ପାଂଟୋମାଥର ଭାରତ ଭାଲ୍ୟୁ ଫଣ୍ଡ ପକ୍ଷରୁ ହଲଦୀରାମ ଭୁଜିଆୱାଲାରେ ୨୩୫ କୋଟି ଟଙ୍କା ନିବେଶ

Share It

ଭୁବନେଶ୍ୱର: କୋଲକାତାର ହଲଦୀରାମ ଭୁଜିଆୱାଲା ପକ୍ଷରୁ ଘୋଷଣା କରାଯାଇଛି ଯେ ପ୍ରାଇଭେଟ ପ୍ଳେସମେଂଟ ଜରିଆରେ ଏହା ପାଂଟୋମାଥର ଭାରତ ଭାଲ୍ୟୁ ଫଣ୍ଡ (ବିଭିଏଫ)ଠାରୁ ସଂଖ୍ୟାଲଘୁ ଅଂଶଧନ ବଦଳରେ ୨୩୫ କୋଟି ଟଙ୍କାର ନିବେଶ ହାସଲ କରିଛି। ହଲଦୀରାମ ଭୁଜିଆୱାଲା ପକ୍ଷରୁ ପ୍ରଭୂଜୀ ବ୍ରାଣ୍ଡ ନାମରେ ଏହାର ଉତ୍ପାଦ ବିକ୍ରି କରାଯାଉଛି।
ଭାରତରେ ସ୍ନାକ୍ସ ହେଉଛି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଯାହାର ପରିମାଣ ୨୦୨୩-୨୪ ଆର୍ôଥକ ବର୍ଷରେ ୪୨୬ ବିଲିୟନ ଟଙ୍କା ଥିଲା ଏବଂ ୨୦୩୧-୩୨ ଆର୍ôଥକ ବର୍ଷ ସୁଦ୍ଧା ତାହା ବାର୍ଷିକ ୧୧ ପ୍ରତିଶତ ହାରରେ ଆଗକୁ ବଢ଼ି ୯୫୫ ବିଲିୟନ ଟଙ୍କାରେ ପହଂଚିବ ବୋଲି ଆକଳନ କରାଯାଇଛି। ସଂଗଠିତ କମ୍ପାନିଗୁଡ଼ିକ ପାଖରେ ଏହି ବଜାରର ସିଂହ ଭାଗ ଅଂଶ ଥିବା ବେଳେ କ୍ଷେତ୍ରରେ ଅଭିବୃଦ୍ଧିରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଉତ୍ପାଦରେ ନିରନ୍ତର ବିବିଧତା ଉପରେ ଗୁରୁତ୍ୱ, ଗୁଣାତ୍ମକ ମାନ, ସୁବିଧା ଓ ସୁରକ୍ଷା ମାନକ ପ୍ରତି ପ୍ରତିବଦ୍ଧତା ପାଇଁ ସେମାନେ ଆଗକୁ ବଢ଼ୁଛନ୍ତି।
ସ୍ନାକ୍ସ ଶିଳ୍ପରେ ହଲଦୀରାମ ଭୁଜିଆୱାଲାର ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟର ଦୃଢ଼ ପରମ୍ପରା ରହିଛି। ୧୦୦ରୁ ଅଧିକ ପ୍ରକାର ଏସକେୟୁରେ ପ୍ରଭୂଜୀ ବ୍ରାଣ୍ଡ ଅଧୀନରେ ଉତ୍ପାଦ ବିକ୍ରି କରାଯାଉଛି ଏବଂ ପୂର୍ବାଚଂଳ ଓ ଉତର ପୂର୍ବାଚଂଳରେ ଗ୍ରାହକମାନଙ୍କ ଭିତରେ ଏହା ବେଶ ପରିଚିତ। ନୂଆ ପିଢ଼ିର ମାର୍କେଟିଂ ଜରିଆରେ ପ୍ରଭୂଜୀ ଏବେ ଏକ ପରିଚିତ ବ୍ରାଣ୍ଡରେ ପରିଣତ ହୋଇଛି। ବଳିଉଡର କିମ୍ବଦନ୍ତୀ କଳାକାର ଶାହରୁଖ ଖାନ ଓ ରଶ୍ମିକା ମନ୍ଦାନା ଏହାର ପ୍ରଚାର କରୁଛନ୍ତି।
କମ୍ପାନିର ପ୍ରାୟ ୨୦୦୦ ବିତରକ ଓ୨,୦୦,୦୦୦ରୁ ଅଧିକ ରିଟେଲର ସାରା ଦେଶରେ ରହିଛନ୍ତି। କଂପାନିର ୧୯ଟି ରିଟେଲ ଆଉଟଲେଟ ଓ ୬୦ଟି ଫ୍ରାଂଚାଇଜ ଆଉଟଲେଟ ରହିଛି। ବର୍ତମାନ କମ୍ପାନି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତର ପୂର୍ବାଚଂଳ ବଜାରରେ ରହିଛି। କମ୍ପାନି ଏହି ପାଣ୍ଠି ଜରିଆରେ ଏହାର ମାନୁଫାକଚରିଂ କ୍ଷମତା ବଢ଼ାଇବ। ଏହାର ତିନିଟି ଉତ୍ପାଦନ କାରଖାନାର ମିଳିତ ବାର୍ଷିକ କ୍ଷମତା ୬୦୩୫ ନିୟୁତ ଟନ୍ ରହିଛି।
ଏହି ଅବସରରେ ହଳଦୀରାମ ଭୁଜିଆୱାଲା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମନୀଷ ଅଗ୍ରୱାଲ କହିଛନ୍ତି ଯେ, ‘ଗତ ୬୦ ବର୍ଷ ମଧ୍ୟରେ ଆମେ ଆକର୍ଷଣୀୟ ସ୍ନାକ୍ସ ଓ ମିଠା ଦେଇ ଏକ ବିଶ୍ୱସ୍ତ ଗ୍ରାହକ ଭିତିଭୂମି ସୃଷ୍ଟି କରିଛୁ। ଆମ କମ୍ପାନି ଧାରା ସୃଷ୍ଟି କରୁଛି ଯାହା ଭାରତର ଖାଦ୍ୟ ଅଭ୍ୟାସ ଏବଂ ସ୍ୱାଦରେ ବିପ୍ଳବ ଆଣିଛି। ବିଭିଏଫର ସମର୍ଥନ ସହିତ ଆମର ଶିଳ୍ପ ଦୃଷ୍ଟିକୋଣକୁ ଉପଯୋଗ କରି ଆମେ ଅଂଶୀଦାର ମୂଲ୍ୟ ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ରହିଛୁା ଏହି ସହଯୋଗିତା ଦୀର୍ଘମିଆଦୀ ଅର୍ଥନୈତିକ ଲାଭ ସୃଷ୍ଟି କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ଭିତିଭୂମି ସ୍ଥାପନ କରିବ।’’
ଭାରତ ଭାଲ୍ୟୁ ଫଣ୍ଡର ସିଆଇଓ ମଧୁ ଲୁନାୱତ କହିଛନ୍ତି ଯେ, ‘‘ ହଳଦୀରାମ ଭୁଜିଆୱାଲା ଲିମିଟେଡ୍ ସହ ସହଯୋଗିତା କରି ଆମେ ଆନନ୍ଦିତ। ୧୯୫୮ ମସିହାରେ ମାଲିକାନା ଭାବରେ ପ୍ରତିଷ୍ଠା ହେବା ପରଠାରୁ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବଜାର ବୁଝାମଣା ସହିତ, କମ୍ପାନି ଉପଭୋକ୍ତାଙ୍କ ଆଚରଣ ଏବଂ ବଜାର ଧାରା ବିଷୟରେ ଗଭୀର ଭାବରେ ବୁଝିପାରିଛି । ଆଧୁନିକ ବ୍ରାଣ୍ଡ ‘ପ୍ରଭୁଜୀ’ ଉପରେ ନୂଆ ପିଢ଼ିର ତୀକ୍ଷଣ ଧ୍ୟାନ ବିଶେଷ ଭାବେ ଉଲ୍ଲେଖନୀୟ। ଆମେ ଖାଦ୍ୟ, ଏଫଏମସିଜି ଏବଂ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରକୁ ନେଇ ବହୁତ ଆଶାବାଦୀ ଏବଂ ହଳଦୀରାମ ଆଗାମୀ ବର୍ଷଗୁଡ଼ିକରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିବା ପାଇଁ ଭଲ ସ୍ଥିତିରେ ଅଛି।’’


Share It

Comments are closed.