ବିଜେପିରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ ‘ଇଶା କୋପିକର’


ଦିନକୁ ଦିନ ୨୦୧୯ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରାଜନୈତିକ ଉଷ୍ମତା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ସେପେଟ ବିଭିନ୍ନ ନେତା ନିଜ ଦଳର ଭାବମୂର୍ତ୍ତିକୁ ବଢାଇବା ପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ପ୍ରଚେଷ୍ଟ ଚଳାଇଥିବାବେଳେ ସେପଟେ ଅନେକ କ୍ଷେତ୍ରରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ରାଜନୀତି ମଇଦାରେ ଓହ୍ଲାଇବା ପାଇଁ ପାଦ ଥାପିବା ଆରମ୍ଭ କଲେଣେ । ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତ୍ରୀ ‘ଇଶା କୋପିକର’ ଗତ କାଲି ବିଜେପିରେ ସାମିଲ ହୋଇଛନ୍ତି । ଇଶା ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀ ‘ନିତିନ ଗଡକାରୀ’ଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଅଭିନେତ୍ରୀ ଇଶା ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ‘ୱମେନ ଟ୍ରାନ୍ସପୋର୍ଟ ୱିଙ୍ଗ’ର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପ୍ରଦାନ କରିଛି । ଇଶା ପୂର୍ବରୁ ଅନେକ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି । ସେ ୨୦୦୭ରେ ‘ରାଖ’, ‘ସଲାମେ ଇଷ୍କ’ ଏବଂ ୨୦୦୬ରେ ‘ଡନ’ ଓ ’୩୬ ଚାଇନା ଟାଉନ’ଭଳି ଅନେକ ଗୁଡିଏ ହିଟ ଫିଲ୍ମରେ ନଜର ଆସିଛନ୍ତି ।


Share It

Comments are closed.