ଭାରତକୁ ଲାଗିଲା ବଡ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ଆଜିର ମ୍ୟାଚରୁ ବାଦ ପଡିଲେ ଧୋନି


ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳରେ ଧୂଆଁଧାର ପ୍ରଦର୍ଶନ କରୁଥିବା ପୂର୍ବତ୍ତନ ଅଧିନାୟକ ଧୋନି ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁ ନାହାନ୍ତି । ଧୋନିଙ୍କ ଆଣ୍ଠୁ ପଛରେ ଗଭୀର ଆଘାତ ଯୋଗୁଁ ସେ ତୃତୀୟ ଦିନିକିଆ ଖେଳିବାରୁ ବାଦ ପଡିଛନ୍ତି । ସେଥିପାଇଁ ଦଳ ଶେଷ ମୂହୂର୍ତ୍ତରେ ଧୋନିଙ୍କ ବଦଳରେ ଦୀନେଶ କାର୍ତ୍ତିକଙ୍କୁ ଖେଳାଇବା ପାଇଁ ନିଷ୍ପତି ନେଇଥିଲା । ଧୋନି ଆଣ୍ଠୁ ପଛରେ କେତେ ଜୋରସେ ଗଭୀର ଆଘାତ ଲାଗିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୁଧା ଜଣା ପଡିନଥିବାବେଳେ ସେ ଆଗାମୀ ମ୍ୟାଚ ଖେଳିପାରିବେ କି ନାହିଁ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ।
ଭାରତ ପାଇଁ ୩୩୭ଟି ଦିନିକିଆ ଖେଳିଥିବା ଏହି ଖେଳାଳୀ ମାତ୍ର ଅଳ୍ପ କେତୋଟି ସିରିଜରେ ଆଘାତ ଯୋଗୁଁ ମ୍ୟାଚ ଖେଳିବାରୁ ବାଦ ପଡିଛନ୍ତି । ଧୋନି ଚଳିତ ବର୍ଷ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଧୂଆଁଧାର ପ୍ରଦର୍ଶନ ଦେଖାଇ ଭାରତ ପାଇଁ ବିଜୟର ମୁଖ୍ୟ ନାୟକ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ତାଙ୍କ ଅନୁପସ୍ଥିତି ଦଳ ପାଇଁ ଅସୁବିଧାର କାରଣ ମଧ୍ୟ ସାଜିପାରେ ।


Share It

Comments are closed.