ବିଶ୍ୱକପ ପୂର୍ବରୁ ଧୋନିଙ୍କୁ ମିଳିବ ସର୍ବକାଳୀନ ମହାନ ଖେଳାଳୀ ସମ୍ମାନ


ଭାରତର ସର୍ବକାଳୀନ ମହାନ ଖେଳାଳୀ ଏବଂ ଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମକୁ ସ୍ଥାନ ଦିଆଯାଇଛି । ସେ ତାଙ୍କର ୧୨ ବର୍ଷର ଶ୍ରେଷ୍ଠ କ୍ରିକେଟ କ୍ୟାରିୟରେ ଏଭଳି ଉପଲବ୍ଧି ହାସଲ କରିଛନ୍ତି ଯାହାକି ତାଙ୍କ ପୂର୍ବରୁ କୌଣସି ଭାରତୀୟ ଖେଳାଳୀ କରି ପାରି ନାହାନ୍ତି । ଧୋନି, ସଚିନ ତେନ୍ଦୁଲକର, ରାହୁଲ ଦ୍ରିବାଡ, ସୌରଭ ଗାଙ୍ଗୁଲୀ, ଅନିଲ କୁମ୍ବଲେ ଏବଂ ବିରେନ୍ଦ୍ର ସେହୱାଗଙ୍କ ସହ ଖେଳିବା ସହ ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ।
ବର୍ତ୍ତମାନ ଧୋନି ନିଜ କ୍ୟାରିୟର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଥିବାବେଳେ ତାଙ୍କୁ ମଧ୍ୟ ଏହି ବିଶିଷ୍ଟ ଖେଳାଳୀଙ୍କ ପରି ସମ୍ମାନ ପ୍ରଦାନ କରାଯିବ । ଏଥି ପାଇଁ ଧୋନିଙ୍କ ଘରୋଇ ମଇଦାନ ରାଞ୍ଚିରେ ହିଁ ତାଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯିବ । ସେଥିପାଇଁ ଝାରଖଣ୍ଡ କ୍ରିକେଟ ଆସୋସିଏନ ପକ୍ଷରୁ ଧୋନିଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରିବା ସ୍ୱରୁପ ରାଞ୍ଚି ଷ୍ଟାଡିୟମର ଦକ୍ଷଣ ପାଶ୍ୱର୍ ପାଭିଲିୟନର ନାମ ଧୋନିଙ୍କ ନାମରେ ନାମିତ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ଏହାର ନିର୍ମାଣ କାର୍ଯ୍ୟ ୨୯ ଜୁଲାଇ ୨୦୧୮ରୁ ଆରମ୍ଭ କରାଯାଇଥିଲା । ତେବେ ୨୪ ଫେବୃଆରୀରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ଏବଂ ଦିନିକିଆର ସିରିଜରେ ତୃତୀୟ ଦିନିକିଆ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଅଛି ।
ତୃତୀୟ ଦିନିକିଆ ସମୟରେ ଏହି ପାଭିଲୟନର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି । ରାଞ୍ଚି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ତୃତୀୟ ଦିନିକିଆ ଧୋନିଙ୍କ ପାଇଁ ଏଠାରେ ଶେଷ ଆନ୍ତର୍ଜାତିକ ଦିନିକିଆ ହୋଇପାରେ । କାରଣ ଏହା ପରେ ଧୋନି ଆଇପିଏଲ ଏବଂ ବିଶ୍ୱକପ ପାଇଁ ବ୍ୟସ୍ତ ରହିବେ, ଯାହାକି ଇଂଲଣ୍ଡରେ ଖେଳାଯିବ ।


Share It

Comments are closed.