ଘରୋଇ ଉପଚାରରେ ଗୋଲମରୀଚ


ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ପ୍ରକାରର ମସଲା ରହିଥାଏ । ଯାହାର କି ନିୟମିତ ବ୍ୟବହାର ମଧ୍ୟ ହୋଇଥାଏ କିନ୍ତୁ ଏହି ମସଲା ଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ କେତେଯେ ହିତକର ଏହି ସମ୍ପର୍କରେ ଅନେକ ଅଜଣା ରହିଥାନ୍ତି ।ସେହି ମସଲାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଗୋଲମରିଚ ।ଏହା ଶରୀରକୁ ସଂକ୍ରମଣଠୁ ଦୂରରେ ରଖିଥାଏ ଏବଂ କଫ,ପିତ୍ତ ଭଳି ସମସ୍ୟାଗୁଡ଼ିକୁ ଦୂର କରିଥାଏ । ଏହିଭଳି ଅନେକ ସାଧାରଣ ସମସ୍ୟାକୁ ଦୂରୀଭୂତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
କବ୍ଚ
କବ୍ଚ ରୋଗୀମାନଙ୍କ ପାଇଁ ପାଣିସହିିତ ଗୋଲମରିଚର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବାପାଇଁ ଏକ କପ ପାଣି ସହ ଲେମ୍ବୁରସ ଓ ଗୋଲମରୀଚ ଗୁଣ୍ଡରେ ଅଳ୍ପ କିଛି ଲୁଣପକାଇ ପିଇବା ଦ୍ୱାରା ଅନେକ ଉପଶମ ମିଳିଥାଏ ।
ଶାରୀରିକ କ୍ଷମତା ବଢ଼ାଇଥାଏ
ଅଳ୍ପ ଉଷୁମପାଣିରେ ଗୋଲମରିଚର ସେବନ କରିବାଦ୍ୱାରା ଶାରୀରିକ କ୍ଷମତା ବଢ଼ିଥାଏ ।ଏହା ସହ ଶରୀରରେ ଜଳର କମିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏହା ଥକାପଣ ଦୂର କରିବାସହ ତ୍ୱଚାର ଶୁଷ୍କତାକୁ ମଧ୍ୟ ଦୂରକରିଥାଏ । ଏହା ଶରୀରରେ ଏସିଡିଟି ସମସ୍ୟାକୁ ମଧ୍ୟ ଦୂରକରିଦେଇଥାଏ ।
ଚର୍ବି କମାଇବାରେ ସାହାଯ୍ୟ କରେ
ଗୋଲମରୀଚ ସହ ଅଳ୍ପ ଉଷୁମ ପାଣିର ସେବନ ଶରୀରରେ ଜମିରହିଥବା ଫ୍ୟାଟକୁ କମାଇଥାଏ ।ଏହା ସହିତ କ୍ୟାଲୋରୀକୁ ଜଳାଇ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।
ସୂଚନା
ଜାଣି ରଖନ୍ତୁ ପୂର୍ବରୁ ଯଦି କୌଣସି ଓøଷଧ ନେଉଥାନ୍ତି ତେବେ କୌଣସି ଘରୋଇ ଉପଚାର କରିବା ଆଗରୁ ନିଜ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ ।


Share It

Comments are closed.