ସାମସଙ୍ଗ ପକ୍ଷରୁ ୪୦ଟି ନୂତନ ଏୟାର କଣ୍ଡିସନରର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ସର୍ବବୃହତ ଓ ସବୁଠାରୁ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରାନିକ ଏବଂ ମୋବାଇଲ ଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଏହାର ନୂତନ ଶ୍ରେଣୀର ଏୟାର କଣ୍ଡିସନର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ରହିଛି ୱାଇ-ଫାଇ କ୍ଷମତା ସହିତ ୱିଣ୍ଡ ଫ୍ରି ଏସି ୨.୦, ହ୍ୟୁମାନ ଡିଟେକ୍ସନ ଓ ଗ୍ରୀନ ଆର୩୨ ଗ୍ୟାସ, ପ୍ରିମିୟମ ଟ୍ରିପଲ ଇନଭର୍ଟର ସିରିଜ, ଇକୋ ଇନଭର୍ଟର, ଅନ/ଅଫ ସ୍ପ୍ଲିଟ ଓ ୱିଣ୍ଡୋ ଏସି । ୨୦୨୦ ଲାଇନ ଅପରେ ରହିଛି ୪୦ଟି ମଡେଲ, ଯାହାକୁ ଅତ୍ୟନ୍ତ ସୁନ୍ଦର ଭାବେ ଡିଜାଇନ କରାଯାଇଛି ଓ ଏହାର ମୂଲ୍ୟ ଓ ଶକ୍ତି ସବୁଘର ପାଇଁ ଉପଯୋଗୀ । ଏଥିରେ ରହିଛି ଆକର୍ଷଣୀୟ ଫ୍ଲୋରାଲ ପ୍ୟାଟର୍ଣ୍ଣ ଓ ପ୍ରିମିୟମ ଷ୍ଟ୍ରିପ ଡିଜାଇନ । ସାମସଙ୍ଗରେ ମଧ୍ୟ ଏହାର କପର କଣ୍ଡିସନର ରେଞ୍ଜକୁ ୩୨ଟି ମଡେଲକୁ ସଂପ୍ରସାରିତ କରିଛି । ଏହାର ଡିଜିଟାଲ ଇନଭର୍ଟର କମ୍ପ୍ରେସର ରେଞ୍ଜରେ ୧୦ ବର୍ଷର ୱାରେଣ୍ଟି, ପ୍ରିମିୟମ ଟ୍ରିପଲ ସିରିଜରେ କପର କଣ୍ଡିସନର ମଡେଲ ଓ ୱିଣ୍ଡ ଫ୍ରି ୨.୦ରେ ରହିଛି ୫ ବର୍ଷର କଣ୍ଡିସନର ୱାରେଣ୍ଟି ଏବଂ ପିସିବି କଣ୍ଟ୍ରୋଲରେ ୫ ବର୍ଷର ୱାରେଣ୍ଟି । ଏହି ନୂତନ ଏସି ରେଞ୍ଜର ମୂଲ୍ୟ ଟ.୩୫,୯୯୦ ରୁ ଆରମ୍ଭ ହୋଇ ମୂଲ୍ୟ ଟ.୭୩,୯୯୦ ପର୍ଯ୍ୟନ୍ତ ରହିଛି । ଏହି ନୂତନ ମଡେଲ ଗୁଡ଼ିକ ଚଳିତବର୍ଷ ଜାନୁଆରୀ ଠାରୁ ସମସ୍ତ ଷ୍ଟୋରଗୁଡ଼ିକରେ ଉପଲବ୍ଧ ହୋଇଯିବ ।
ଏହା ସମ୍ପର୍କରେ ସାମସଙ୍ଗ ଇଣ୍ଡିଆ, କଞ୍ଜ୍ୟୁମର ଇଲେକ୍ଟ୍ରାନିକ ବିଜନେସ, ଏଚଭିଏସି ଡିଜାଇନ, ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ରାଜୀବ ଭୁଟାନି କହିଛନ୍ତି ଯେ, “ଆମର ଗବେଷଣାରୁ ଜଣାଯାଇଛି ଯେ ଭାରତର ଏସି ଗ୍ରାହକମାନେ ଦୀର୍ଘସ୍ଥାୟୀତ୍ୱ, ସୁଲଭ ମୂଲ୍ୟ ଓ ଶକ୍ତି ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଆମର ନୂତନ ରେଞ୍ଜ ସହିତ ଏହି ସମସ୍ତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସୁନିଶ୍ଚିତ କରୁଛୁ ।” ଏହା ବ୍ୟତୀତ ସାମସଙ୍ଗ ମଧ୍ୟ ଆକର୍ଷଣୀୟ ଇଏମଆଇ ବିକଳ୍ପର ଶୁଭାରମ୍ଭ କରିଛି, ଯେଉଁଠାରେ ଗ୍ରାହକମାନେ ଜିରୋ ଡାଉନ ପେମେଣ୍ଟରେ ଗୋଟିଏ ସାମସଙ୍ଗ ଏସି ନେଇପାରିବେ ସହ ଫ୍ରି ଇନଷ୍ଟଲେସନ ବା ଟ.୪୯୯ରେ ଇନଷ୍ଟଲେସନର ସୁବିଧା ରହିଛି । ଏହା ସହିତ ୱିଣ୍ଡ-ଫ୍ରି ମଡେଲରେ ୧୦% କ୍ୟାସବ୍ୟାକ ଓ ପ୍ରିମିୟମ ଟ୍ରିପଲ ଇନଭର୍ଟର ସିରିଜରେ ୫% କ୍ୟାସବ୍ୟାକ ପାଇପାରବେ ଯାହାକି ବ୍ୟାଙ୍କ ଓ ଫର୍ମାଟରେ ଉପଲବ୍ଧ ।


Share It

Comments are closed.