କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଚଳିତ ପାର୍ବଣରେ ବିଭିନ୍ନ ଅଫରର ଶୁଭାରମ୍ଭ


ଭୁବନେଶ୍ୱର: ଏହି ପାର୍ବଣ ଋତୁର ଭାବନାକୁ ଲକ୍ଷ୍ୟ କରି କ୍ୟାନନ୍ ଇଣ୍ଡିଆ ଏହାର ନୂତନ ବ୍ରାଣ୍ଡ ଅଭିଯାନ “ଡୁ ଗ୍ରେଟ୍ ୱିଥ୍ କ୍ୟାନନର ଶୁଭାରମ୍ଭ କରିଛି, ଯାହା ଗ୍ରାହକମାନଙ୍କ ‘ଫଟୋଗ୍ରାଫି ନିଶାକୁ ସଶକ୍ତ ଓ ସକ୍ରିୟ କରିବା ନିମନ୍ତେ ପ୍ରତିଶୃତି ପ୍ରଦାନ କରୁଛି । ଏହି ଅଭିଯାନ ମାଧ୍ୟମରେ କ୍ୟାନନ୍, କ୍ୟାନନ ଡିଏସଏଲଆର ସହିତ ଏହାର ଗ୍ରାହକମାନଙ୍କୁ ସାଧାରଣ ନୀତିଦିନିଆ ପ୍ରତିଦିନର ମୂହୂର୍ତ୍ତ ଗୁଡ଼ିକର ସୁନ୍ଦର ଫଟୋ ନେବାର ସମ୍ଭାବନା ଅନ୍ୱେଷଣ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି । ସମ୍ପୁର୍ଣ୍ଣ ଭାରତରେ ଡିଜିଟାଲ୍ ପ୍ଲାଟଫର୍ମରେ ଏହାର ଭିଡିଓକୁ ପ୍ରଚାର କରି ଏହି ଅଭିଯାନ ପ୍ରସାରିତ ହୋଇଛି । ଏହା ପ୍ରଚୁର ପ୍ରଭାବଶାଳୀ ଗୁରୁତ୍ୱତା ସହ ପ୍ରିଣ୍ଟ ଓ ଆଉଟ୍ଡୋର୍ ମିଡିଆରେ ବୃହତ ଆକାରରେ ପ୍ରଦର୍ଶିତ ହେବ । ସେହିପରି ଭାବରେ ଅନୁଷ୍ଠାନ ମଧ୍ୟ ‘ବି ସ୍ମାର୍ଟ ପ୍ରିଣ୍ଟ ସ୍ମାର୍ଟ’ ଅଫର୍ର ଘୋଷଣା କରିଛି ଯାହା ଜରିଆରେ କାନନର ଇଙ୍କଜେଟ୍ ଶ୍ରେଣୀରେ ସର୍ବାଧିକ ବିକ୍ରୟ ହେଉଥିବା ମଡେଲ୍ ପିକ୍ସମା ଜି ୨୦୧୦ ଓ ପିକ୍ସମା ଜି ୩୦୧୦ର କ୍ରୟ ଉପରେ ଗ୍ରାହକମାନେ ମାଗଣା ଟାଇମେକ୍ସ ହାତଘଣ୍ଟା ପାଇପାରିବେ । ଏହି ପ୍ରିଣ୍ଟରଗୁଡ଼ିକ ୱାୟରଲେସ କନେକ୍ଟଭିଟି ଓ ଏକ ସମିଶ୍ରିତ ଇଙ୍କ ଟ୍ୟାଙ୍କ ଭଳି ବୈଶିଷ୍ଟ୍ୟ ସହିତ ପ୍ରିଣ୍ଟିଂ କାର୍ଯ୍ୟକୁ ସମସ୍ୟାମୁକ୍ତ କରିବାର ଲକ୍ଷ୍ୟ ରଖିଛି । ଏହି ଅଫର୍ ୩୧ ଅକ୍ଟୋବର୍ ୨୦୧୯ ପର୍ଯ୍ୟନ୍ତ ବୈଧ । ଏହି ପାର୍ବଣ ଅଫର୍ ସହିତ, ଏହି ଅନୁଷ୍ଠାନ ଜାତୀୟ ସ୍ତରର ପଦକ୍ଷେପ ଓ କାର୍ଯ୍ୟକଳାପଗୁଡ଼ିକର ଘୋଷଣା କରିଛି, ଯାହା ଏହି ଋତୁରେ ଗ୍ରାହକମାନଙ୍କ ସହିତ ଯୋଡ଼ି ହୋଇ ରହୁଛି ।କ୍ୟାନନ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ସିଇଓ ଶ୍ରୀଯୁକ୍ତ କାଜୁଟାଡା କୋବାୟାସି ପ୍ରକାଶ କରିଛନ୍ତି, “ଆମର ସର୍ବ ଭାରତୀୟ ପଦକ୍ଷେପ ଓ ଅଫର୍ ମାଧ୍ୟମରେ ଆମେ ଆମର ଗ୍ରାହକଙ୍କୁ ଏହି ଋତୁରେ ଅଧିକ ଆନନ୍ଦ ପ୍ରଦାନ କରିବା ପାଇଁ ଚାହୁଁଛୁ । ଆମର ଗ୍ରାହକମାନେ ଏହି ବସରରେ ଅନେକ କିଛି ପାଇବା ସହିତ ସେମାନଙ୍କ କ୍ୟାନନ୍ ଉତ୍ପାଦ ଉପରେ ପାର୍ବଣ ଲାଭଗୁଡ଼ିକୁ ପାଇପାରିବେ ।”ଏହି ଅଭିଯାନ ଓ ଅଫର୍ ବିଷୟରେ କଞ୍ଜ୍ୟୁମର ସିଷ୍ଟମ ପ୍ରଡକ୍ଟସ ଏବଂ ଇମେଜ କମ୍ୟୁନିକେସନ ପ୍ରଡକ୍ଟସର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସି ସୁକୁମାରନ୍ ପ୍ରକାଶ କରିଛନ୍ତି, “‘ଡୁ ଗ୍ରେଟ୍ ୱିଥ୍ କ୍ୟାନନ୍’ ଅଭିଯାନ ମାଧ୍ୟମରେ ଆମେ ଆମର ଇଓଏସ୍ ଡିଏସ୍ଏଲ୍ଆର୍ଏସ୍ ରେଞ୍ଜକୁ ପ୍ରୋତ୍ସାହିତ କରିବା ଏବଂ ଫଟୋଗ୍ରାଫି ନିମନ୍ତେ ସେମାନଙ୍କ ଭଲ ପାଇବାକୁ ବଜାୟ ରଖିବା କ୍ଷେତ୍ରରେ ସେମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ଲକ୍ଷ୍ୟ ରଖିଛୁ । ଆମର ‘ବି ସ୍ମାର୍ଟ ପ୍ରିଣ୍ଟ ସ୍ମାର୍ଟ’ ଅଫର୍ ମାଧ୍ୟମରେ ଆମେ ଗ୍ରାହକମାନଙ୍କ ପ୍ରିଣ୍ଟିଂକୁ ଏକ ଉପଭୋଗଯୋଗ୍ୟ ବ୍ୟାପାରରେ ପରିଣତ କରିବାକୁ ଚାହୁଁଛୁ ।”


Share It

Comments are closed.