କ୍ୟାନନ ପକ୍ଷରୁ ଏହାର ୯ମ ସଂସ୍କରଣର ଫଟୋ ମାରାଥନ ଆୟୋଜିତ


ସମଗ୍ର ଦେଶରେ ଫଟୋପ୍ରେମୀମାନଙ୍କ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ କ୍ୟାନନ ଇଣ୍ଡିଆ ପକ୍ଷରୁ ପୂର୍ବ ଭାରତୀୟମାନଙ୍କ ପାଇଁ ଏହାର ୯ମ ସଂସ୍କରଣର ଲାଇଭ ଫଟୋ ପ୍ରତିଯୋଗିତା –କ୍ୟାନନ ଫଟୋ ମାରାଥନର ଆୟୋଜିତ ହୋଇଯାଇଛି । କ୍ୟାନନ ପକ୍ଷରୁ ପ୍ରଥମଥର ପାଇଁ ୯ ଫେବୃଆରୀରେ ପୂର୍ବ ଭାରତର କୋଲକାତାର ସାଇନ୍ସ ସିଟି ଅଡିଟୋରିୟମ, ମିରାନିଆ ଗାର୍ଡେନ, ଟୋପସିଆ ଠାରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଗୋଟିଏ ଦିନ ଧରି ଚାଲିଥିବା ଏହି ବିଷୟବସ୍ତୁ ଭିତ୍ତିକ ଫଟୋଗ୍ରାଫିରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀମାନେ ଆକର୍ଷଣୀୟ ଉପହାର ପାଇଁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ ।
କ୍ୟାନନ ଫଟୋ ମାରାଥନର ୯ମ ସଂସ୍କରଣ କ୍ୟାନନ ଇଣ୍ଡିଆର କନଜ୍ୟୁମର ଇମାଜିନିଂ ଏବଂ ଇନଫରମେସନ ସେଣ୍ଟରର ଉପ ସଭାପତି ଶ୍ରୀଯୁକ୍ତ ଏଡି ୟୁଡାଗୌଡାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଥିରେ ଅଂଶଗ୍ରହଣକାରୀମାନେ ପ୍ରମୂଖ ଜୁରି ପ୍ୟାନେଲ ତଥା ଲାଇଫଷ୍ଟାଇଲ ଏବଂ କମର୍ସିଆଲ ଫଟୋଗ୍ରାଫର ଶ୍ରୀଯୁକ୍ତ ରବି ଡିଙ୍ଗରା, ୱେଡିଙ୍ଗ ଏବଂ ଫ୍ୟାସନ ଫଟୋଗ୍ରାଫର ଶ୍ରୀଯୁକ୍ତ ରାମବାବୁ ଧାନିସେଟ୍ଟୀ ଏବଂ ପ୍ରସିଦ୍ଧ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଶ୍ରୀଯୁକ୍ତ ତେଜସ ସୋନିଙ୍କ ଦ୍ୱାରା ବିଚାରିତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ କ୍ୟାନନ ଇଣ୍ଡିଆର ସଭାପତି ଓ ସିଇଓ, ଶ୍ରୀଯୁକ୍ତ କାଜୁଟାଡା କୋବାୟାସି କହିଛନ୍ତି ଯେ, “କ୍ୟାନନରେ ଆମ୍ଭେମାନେ ବିଶ୍ୱାସ କରିଥାଉକି ଫଟୋଗ୍ରାଫି ଏକ ପ୍ରକାରର କଳା, ଯାହା ସମସ୍ତଙ୍କ ଦ୍ୱାରା ଆଦୃତ ଏବଂ ପାଳିତ ହେବା ଆବଶ୍ୟକ । ଏହା ମଧ୍ୟ ଆମ୍ଭମାନଙ୍କ ପାଇଁ ଇନପୁଟ-ଟୁ-ଆଉଟପୁଟ ଉତ୍ପାଦ ବିଶେଷତାକୁ ବୁଝିବାର ସୁଯୋଗ ପ୍ରଦାନ କରିବା ସହିତ ଗ୍ରାହକମାନଙ୍କୁ ଇମାଜିନିଂ ଅନୁଭୂତି ପ୍ରଦାନ କରିପାରିବ । ଫଟୋମାରାଥନର ୯ମ ସଂସ୍କରଣ ସହିତ ଆମ୍ଭେମାନେ ଇମେଜିଂର ଶକ୍ତିଶାଳୀ ଏବଂ ମ୍ୟାଜିକାଲ ମାଧ୍ୟମ ସହିତ ଅଧିକରୁ ଅଧିକ ଲୋକମାନଙ୍କୁ ଜଡିତ କରିବାକୁ ଲକ୍ଷ୍ୟ ରଖିଛୁ ।”
ଏହି ପରିପ୍ରେକ୍ଷୀରେ କ୍ୟାନନ ଇଣ୍ଡିଆର କଞ୍ଜ୍ୟୁମର ଇମେଜିଂ ଏବଂ ଇନଫରମେସନ ସେଣ୍ଟର ର ଉପ ସଭାପତି ଶ୍ରୀଯୁକ୍ତ ଏଡି ଉଡାଗାୱା କହିଛନ୍ତିଯେ, “ କ୍ୟାନନ ଫଟୋ ମାରାଥନ ଏକ ଅଭିଯାନ ଯାହା ଆର୍ଟ ଅଫ କ୍ଲିକିଙ୍ଗ ମାଧ୍ୟମରେ ଫଟୋଗ୍ରାଫି ଉତ୍ସାହିମାନଙ୍କୁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ପ୍ରଦାନ କରିବ । ଚଳିତ ବର୍ଷ ପ୍ରଥମଥର ପାଇଁ କୋଲକାତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ୟାନନ ଫଟୋ ମାରାଥନରେ ଫଟୋଗ୍ରାଫି ଦକ୍ଷତା ପ୍ରଦର୍ଶନ କରିବା ପାଇଁ ବହୁ ଜଣଙ୍କୁ ଆକର୍ଷିତ କରିପାରିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ ।”


Share It

Comments are closed.