ମା’ସାଜିଲା ଡାହାଣୀ, ପ୍ରେମିକ ସହ ମିଶି ନିଜ ପୁଅକୁ ନିର୍ମମ ଭାବେ କଲା ହତ୍ୟା


ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସାରା ଅଞ୍ଚଳରେ ଏକା ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାଟି କିଛି ଏପରି ଘଟିଛି ଯେ, ଜଣେ ମା’ ତାର ପ୍ରେମିକ ସହ ମିଶି ନିଜ ପୁଅକୁ ବାଡେଇ ବାଡେଇ ନିର୍ମମ ଭାବେ ହତ୍ୟା କରିଛି । ମୃତକ ପୁଅ ଜଣକ ୩୦ ବର୍ଷିୟ ହୋଇଥିବାବେଳେ ତାଙ୍କ ନାମ ହେଉଛି ରବିନ୍ଦ୍ର । ପୋଲିସ ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଉକ୍ତ ମା’ ଏବଂ ତା ପ୍ରେମିକକୁ ଗିରଫ କରି କୋର୍ଟ ଚାଲଣ କରିଛି ।
ରବିନ୍ଦ୍ର ନ୍ୟୁ ଅଶୋକ ନଗରର ଝଣ୍ଡା ଚୌକା ପାଖରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ସହ ୫୧ ବର୍ଷିୟା ମା’ ସୁଭଦ୍ରା ଏବଂ ତାଙ୍କ ସାଙ୍ଗ ଅଜିତ ମଧ୍ୟ ରହୁଥିଲେ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୁଭଦ୍ରା ଏବଂ ରବିନ୍ଦ୍ରଙ୍କ ସାଙ୍ଗ ଅଜିତଙ୍କ ମଧ୍ୟରେ ଅବୈଧ୍ୟ ସଂପର୍କ ଗଢି ଉଠିଥିଲା । ଶନିବାର ଦିନ ରବିନ୍ଦ୍ର ଯେତେବେଳେ ମଦ ପିଇ ଘରକୁ ଫେରେ ତ ତେବେ ଦେଖ ତ ତା ମା’ ସୁଭଦ୍ରା ଏବଂ ଅଜିତ ଆପତ୍ତିଜନକ ଅବସ୍ଥା ଥାନ୍ତି । ଏହା ଦେଖି ରବିନ୍ଦ୍ର କୋଧିତ ହୋଇ ତାଙ୍କୁ ଗାଳୁଗୁଲଜ କରିବାକୁ ଲାଗନ୍ତି ।
ଏହା ପରେ କାଳେ ଏହି ଘଟଣାକୁ ସାର୍ବଜନୀକ ରୂପେ ସମସ୍ତେ ଜାଣିଯିବେ ସେଥିପାଇଁ ମା’ ସୁଭଦ୍ରା ଏବଂ ତାଙ୍କ ପ୍ରେମିକ ଅଜିତ ଉଭୟ ମିଶି ରିବନ୍ଦ୍ରଙ୍କୁ ପିଟି ପିଟି ହତ୍ୟା କରିଦେଇଥିଲେ । ଏହି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି ।


Share It

Comments are closed.