭ ବର୍ଷରୁ କମ ସିଙ୍ଗଲସରେ ଆୟୁଷ ପଟ୍ଟନାୟକ ଏବଂ ଆୟୁଷ ଦାଶଙ୍କର ଖୁବ୍ ପ୍ରଭାବକାରୀ ପ୍ରଦର୍ଶନ ରହିଛି । ୭ତମ ସିଡ୍ ଆୟୁଷ ପଟ୍ଟନାୟକ ୨୧-୧୨, ୧୨-୨୧, ୨୩-୨୧ରେ ହିମାଂଶୁ ଖତାନା(ରାଜସ୍ଥାନ)ଙ୍କ ଉପରେ ବିଜୟ ହାସଲ କରିଛନ୍ତି । ଆୟୁଷ ଦାଶ ଚୟନିତ ଜୋଶୀଙ୍କୁ(ଉତ୍ତରାଖଣ୍ଡ)୨୧-୧୨, ୧୩-୨୧,୨୧-୧୩ରେ ପରାଜୟ କରିବା ପୁର୍ବରୁ ଦୃଢ଼ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ।
ଓଡ଼ିଶାର ଆଶାୟୀ ପ୍ରତିଭା ଶ୍ୱେତପର୍ଣ୍ଣା ପଣ୍ଡା ଆୟୋଜକ ରାଜ୍ୟ ଓଡ଼ିଶା ପାଇଁ ଅଧିକ ଖୁସି ଆଣିଦେଇଛନ୍ତି କାରଣ ସେ ନିଜ ସହଯୋଗୀ ଭାବେ ସାତ୍ୱିକ ରେଡ୍ଡୀ କେ (କର୍ଣ୍ଣାଟକ)ଙ୍କ ସହ ୧୫ ବର୍ଷରୁ କମ ମିକସଡ୍ ଡବଲସ ପ୍ରାରମ୍ଭିକ ମ୍ୟାଚରେ ବିଜୟ ହାସଲ କରିପାରିଛନ୍ତି । ଶୀର୍ଷ ସିଡ ପ୍ରାପ୍ତ ଶ୍ୱେତାପର୍ଣ୍ଣା ଏବଂ ସାତ୍ୱିକ ହରିୟାଣାର ଇଶାନ ରୋହିଲା ଏବଂ ଚିତୱନ ଖତ୍ରୀଙ୍କୁ ୨୧-୧୩, ୨୧-୧୦ ବ୍ୟବଧାନରେ ହରାଇ ପ୍ରାକ କ୍ୱାଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଶୀର୍ଷ ସିଡ୍ ରାଘବ (୧୫ବର୍ଷରୁ କମ୍ ବାଳକ), ପ୍ରଣଭ ରାଓ ଗନ୍ଧମ(୧୭ବର୍ଷରୁ କମ୍ ବାଳକ) ଏବଂ ତାରା ଶାହ(୧୫ବର୍ଷରୁ କମ ବାଳିକା), ୟୋନେକ୍ସ-ସନରାଇଜ ୩୩ତମ ଜାତୀୟ ଉପ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ରେ ସହଜ ବିଜୟ ସହିତ ନିଜନିଜର ସିଙ୍ଗଲସ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗୀତା ଗତ କାଲିଠାରୁ ପୂର୍ବ ତଟ ରେଲବାଇ ଇଣ୍ଡୋର ଷ୍ଟାଡିୟମ ଏବଂ ଶହିଦନଗର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ।
ରାଘବ(ହରିୟାଣା) ଟୋପଜାଙ୍ଗ୍ ଲେପଚାଙ୍କୁ(ସିକିମ) ୨୧-୧୮,୨୧-୭ରେ ପରାସ୍ତ କରିଛନ୍ତି, ଯେବେକି ଗନ୍ଧମ(ତେଲେଙ୍ଗାନା) ପଙ୍କଜଙ୍କ ଠାରୁ (ହରିୟାଣା)୨୧-୮,୨୧-୯ରେ ବିଜୟ ହାସଲ କରିଛନ୍ତି । ଉଭୟ ତୃତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୫ ବର୍ଷରୁ କମ ବାଳିକା ସିଙ୍ଗଲ୍ସରେ ତାରା(ମହାରାଷ୍ଟ୍ର) ୩୨ ବିଶିଷ୍ଟ ରାଉଣ୍ଡରେ ନିଜର ସ୍ଥାନ ଦୃଢ଼ କରିବା ପାଇଁ ପ୍ରତିକ୍ଷା ଯୋଶୀଙ୍କୁ ୨୧-୧୯, ୨୧-୮ରେ ହରାଇଛନ୍ତି ।
ଆଜିର ପ୍ରାରମ୍ଭିକ ମ୍ୟାଚରେ ଅଧିକାଂଶ ସିଡେଡ ସଟଲରମାନେ ବିଜୟ ହାସଲ କରିଥିଲେ କାରଣ ପ୍ରତିଯୋଗୀତାରେ ଆଜି ଖେଳାଳୀଙ୍କ ମଧ୍ୟରେ ଖୁବ୍ ଜୋଶ ଦେଖାଯାଇଥିଲା । ଯେବେକି ୧୫ ବର୍ଷରୁ କମ ବାଳକ ସିଙ୍ଗଲ୍ସ ଇଭେଣ୍ଟରେ ଭୁବନ ସିଙ୍ଗ(ରାଜସ୍ଥାନ)ଙ୍କ ସହିତ ଦୁଇଟି ମୁକାବିଲା ଦେଖିବାକୁ ମିଳିଥିଲା । ଯେଉଁଥିରେ ୧୫ତମ ସିଡ୍ ଆକର୍ଷିତ ଶର୍ମା(ପଞ୍ଜାବ)୨୧-୧୩, ୨୧-୧୧ ଏବଂ ସନି ନେହେରା(ହରିୟାଣା) ୧୬ତ୍ତମ ସିଡ୍ ସୌର‌୍ୟ ପନ୍ତଙ୍କୁ(ଉତ୍ତରାଖଣ୍ଡ) ୨୧-୧୯, ୧୭-୨୧, ୨୧-୧୫ ସହ ବାହାରର ରାସ୍ତା ଦେଖାଇଥିଲେ ।


Share It

Comments are closed.