୫ବର୍ଷ ମଧ୍ୟରେ ହେମା ମାଲିନୀଙ୍କ ସମ୍ପତିରେ ବୃଦ୍ଧି ଘଟିଛି ଦୁଇ ଗୁଣା


ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଲିନୀ ୧୨୫ କୋଟିରୁ ଉଦ୍ଧ୍ୱର୍ ସମ୍ପତିର ମାଲିକାଣି ଅଟନ୍ତି । କେବଳ ଏତିକି ନୁହେଁ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସମ୍ପତିକୁ ମିଶାଇଲେ ଉଭୟଙ୍କର ସମ୍ପତି ୨୫୦ କୋଟିରୁ ଅଧିକ ରହିଛି ବୋଲି ଜଣା ପଡିଛି । ୨୦୧୪ରେ ଉଭୟଙ୍କର ସମ୍ପତି ୧୭୮ କୋଟି ରହିଥିବାବେଳେ ବର୍ତ୍ତମାନ ଏହା ୨୫୦ କୋଟିରେ ଆସି ପହଞ୍ଚିଛି ।
୨୦୧୯ ଲୋକସଭା ସାଧାରଣ ନିର୍ବାଚନ ପାଇଁ ହେମା ମାଲିନୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିଜର ସମସ୍ତ ସମ୍ପତିର ହିସାବ ଦେଇଛନ୍ତି । ତାଙ୍କର ବ୍ୟାଙ୍କ ଖାତାରେ ବର୍ତ୍ତମାନ ୧୨ କୋଟି ୨୨ ଲକ୍ଷ ୯୬ ହଜାର ଟଙ୍କା ରହିଥିବାବେଳେ ସେପଟେ ଧର୍ମେନ୍ଦ୍ରଙ୍କ ଖାତାରେ ୧୨ କୋଟି ୬୨ ଲକ୍ଷ ୧୫ ହଜାର ଟଙ୍କା ରହିଛି । ହେମାମାଳିନୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତିର ମୂଲ୍ୟ ୭କୋଟି ୪ ଲକ୍ଷ ୧୫ ହଜାର ଟଙ୍କା ରହିଥିବାବେଳେ ଧର୍ମେନ୍ଦ୍ରଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତିର ମୂଲ୍ୟ ୧ କୋଟି ୬୦ଲକ୍ଷ ରହିଛି ।
ପ୍ରକାଶ ଥାଉକି ୫ ବର୍ଷ ମଧ୍ୟରେ ହେମାମାଲିନୀଙ୍କ ସମ୍ପତି ଦୁଇ ଗୁଣା ବଢିଯାଇଛି । ଗତ ୨୦୧୪ ନିର୍ବାଚନରେ ହେମା, ତାଙ୍କର ଏବଂ ଧର୍ମେନ୍ଦ୍ରଙ୍କ ସମ୍ପତି ୧୭୮ କୋଟି ଥିବାର ଦର୍ଶାଇଥିଲେ । କିନ୍ତୁ ବର୍ତ୍ତମାନ ଏଥିରେ ବୃଦ୍ଧି ଘଟି ୨୫୦ କୋଟିରେ ଆସି ପହଞ୍ଚିଛି ।


Share It

Comments are closed.