ଖରାଦିନେ କିପରି ଦେଖାଯିବେ ଷ୍ଟାଇଲିସ, ଜାଣନ୍ତୁ


ଖରାଦିନେ ଅତ୍ୟନ୍ତ ଟାଣ ଖରାକୁ ମାତ୍ ଦେବା ପାଇଁ ପୋଷାକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେହିପରି ନିଜର ମେକଅପ, ଗହଣା ଇତ୍ୟାଦି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଖରାଦିନେ ଝାଳ, କୁଣ୍ଡିଆ ଏବଂ ଘିମିରିର ସମ୍ଭାବନା ଥିବା ହେତୁ ଏଥି ପାଇଁ ପୋଷାକର ଫ୍ୟାବ୍ରିକ, ଗହଣା, କେଶର ଷ୍ଟାଇଲ ଇତ୍ୟାଦି ଚୟନ କରିବା ଖୁବ ଆବଶ୍ୟକ । ପୋଷାକ ଉପକରଣ ଚୟନ କରିଲା ବେଳେ ସମସ୍ତେ ପ୍ରାୟ କଟନ କପଡା ଚୟନ କରିଥାନ୍ତି । ଏହା ଦ୍ୱାରା ବିଭିନ୍ନ ଆଲର୍ଜିକୁ ମଧ୍ୟ ନିରାକରଣ କରାଯାଇପାରିବ । ଏହା ମଧ୍ୟ ସମସ୍ତେ ଜାଣିଥିବା କି ଧଳା, ନୀଳ ଏବଂ ହାଲକା ରଙ୍ଗ ଏଥି ପାଇଁ ଶ୍ରେଷ୍ଠ । ଧଳା ଏବଂ ହାଲକା ରଙ୍ଗ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରୁଥିବା ବେଳେ ଅନ୍ୟାନ୍ୟ ଗାଢ ରଙ୍ଗ ସୂର୍ଯ୍ୟ କିରଣକୁ ଗ୍ରହଣ କରିଥାଏ । ପୋଷାକ ପରି ଅନ୍ୟାନ୍ୟ ସମସ୍ତ ତଥ୍ୟ ଉପରେ ମଧ୍ୟ ନିଜର ରଖିବାକୁ ହୁଏ । ତେବେ ଆସନ୍ତୁ ଜାଣିବା ଖରାଦିନରେ ଧ୍ୟାନ ଦେବା ପରି କିଛି ଜୁରୁରୀ ଟିପ୍ସ –
ଫ୍ୟାବ୍ରିକ – ଫ୍ୟାବ୍ରିକ କୁଲ ହୋଇଥିବା ଆବଶ୍ୟକ ଏବଂ ଏହା ନିଶ୍ଚିନ୍ତଭାବେ ପ୍ରାକୃତିକ ଫ୍ୟାବ୍ରିକ ହେବା ଉଚିତ । ସିନଥେଟିକ ଏବଂ ପଲିଷ୍ଟର ଫ୍ୟାବ୍ରିକ ଖରାଦିନ ପାଇଁ ଉପଯୁକ୍ତ ନୁହେଁ । କାରଣ ଏହା ଦ୍ୱାରା ବାୟୁ ଚଳାଚଳ ହୋଇନଥାଏ । ଖରାଦିନ ପାଇଁ କଟନ, ସିଲ୍କ ଏବଂ ଲିନେନ ଇତ୍ୟାଦି ଶ୍ରେଷ୍ଠ । ଏହି ଦିନରେ ହାଲକା କପଡା ପିନ୍ଧନ୍ତୁ ଏବଂ ବେଶି ମାତ୍ରାରେ ଗହଣା ପିନ୍ଧନ୍ତୁ ନାହିଁ ।
ଢିଲା କପଡା – ମୋଟା ଟାଇଟ କପଡା ଶରୀରରୁ ତାପ ବାହାରକୁ ବାହର କରିବା ପାଇଁ ସୁଯୋଗ ଦେଇନଥାଏ । ଖରାଦିନେ ଶରୀର, ବହାରର ବାୟୁ ଅଧିକ ମାତ୍ରାରେ ଆବଶ୍ୟକ କରିଥାଏ । ଖରାଦିନେ ଟାଇଟ ପିନ୍ଧିବା ଦ୍ୱାରା ଅଧିକ ଗରମ ଲାଗିଥାଏ ଏବଂ ଘିମିରି କୁଣ୍ଡିଆ ହେବାର ମଧ୍ୟ ସମ୍ଭାବନା ଥାଏ । ଖରାଦିନେ ସ୍କର୍ଟ, ଫ୍ରକ, ସ୍ଲିଭଲେସ ଟପ, ହାଲକା ଗାଉନ, କଟନ ଟ୍ରାଉଜର ଏବଂ କ୍ୟାପ୍ରି ପ୍ୟାଣ୍ଟ ପିନ୍ଧିପାରିବେ ।
ମୁଣ୍ଡ ଏବଂ ଆଖିର ସୁରକ୍ଷା – ଖରାଦିନେ ବାହାରକୁ ଯିବା ମାତ୍ରେ ଛତା କିମ୍ବା ଟୋପି ନେବାକୁ ଭୁଲନ୍ତୁ ନାହିଁ । ସେହିପରି ଆଖିର ଯତ୍ନ ପାଇଁ ଚଷମାର ବ୍ୟବହାର କରନ୍ତୁ । ଏହା ସୂର୍ଯ୍ୟଙ୍କର ତାପରୁ ରକ୍ଷା କରିପାରିବ ।
ସ୍ଲିଭଲେସ ଡ୍ରେସ – ଖରାଦିନେ ସ୍ଲିଭଲେସ ଡ୍ରେସ ପିନ୍ଧିବା ଖୁବ ଭଲ । ଏହା ଶରୀରୁ ଥଣ୍ଡା ପ୍ରଦାନ କରିବ ଯାହାକି ଫୁଲ ହାତ ଡ୍ରେସ କରିପାରିବ ନାହିଁ । ଏହା ସ୍ଲିଭଲେସ ପିନ୍ଧିବା ପୂର୍ବରୁ ହାତରେ ସନସ୍କ୍ରିନ ଲଗାଇବା ପାଇଁ ଭୁଲନ୍ତୁ ନାହିଁ ।
କେଶ ଏବଂ ମେକ ଅପ – ବର୍ତ୍ତମାନର ଟ୍ରେଣ୍ଡରେ ଛୋଟ କେଶ ଚାଲିଥିବା ବେଳେ ଖରାଦିନେ ଆପଣ କେଶକୁ ଛୋଟ କରିପାରିବେ । କେଶ ରହିବା ଦ୍ୱାରା ଅଧିକ ଝାଳ ହୋଇଥାଏ ଏବଂ ଧୋଇବା ପାଇଁ ମଧ୍ୟ ସମସ୍ୟା ହୋଇଥାଏ । ଯଦି ଆପଣ ଲମ୍ବା କେଶ ପସନ୍ଦ କରନ୍ତି ତେବେ କେଶକୁ ପୋନି ଟେଲ କିମ୍ବା ଖୋସା କରି ବାନ୍ଧିପାରିବେ । ମେକ ଅପରେ ହାଲକା ମେକ ଅପ କରନ୍ତୁ ଏହା ଖରାଦିନ ପାଇଁ ଆପଣଙ୍କ ତ୍ୱଚା ପାଇଁ ଖୁବ ଭଲ । ଖରାଦିନେ ଆପଣ ହାଲକା ମଶ୍ଚରାଇଜର, ସନସ୍କ୍ରିନର ବ୍ୟବାହର କରିପାରିବେ । ଏବଂ ଖରାଦିନେ କୌଣସି ଗହଣା ନପିନ୍ଧିବା ଭଲ ଏହା ଦ୍ୱାରା ର‌୍ୟାସେସ, ଘିମିରି କୁଣ୍ଡିଆ ଇତ୍ୟାଦି ହେବାର ସମ୍ଭାବନା ଥାଏ ।


Share It

Comments are closed.