ଗାଭାଷ୍କରଙ୍କ ମନ୍ତବ୍ୟ ପରେ କୋହଲିଙ୍କ ସମର୍ଥନରେ ବାହରିଲେ ମଞ୍ଜରେକର


ବିଶ୍ୱକପରେ ଦଳର ପରାଜୟ ପରେ ବିରାଟ ପୁଣି ଥରେ ଦଳର ଅଧିନାୟକ ରହିବାର ନିଷ୍ପତି ଉପରେ ସୁନିଲ ଗାଭାଷ୍କର ଅନିଚ୍ଛା ପ୍ରକାଶ କରିଥିବାବେଳେ ସମସ୍ତ ଫର୍ମାଟରେ ଅଲଗା-ଅଲଗା ଅଧିନାୟକ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଗାଭାଷ୍କର ଆହୁରୀ ମଧ୍ୟ କହିଛନ୍ତି ଯେ, କୋହଲି ପୁଣି ଥରେ ଦଳର ଅଧିନାୟକ ରହିବାର ନିଷ୍ପତି ଉପରେ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଆବଶ୍ୟକ ଥିଲା ।
ଗାଭାଷ୍କାରଙ୍କ ଏହି ବୟାନ ପରେ ପୂର୍ବତ୍ତନ କ୍ରିକେଟ ତଥା କମେଣ୍ଟଟେଟର ସଞ୍ଜୟ ମଞ୍ଜରେକର କୋହଲିଙ୍କ ସପକ୍ଷରେ ବାହାରିଛନ୍ତି । ପ୍ରକାଶ ଥାଉକି ୩ ଅଗଷ୍ଟରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେବାକୁ ଥିବା କ୍ରିକେଟର ସମସ୍ତ ଫର୍ମାଟରେ କୋହଲି ପୁଣି ଥରେ ଅଧିନାୟକ ରହିବେ ବୋଲି ବିସିସିଆଇ ପକ୍ଷରୁ ନିଷ୍ପତି ନିଆଯାଇଛି ।


ମଞ୍ଜରେକର ଏହି ସଂପର୍କରେ ଟ୍ୱିଟ କରି ଲେଖିଛନ୍ତି ଯେ, “ଭାରତୀ ଚୟନକର୍ତ୍ତା କୋହଲିଙ୍କୁ ପୁଣି ଥରେ ସମସ୍ତ ଫର୍ମାଟରେ ଅଧିନାୟକତ୍ୱ ପଦ ଦେବାର ନିଷ୍ପତି ଉପରେ ଗାଭାଷ୍କାର ସାର ଯେଉଁ ଅନିଚ୍ଛା ପ୍ରକାଶ କରିଛନ୍ତି ସେଥିପାଇଁ ମୁଁ ତାଙ୍କ ସହ ସହମତ ନୁହେଁ । ବିଶ୍ୱକପରେ ଭାରତର ପ୍ରଦର୍ଶନ ଆଶାତୀତ ଏତେ ଖରାପ ନଥିଲା କାରଣ ଦଳ ୭ଟିରେ ବିଜୟ ହୋଇ ୨ଟିରେ ପରାଜୟ ବରଣ କରିଥିଲା । ଶେଷ ମ୍ୟାଚରେ ଦଳ ବହୁତ କମ ଅନ୍ତରରେ ପରାଜୟ ବରଣ କରିଥିଲା । ଚୟନକର୍ତ୍ତା ରୂପରେ ପଦବୀ ଅଧିକ ମହତ୍ତ୍ୱପୂର୍ଣ୍ଣ ସଚ୍ଚୋଟତା ଅଟେ ।”


Share It

Comments are closed.