ଦୀପିକାଙ୍କ ଫିଲ୍ମ “ଛପକ୍”କୁ ବୟକଟ କରିବା ପାଇଁ ଦାବୀ କଲା ବିଜେପି


ବଲିଉଡ ଅଭିନେତା ଦୀପିକା ପାଦୁକନଙ୍କ ଫିଲ୍ମ “ଛପକ୍”କୁ ଗୋଟିଏ ପରେ ଗୋଟେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଜେଏନୟୁ ହିଂସାକାଣ୍ଡରେ ଆହତ ଛାତ୍ରଙ୍କ ସପକ୍ଷରେ ଠିଆ ହେବାକୁ ନେଇ ପୁଣିଥରେ ଏକ ବିବାଦ ମୁଣ୍ଡ ଟେକିଛି । କାରଣ ଆହତ ଛାତ୍ରଙ୍କ ସପକ୍ଷରେ ଦୀପିକାଙ୍କ ଏହି ସମର୍ଥନକୁ ନେଇ ବର୍ତ୍ତମାନ ବିଜେପି ପକ୍ଷରୁ ତାଙ୍କ ଫିଲ୍ମ “ଛପକ୍”କୁ ବୟକଟ କରିବା ପାଇଁ ବର୍ତ୍ତମାନ ଦାବୀ ଆରମ୍ଭ ହୋଇଗଲାଣି ।
ଏହି ଘଟଣାକୁ ନେଇ ବରିଷ୍ଠ ବିଜେପି ନେତା ସଞ୍ଜୟ ପାସୱାନ କହିଛନ୍ତି ଯେ, “ ଯେଉଁମାନେ ‘ଟୁକଡେ ଟୁକଡେ ସଂଗଠନ’ ସହ ଠିଆ ହୋଇଛନ୍ତି, ତାଙ୍କ ବିରୋଧ କରାଯିବ । ଜନସାଧାରଣ ତାଙ୍କ ଉପରେ କ୍ରୋଧିତ ହେବେ । ଏଥିପାଇଁ ଆମେ ଏହି ସବୁକୁ ପାଳନ କରୁଛି । ଆମେ ଖବର ପାଇଛୁ କି ଜଣେ କେହି ଦୀପିକାଙ୍କୁ ଭ୍ରମିତ କରାଇ ତାଙ୍କୁ ଜେଏନୟୁ ନେଇଯାଇଥିଲେ । ”
ସେ ଆହୁରୀ କହିଛନ୍ତି ଯେ, “ଯଦି ହିରୋ ଓ ହିରୋଇନ ସେଠାକୁ ଯାଉଛନ୍ତି, ତେବେ ଆମେ ବି ସକ୍ଷମ ଏବଂ ତାଙ୍କ ଅପେକ୍ଷା ଆମ ପାଖରେ ମଧ୍ୟ ଅନେକ ହିରୋ ଏବଂ ହିରୋଇନ ମହଜୁଦ ଅଛନ୍ତି । ଜେଏନୟୁରେ କେତେ ଜଣା ହିଂସା ଘଟାଉଛନ୍ତି ଏହା ଏକ ଚିନ୍ତାଜନକ ବିଷୟ କିନ୍ତୁ ମୁଁ ଅନୁଭବ କରୁଛି ଯେ, ଯେଉଁ ଅଭିନେତା, ଅଭିନେତ୍ରୀ, ଲେଖକ ଏବଂ ଲେଖିକାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଠିକ ନାହିଁ ସେମାନଙ୍କୁ ନିଶ୍ଚୟ ବିରୋଧ କରାଯିବ । ”


Share It

Comments are closed.