ଅଗଷ୍ଟ ୧୫ରେ ଜମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ତ୍ରିରଙ୍ଗା ଉଡାଇବେ କେନ୍ଦ୍ର ସରକାର


ଏଥର ଜାମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ଅଗଷ୍ଟ ୧୫ ଉପଲକ୍ଷେ ତ୍ରିରଙ୍ଗା ଉଡ଼ାଇବାକୁ ଯୋଜନା କରିଛନ୍ତି ମୋଦୀ ସରକାର । ଏଥିପାଇଁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ କାଶ୍ମୀରକୁ ପଠାଯାଇଛି । ମିଳିଥିବା ସୂଚନା ମୁତାବକ ସ୍ୱାଧୀନତା ଦିବସ ପାଳନବେଳେ ଯେଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜମ୍ମୁକାଶ୍ମୀରର ବହୁ ପଞ୍ଚାୟତ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉଡି଼ବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ବିଜେପି ପକ୍ଷରୁ ମଧ୍ୟ ଏହାର କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ୧୫ ଅଗଷ୍ଟରେ ଯେଭଳି ତ୍ରିରଙ୍ଗା ଉଡ଼ିବ ସେଥିପ୍ରତି ଦୃଷ୍ଟି ଦେବେ । କିଛିଦିନ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସମର୍ଥନ ଥିବାର ବିଜେପି ଅନୁଭବ କରିଛି । ସେହିପରି ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ ମଜଭୁତ କରିବା ପ୍ରୟାସରେ ଏବେ ମୋଦୀ ସରକାର ଚାହାଁନ୍ତି ।
ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । କୁହାଯାଉଛି ଅମରନାଥ ଯାତ୍ରା ପରେ ପରେ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ।


Share It

Comments are closed.