ଦଶ ହଜାରରୁ କମ ମୁଲ୍ୟ ବର୍ଗରେ ମୋଟୋରୋଲାର ଦମଦାର ସ୍ମାର୍ଟଫୋନ


ମୋଟୋରୋଲା ପକ୍ଷରୁ ଭାରତରେ ଏହାର ମୋଟୋରୋଲା ୱାନ ମାକ୍ରୋର ଶୁଭାରମ୍ଭ କରାଯାଇଛି । ମୋଟୋରୋଲା ପରିବାରରେ ନୂଆକରି ସାମିଲ ହୋଇଥିବା ଏହି ନୂତନ ସଂସ୍କରଣରେ ଥିବା ଉତ୍ସର୍ଗୀକୃତ ମାକ୍ରୋ ଭିଜନ କ୍ୟାମେରା, ଯାହାକି ପ୍ରତ୍ୟେକ ବସ୍ତୁକୁ ୫ଏକ୍ସ ନୀକଟତର କରିବା ଏବଂ ଅନ୍ୟ କୌଣସି ଫୋନରେ ସମ୍ଭବ ହୋଇପାରୁନଥିବା ଭଳି ଛବି କ୍ୟାପଚର କରେ, ଯାହା ଏକ ଉକୃଷ୍ଟ ମାନର ବୃହତ୍ତ ଇମେଜିଙ୍ଗ ଅନୁଭବ ପ୍ରଦାନ କରିଥାଏ । ଏହାର ଏଆଇ କ୍ୟାମେରା ସିଷ୍ଟମ କ୍ୱାଡ ସେନ୍ସର ଏବଂ ଲେଜର ଅଟୋଫୋକସ ପ୍ରଯୁକ୍ତି ସହ ଆସିଛି ଯାହାକି ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ଅସାଧାରଣ ଛବି ଗୁଡ଼ିକୁ ଧ୍ୟାନ କେନ୍ଦ୍ରିତ କରିବାର ଅନୁମତି ଦେଇଥାଏ । ଏହା ସହ ମିଡିଆଟେକ ହେଲିଓ ପି୭୦ ଅକ୍ଟୋକୋର ପ୍ରୋସେସର, ଦୁଇଦିନ ଧରି ଚାଲିପାରୁଥିବା ୪୦୦୦ ମେଗାହର୍ଜ ବ୍ୟାଟେରୀ, ୪ଜିବି ବିଶିଷ୍ଟ ର‌୍ୟାମ ଏବଂ ୪୬ ଜିବିର ଷ୍ଟୋରେଜ ସମର୍ଥନ ସହ ଆପଣ ଏକ ଦ୍ରୁତ ଏବଂ ପ୍ରଭାବକାରୀ ପ୍ରନର୍ଶନର ଅନୁଭବ କରି ପାରିବେ । ଏହି ସମସ୍ତ ଏବଂ ଏକ ଭିଭିଡ ୬.୨’’ର ମ୍ୟାକ୍ସ ଭିଜନ ଏଚଡି ଯୁକ୍ତ ଡିସପ୍ଲେ ଆପଣଙ୍କ ଜୀବନରେ ନୀକଟତର ମୁହୂର୍ତ୍ତ ଗୁଡ଼ିକୁ ଏବଂ ମନୋରଞ୍ଜନ ଗୁଡ଼ିକୁ ମାତ୍ର ୯,୯୯୯ଟଙ୍କାର ଅବିଶ୍ୱସନୀୟ ମୂଲ୍ୟରେ ନେଇଆସିଛି ।

ଶ୍ରେଷ୍ଠ କ୍ୟାମେରା ବ୍ୟବସ୍ଥା

ଏହି ଏଆଇ କ୍ୟାମେରା ସହ ଆପଣ ଦୂରରୁ କିମ୍ବା ନିକଟରୁ ସୁଟିଙ୍ଗ କରୁଥିଲେ ମଧ୍ୟ ଏହା ଆପଣଙ୍କର ପ୍ରତ୍ୟେକ ସଟକୁ ଶ୍ରେଷ୍ଠ କରିଥାଏ । ଏହାର ଉତ୍ସର୍ଗୀକୃତ ମାକ୍ରୋ ଭିଜନ କ୍ୟାମେରା ସହ ବୃହତ୍ତ ପିକ୍‌ଚର ଗୁଡ଼ିକୁ ସହଜରେ ସୁଟ କରନ୍ତୁ ଯାହାକି ଆପଣଙ୍କୁ ଆପଣଙ୍କ ବିଷୟବସ୍ତୁ ନୀକଟକୁ ୨ସେ.ମି ପର୍ଯ୍ୟନ୍ତ ନେଇ ଯାଇଥାଏ । ଏହି ଫୋନର ଶ୍ରେଷ୍ଠ ବର୍ଗର କ୍ୟାମେରା ସହ ପ୍ରଶଂସାଯୋଗ୍ୟ ଛବି ନିଅନ୍ତୁ ଏବଂ ସଟ ଅପ୍ଟିମାଇଜେସନ, ଅଟୋ ସ୍ମାଇଲ କ୍ୟାପଚର ଭଳି ଏଆଈ ବୈଶିଷ୍ଟ୍ୟର ବ୍ୟବହାର କରି ଆପଣଙ୍କ ସ୍ନାପସଟକୁୂ ଅଲଗା ସ୍ତରକୁ ନେଇଯାଆନ୍ତୁ । ଏହାର ଉତ୍ସର୍ଗୀକୃତ ମାକ୍ରୋ ଭିଜନ କ୍ୟାମେରା ଅତିରିକ୍ତ ଭାବେ ୧୩ ଏମପି ମୁଖ୍ୟ ସେନ୍ସର ଏବଂ ୨ ଏମପି ଡେପ୍‌ଥ ସେନ୍ସର ସହ ଗୋଟିଏ ଥରରେ ହିଁ ଉକୃଷ୍ଟ ମାନର ଛବି କ୍ୟାପଚର କରିବାରେ ସହାୟକ ହୋଇଥାଏ । ଫୋନର ମୁଖ୍ୟ କ୍ୟାମେରାରେ ଥିବା ବିଜୁଳି ବେଗର ଲେଜର ଅଟୋଫୋକସର ବ୍ୟବହାର କରି କୌଣସି ବସ୍ତୁରୁ ମଧ୍ୟ ବାଦ୍ ଦିଏ ନାହିଁ ଯାହାକି ଆପଣଙ୍କୁ କ୍ଷଣିକ ମଧ୍ୟରେ ଆପଣଙ୍କ ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ । ଏପରିିକି ସବୁଠାରୁ କଷ୍ଟ ବିଜୁଳି ଚମକୁଥିବା ଅବସ୍ଥାରେ ମଧ୍ୟ ଆପଣଙ୍କୁ ଉପଯୁକ୍ତ ଛବି ନେବାକୁ ଦେଇଥାଏ ।

ପୂର୍ବରୁ ହୋଇନଥିବା ଭଳି ସବିଶେଷ ବିକାଶ

ଅନ୍ୟ ସାଧାରଣ ଲେନ୍ସ ତୁଳନାରେ ଏହି ଉତ୍ସର୍ଗୀକୃତ ମାକ୍ରୋ ଭିଜନ କ୍ୟାମେରା ଆପଣଙ୍କୁ ବିଷୟ ବସ୍ତୁର ୫ଏକ୍ସ ନୀକଟତର କରିଥାଏ, ତେଣୁ ଏକ ସମ୍ପୂର୍ଣ୍ଣ ନୂଆ ପରିକ୍ଷେପଣ ପାଇଁ ଆପଣ ସବିଶେଷ ତଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ସମାନ ଭାବରେ ଏକ ଅପ୍ଟିକାଲ ବ୍ଳର ଇଫେକ୍ଟ ଆପଣଙ୍କ ସଟରେ ସୌନ୍ଦର୍ଯ୍ୟ ଏବଂ ଗଭୀରତାକୁ ସାମିଲ କରିଥାଏ । ଗୋଟିଏ କ୍ୟାମେରାରେ ଏହି ସବୁକିଛି ଆପଣଙ୍କ ପକେଟକୁ ଖୁବ୍ ଭଲରୂପେ ସୁହାଇଥାଏ ।

ଷ୍ଟୋରେଜ ଏବଂ ପ୍ରଦର୍ଶନ

ଏହି ସ୍ମାର୍ଟଫୋନ ଏକ ଦ୍ରୁତ ଶକ୍ତି ସମ୍ପନ୍ନ ଏଆଇ ସମର୍ଥିତ ମିଡିଆଟେକ ହେଲିଓ ଅକ୍ଟା-କୋର ପ୍ରୋସେସର ସହ ଆସିଛି ଯାହାକି ଆପ୍ ଗୁଡ଼ିକୁ ବିନା କୌଣସି ଅପେକ୍ଷାରେ ଲୋଡ଼ କରୁଥିବାବେଳେ ଶକ୍ତି ସଂଣକ୍ଷଣ ମଧ୍ୟ କରିଥାଏ । ଏଥିରେ ମଧ୍ୟ ୬୪ଜିବି ଷ୍ଟୋରେଜ ଏବଂ ୪ ଜିବି ର‌୍ୟାମ ରହିଛି ଯାହାକି ଆପଣଙ୍କୁ ପ୍ରଦର୍ଶନରେ ବିନା କୌଣସି ବ୍ୟାଘାତରେ ଅଧିକ ଆପ ଏବଂ ଏକାଧିକ ଡ଼ାଟାକୁ ସଂରକ୍ଷିତ କରି ରଖିବାକୁ ଦେଇଥାଏ ।

ପୁରା ଦିନ ପାଇଁ ଚାର୍ଜ ରଖେ

ଏକ ଦୀର୍ଘସ୍ଥାୟୀ ୪୦୦୦ ମେଗାହର୍ଜ ବ୍ୟାଟେରୀ ଦୁଇ ଦିନର ଅବିରତ ବ୍ୟବହାର ସହ ଆପଣ କେତେ ଛବି ଉଠାଇଛନ୍ତି, ତାହାକୁ ଚିନ୍ତାନକରି ଆପଣଙ୍କ ଫୋନ ଆପଣଙ୍କ ସହ ହିଁ ଚାଲିଥାଏ । ଏହା ସହ ବକ୍ସ ଭିତରେ ଥିବା ଏକ ୧୦ଏକ୍ସ ଦ୍ରୁତ ଚାର୍ଜର ମାତ୍ର କିଛି ମିନିଟ୍‌ର ଚାର୍ଜିଙ୍ଗରେ ଶକ୍ତିର ଅବଧିକୁ ବଢ଼ାଇ ଦେଇଥାଏ, ଯାହାଦ୍ୱାରା ଗ୍ରାହକମାନେ ଦ୍ରୁତ ଭାବେ ଏହାକୁ ବ୍ୟବହାର କରିପାରିବେ ।

ଆକର୍ଷଣୀୟ ଡ଼ିଜାଇନଯୁକ୍ତ ସ୍ମାର୍ଟଫୋନର ଅନୁଭୂତି

୬.୨ ଇଞ୍ଚ୍ ଏଚଡି ଯୁକ୍ତ ଡିସପ୍ଲେ ଏବଂ ୟୁ-ନଚ ଡିଜାଇନ ସହ ଏକ ଚିତ୍ତାକର୍ଷକ ଦୃଶ୍ୟ ଅନୁଭୂତିକୁ ଉପଭୋଗ କରନ୍ତୁ । ୧୯:୯ ଅନୁପାତ ଏବଂ ୮୨%ର ସ୍କ୍ରିନ ଟୁ ବଡି ଅନୁପାତ ସହ ମୋଟୋରୋଲା ୱାନ ମାକ୍ରୋ ଆପଣଙ୍କ ହାତରେ ଉପଯୁକ୍ତ ଅନୁଭବ ପ୍ରଦାନ କରିବା ସହ ଏପରିକି ବ୍ୟବହାର ପାଇଁ ଆହୁରି ଉତ୍ତମ ହୋଇଯାଇଛି । ଏକ ସିନେମା ସମ୍ବନ୍ଧୀୟ ଅନୁଭବ ପାଇଁ ଡିସପ୍ଲେ ସହିତ ସ୍ପିକର ଗୁଡ଼ିକ ସଂଯୋଗ ହୋଇ ଆସିଛି ।

ମୂଲ୍ୟ ଏବଂ ଉପଲବ୍ଧତା

ମୋଟୋରୋଲା ୱାନ ମାକ୍ରୋର ମନମୁଗ୍ଧକର ସ୍ପେସ ବ୍ଲୁ ସଂସ୍କରଣର ସେଲ ୦୦.୦୦ଘଣ୍ଟାରୁ ଚଳିତ ବର୍ଷ ୧୨ ଅକ୍ଟୋବରୁ ଫ୍ଲିପକାର୍ଟରେ ମାତ୍ର ୯,୯୯୯/- ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।

ଅଫର

ଜିଓ ଟ.୨୨୦୦ର କ୍ୟାସବ୍ୟାକ ଏବଂ ୧୨୮ ଜିବି ଅତିରିକ୍ତ ଡାଟା ପ୍ରଦାନ କରୁଛି ।


Share It

Comments are closed.