ଯୋଗ ଓ ଆସନ ଦ୍ୱାରା କିପରି ଦୂର କରିବେ ମୋଟାପଣ, ଜାଣନ୍ତୁ


ବର୍ତ୍ତମାନ ସମସ୍ତେ ଓଜନ କମାଇବା ପାଇଁ ଚିନ୍ତିତ । ଜିମରେ ବହୁ ସମୟ ଧରି ୱାର୍କଆଉଟ କରି ଓଜନ କମାଇଥାନ୍ତି । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ତେଣୁ ଅନ୍ୟ କେତକ ଉପାୟ ଅବଲମ୍ବନ କରି ସେମାନେ ତାଙ୍କର ଓଜନ କମାଇଥାନ୍ତି । ସେଥିମଧ୍ୟରୁ ଯୋଗ ଅନ୍ୟତମ । ଯୋଗର ବିଭିନ୍ନ ପ୍ରକାରର ଆସନ ରହିଥିବା ବେଳେ କିଛି ଆସନ ରହିଛି ଯାହା ଶରୀରର ଏକ୍ସଟ୍ରା କିଲୋଗ୍ରାମକୁ କମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯୋଗ ମଧ୍ୟ ସଠିକ ଯୋଗ ଟ୍ରେନରଙ୍କ ତତ୍ତ୍ୱାଧାନରେ କରିବା ଆବଶ୍ୟକ କାରଣ ଏହା ଦ୍ୱାରା ଶରୀରରେ ଶାରିରୀକ ଅଙ୍ଗଭଙ୍ଗୀରେ ଅସୁବିଧା ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ତେଣୁ ଆସନ୍ତୁ ଏହି ପ୍ରକାରର କିଛି ଯୋଗ ଆସନ ସମ୍ପର୍କରେ. . . . .

୧. ଭୃଜଙ୍ଗାସନ –

ଏହା ସର୍ପ ପରି ପୋଜିସନ ହୋଇଥିବାରୁ ଏହାକୁ ଭୃଜଙ୍ଗାସନ କୁହାଯାଏ । ଏହା ଆପଣଙ୍କ ଉପରର ଶରୀରର ମାଂସପେଶୀ ତଥା ଆବଡୋମିନାଲର ମାଂସପେଶୀ କମ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ପେଟର ମାଂସପେଶାକୁ ଟାଇଟ କରିଥାଏ ଏବଂ ପେଟ ବାହାରକୁ ବାହାର କରିଥିବା ଲୋକର ପେଟକୁ କମ କରିଥାଏ । ଗର୍ଭବତୀ ମହିଳା ଏବଂ ଅଣ୍ଟା କିମ୍ବା ବେକରେ ଯନ୍ତ୍ରଣା ଥିବା ବ୍ୟକ୍ତି ଏହି ଆସନ କରିବା ଉଚିତ ନୁହେଁ ।

୨. ମତ୍ସାସନ –

ଏହି ପୋଜିସନଟି ଦେଖିବାକୁ ମାଛ ପରି । ଏହା ଶରୀରର ସମସ୍ତ ଅଙ୍ଗରୁ ମାଂସପେଶୀ କମ କରି ଶରୀରକୁ ସଠିକ ସେପକୁ ଆଣିଥାଏ । ଏହାକୁ ଋତୁସ୍ରାବ ସମୟରେ ଏବଂ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି କରିବା ଅନୁଚିତ ।

୩. ଚର୍ତୁଙ୍ଗା ଦଣ୍ଡାସନ –

ଏହି ଆସନର ଶରୀରର କେବଳ ହାତ ପାପୁଲି ଏବଂ ପାଦ ଆଙ୍ଗୁଠି ଭୂମିକୁ ସ୍ପର୍ଶ କରିଥାଏ ଏବଂ ଅନ୍ୟ ସମସ୍ତ ଅଙ୍ଗ ଭୂମି ଉପରେ ରହିଥାଏ । ଏହା ସ୍ୱତନ୍ତ୍ରଭାବେ ବାଇସେପ ଏବଂ ଟ୍ରାଇସେପ ଆଣିବାରେ ସାହାଯ୍ୟ କରିଥାଏ । ଏହା ସଠିକ ଯୋଗ ଟ୍ରୋନରଙ୍କ ପରାମର୍ଶ ଦ୍ୱାରା କରିବା ଆବଶ୍ୟକ ।

୪. ସୂର୍ଯ୍ୟ ନମସ୍କାର –

ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସୂର୍ଯ୍ୟ ନମସ୍କାର ମଧ୍ୟ ଶରୀରର ବିଭିନ୍ନ ଅଙ୍ଗରୁ ମାଂସପେଶୀକୁ କମ କରି ଶରୀରକୁ ହାଲକା କରିଥାଏ । ଏହାକୁ ସମସ୍ତେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ କରିପାରିବେ । ଏହା ଶାରିରୀକ ଆସ୍ୱସ୍ତି ସହ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ ।

୫. ପାୱାର ଯୋଗ –

ପାୱାର ଯୋଗ ସାଧାରଣତଃ ବ୍ୟାକଟୁ ବ୍ୟାକ କିଛି ଯୋଗ ପୋଜିସନକୁ ବୁଝାଏ । ଏହା ଦ୍ୱାରା ହାର୍ଟର ସମସ୍ୟା ଦୂର ହେବା ସହିତ ଶରୀରର କ୍ୟାଲୋରି ଝାଳ ହୋଇ ନିଷ୍କାସିତ ହୋଇଥାଏ । ଏହା ସେମାନଙ୍କ ପାଇଁ ଯେଉଁମାନେ ଯୋଗକୁ ପୁରାତନ ଏବଂ ବୋରିଙ୍ଗ ବୋଲି ଭାବିଥାନ୍ତି ।

୬. ଏରିଏଲ ଯୋଗ –

ଏରିଏଲ ଯୋଗ ସାଧାରଣତଃ ଶାରିରୀକ ଫ୍ଲେକ୍ସିବିଲିଟି ପାଇଁ କରାଯାଇଥାଏ । ଏହାକୁ ସାଧାରଣତଃ କିଛି ବ୍ୟକ୍ତି ମ୍ୟୁଜିକ ଲଗାଇ କରିଥାନ୍ତି । ସେମାନେ ଗୀତର ତାଳେ ତାଳେ ଯୋଗର ପୋଜିସନ ଖୁବ ସହଜରେ କରିଥାନ୍ତି ଯାହାକୁ ସେମାନଙ୍କୁ ବୋରିଙ୍ଗ ଏବଂ କଷ୍ଟ ଲାଗିଥାଏ । ଏହା ଆପଣଙ୍କ ମାଂସପେଶୀକୁ ଟାଇଟ କରିବା ସହିତ ଶରୀରରୁ ମଧ୍ୟ କ୍ୟାଲୋରି କମ କରିଥାଏ । ଏହା ଆପଣ ଏକ୍ସପର୍ଟଙ୍କ ତତ୍ୱାବଧାନରେ କରିବା ଆବଶ୍ୟକ ।


Share It

Comments are closed.