ମୃତ୍ୟୁ ପୂର୍ବରୁ ଏହି ସାତୋଟି ଇଚ୍ଛାକୁ ପୂରଣ କରିବାକୁ ଚାହୁଁଥିଲା ରାବଣ


ଆପଣଙ୍କୁ ଏହା ଜଣାଥିବ ଯେ ରାବଣ ଲଙ୍କାର ରାଜା ଥିଲା, ଯାହାର ବିନାଶ ଭଗବାନ ରାମଙ୍କ ଦ୍ୱାରା ହୋଇଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାବଣ ମରିବା ପୂର୍ବରୁ ଏହି ସାତୋଟି କାର୍ଯ୍ୟ କରିବାକୁ ଇଚ୍ଛା ରଖିଥିଲା ଯାହା ମାଧ୍ୟମରେ ସେ ସର୍ବଶକ୍ତିମାନ ହୋଇପାରିଥାନ୍ତା, କିନ୍ତୁ ସେ ଏଗୁଡ଼ିକୁ ପୂରଣ କରିବାରେ ସଫଳ ହୋଇପାରିନଥିଲା ।

ରାବଣ ସାତୋଟି ଯାକ ସମୁଦ୍ର ପାଣିକୁ ମିଠା କରିବାକୁ ଚାହୁଁଥିଲା ଯେମିତିକି ଧରାପୃଷ୍ଠରେ କେବେବି ପାନୀୟ ଜଳର ଅଭାବ ନ ହେଉ । ରାବଣର ଧରା ପୃଷ୍ଠରୁ ଭଗବାନଙ୍କ ପୂଜା ପରମ୍ପରାକୁ ସମାପ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେମିତିକି ଦୁନିଆରେ କେବଳ ତାର ହିଁ ପୂଜା ହୋଇଥାନ୍ତା । ଯେହେତୁ ସେ ଦୁନିଆଯାକର ସୁନା ଉପରେ କବ୍ଚା କରିବାକୁ ଚାହୁଁଥିଲା, ତେଣୁ ସୁନା ଖୋଜିବାରେ ଯେମିତି କିଛି ସମସ୍ୟା ନ ଉପୁଜେ ସେଥିପାଇଁ ସେ ସୁନାକୁ ସୁଗନ୍ଧିତ କରିବାକୁ ଚାହୁଁଥିଲା । ରାବଣ ମାଦକ ଦ୍ରବ୍ୟରୁ ଦୁର୍ଗନ୍ଧକୁ ଦୂର କରିବାକୁ ଚାହୁଁଥିଲା ଯାହାଦ୍ୱାରା ଲୋକମାନେ ମଦ୍ୟପାନ କରି ଅଧର୍ମକୁ ବିସ୍ତାର କରିପାରିଥାନ୍ତେ ।

ରାବଣ ସ୍ୱର୍ଗକୁ ଯିବା ପାଇଁ ପାହାଚ ତିଆରି କରିବାକୁ ଚାହୁଁଥିଲା, ଯାହାଦ୍ୱାରା ଲୋକମାନେ ମୋକ୍ଷ ପାଇଁ ଭଗବାନଙ୍କ ପୂଜା କରିବା ପରିବର୍ତ୍ତେ ରାବଣର ପୂଜା କରନ୍ତୁ । ଶୁଣାଯାଇଥାଏ ଯେ ରାବଣ ଯେବେ ବିଶ୍ୱ ବିଜୟୀ ଯାତ୍ରାରେ ବାହାରିଥିବା ସମୟରେ କୋଟି କୋଟି ଲୋକଙ୍କର ହତ୍ୟା କରି ସମସ୍ତ ନଦୀ ଗୁଡ଼ିକୁ ରକ୍ତ ରଞ୍ଜିତ କରିଦେଇଥିଲା । ତେଣୁ ପ୍ରକୃତିରେ ଅସନ୍ତୁଳନ ଦେଖାଯାଇଥିଲା ଏବଂ ଦେବତାମାନେ ଏଥିପାଇଁ ରାବରକୁ ଦାୟୀ ମାନିଥିଲେ । ତେଣୁ ରାବଣ ଚାହୁଁଥିଲା ରକ୍ତର ରଙ୍ଗ ଲାଲ ରୁ ଧଳା ହୋଇଯାଉ, ଯାହାଦ୍ୱାରା ରକ୍ତ ପାଣିରେ ସହଜରେ ମିଶି ପାରିବ । କୁଯାଯାଏ ଯେ ରାବଣ ଶ୍ୟାମଳ ବର୍ଣ୍ଣର ଥିଲା ତେଣୁ ସେ ଚାହୁଁଥିଲା ଯେ ସମସ୍ତ ମାନବ ଜାତି ଗୋରା ହୋଇଯାନ୍ତୁ ଯେମିତିକି କୌଣସି ମହିଳା ତାଙ୍କର ଅପମାନ ନ କରି ପାରନ୍ତି ।


Share It

Comments are closed.