ଅଭିନେତାଙ୍କୁ ଆତଙ୍କବାଦୀ ଭାବି ଗିରଫ କଲା ମୁମ୍ବାଇ ପୋଲିସ


ମୁମ୍ବାଇ ପୋଲିସ ନିଜର ସାହସୀକତା ଏବ ଫୂର୍ତ୍ତି ଅନ୍ଦାଜ ପାଇଁ ଖୁବ ଲୋକପ୍ରିୟଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ରହିଥାଏ । ସବୁବେଳେ ତାଙ୍କ ଆକାଉଣ୍ଟରୁ ଭାଇରାଲ ହେଉଥିବା ମିମି ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ମୁମ୍ବାଇ ପୋଲିସ ସଂପର୍କରେ ଆମେ ଏହି କଥା ଏଥି ପାଇଁ କହୁଛୁ କାରଣ ବୁଧବାର ଦିନ ସନ୍ଧ୍ୟାରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା । ଯେଉଁଥିରେ ମୁମ୍ବାଇ ପୋଲିସର କାରନାମାକୁ ମଜାକ ଉଡାଇ ଦିଆଯାଇଛି ।
ଘଟଣାଟି କିଛି ଏପରି ଘଟିଛି ଯେ, ମୁମ୍ବାଇ ପୋଲିସକୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିଥିଲେ ଯେଉଁମାନେ ଆତଙ୍କବାଦୀ ଭଳି ଦେଖାଯାଉଥିଲେ । ତାଙ୍କୁ ଦେଖି ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଏହା ପରେ ମୁମ୍ବାଇ ପୋଲିସ ତଦନ୍ତ ଅଭିଯାନ ଆରମ୍ଭ କରି ୨ ଘଣ୍ଟା ଭିତରେ ଉକ୍ତ ଯୁବକଙ୍କୁ କାବୁ ତ କରିଦେଲା କିନ୍ତୁ କାବୁ କରାଯାଇଥିବା ଉକ୍ତ ଯୁବକମାନେ ପଛରେ ଅଭିନେତା ବୋଲି ଜାଣିବାକୁ ମିଳିଲା ।

ମିଳିଥିବା ସୂଚନା ମୁତାବକ, କାବୁ କରାଯାଇଥିବା ଏହି ଯୁବକମାନେ ହ୍ରିତିକ ଏବଂ ଟାଇଗର ସର୍ଫଙ୍କ ଆଗାମୀ ଫିଲ୍ମରେ ଅଭିନୟ କରୁଛନ୍ତି, ଯାହାର ସୁଟିଙ୍ଗ ମୁମ୍ବାଇର ବସାଇ ଅଞ୍ଚଳରେ ଚାଲିଥିଲା । ଉକ୍ତ ବ୍ୟକ୍ତି ଦୁହେଁ ଆତଙ୍କବାଦୀ ମେକଅଫ ନେବା ପରେ ବାହାରକୁ ସିଗାରେଟ ଟାଣିବା ପାଇଁ ଆସିଥିଲେ, ଯାହାକୁ ଦେଖି ସେଠାରେ ଭୟର ବାତାବରଣ ଖେଳିଯାଇଥିଲା ଏବଂ ସ୍ଥାନୀୟ ଲୋକଙ୍କର ଅଭିଯୋଗ ପରେ ଦୁହେଁଙ୍କୁ ପୋଲିସ କାବୁ କରିଥିଲା । ପ୍ରକାଶ ଥାଉକି, ହ୍ରିତିକଙ୍କ ଆଗାମୀ ଫିଲ୍ମର ଏହି ଦୁହେଁ ବ୍ୟକ୍ତି ଆତଙ୍କବାଦୀଙ୍କ ଭୂମିକାରେ ନଜର ଆସିବେ ।


Share It

Comments are closed.