ଭାରତୀ ଏକ୍ସା ଲାଇଫ ସାଇନିଂ ଷ୍ଟାରସ ଚାଇଲ୍ଡ ପ୍ଲାନ


ଭାରତୀ ଏକ୍ସା ସାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଚାଇଲ୍ଡ ଇନସ୍ୟୁରାନ୍ସ ପ୍ଲାନ ‘ଭାରତୀ ଏକ୍ସା ଲାଇଫ ସାଇନିଂ ଷ୍ଟାର’ର ଶୁଭାରମ୍ଭ କରାଯାଇଛି । ଏହା ଅଭିଭାବକଙ୍କୁ ଲାଇଫ କଭର ସହିତ ଆର୍ଥିକ ଅସୁବିଧାରୁ ତାଙ୍କ ପରିବାର ଏବଂ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଭାରତୀ ଏକ୍ସା ଲାଇଫ୍ ସାଇନିଂ ଷ୍ଟାର ଏକ ନନ-ଲିଙ୍କଡ, ନନ-ପାର୍ଟିସିପେଟିଂ ଲିମିଟେଡ ପେ ସୁବିଧା ଜୀବନ ବୀମା ଯୋଜନା ଯାହା ମାଚ୍ୟୁରଟିରେ ନିଶ୍ଚିତ ପଇଠ ପ୍ରଦାନ କରିଥାଏ ।

ଏହି ପରିପ୍ରେକ୍ଷୀରେ ଭାରତୀ ଏକ୍ସା ଲାଇଫ ଇନସ୍ୟୁରାନ୍ସର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ବିକାଶ ସେଠ୍ କହିଛନ୍ତି ଯେ, “ ଆମ୍ଭେମାନେ ଭାରତୀ ଏକ୍ସା ଲାଇଫ ସାଇନିଂ ପରି ଏକ ସମ୍ପୂର୍ଣ୍ଣ ଚାଇଲ୍ଡ ପ୍ଲାନ ପ୍ରସ୍ତୁତ କରିଛୁ ଯାହା ସଂଚୟ ଏବଂ ପିଲାମାନଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସୁରକ୍ଷାର ଯୁଗଳ ସୁବିଧା ପ୍ରଦାନ କରିବ । ଏଥିସହିତ ଉକ୍ତ ଯୋଜନା ସେମାନଙ୍କର ଭିନ୍ନ ଭିନ୍ନ କ୍ୟାରିୟର ଷ୍ଟେଜରେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଯେକୌଣସି ପରିସ୍ଥିତିରେ ବିନା କୌଣସି ଘାତ ପ୍ରତିଘାତରେ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହୋଇପାରିବ ।”
ଏହି ନୂତନ ଚାଇଲ୍ଡ ପ୍ଲାନର ସ୍ୱତନ୍ତ୍ର ବିକ୍ରି ଉଦ୍ଦେଶ୍ୟ ହେଉଛିକି, ଏହା ଅଭିଭାବକମାନଙ୍କୁ ଦୁଇଟି ମାଚ୍ୟୁରିଟି ପେଆଉଟ ବିକଳ୍ପ, ଫ୍ଲେକ୍ସି ପେଆଉଟ ବିକଳ୍ପ ଏବଂ ବାର୍ଷିକ ପେଆଉଟ ବିକଳ୍ପର ସୁବିଧା ପ୍ରଦାନ କରିବ ଯାହା ପଲିସିରେ ଏବଂ ପିଲାର ଆବଶ୍ୟକତା ଅନୁସାରେ ମାଚ୍ୟୁରିଟି ସମୟରେ ବଦଳାଇହେବ ଯାହାକି ଅଭିଭାବକମାନେ ବର୍ଷକ ପୂର୍ବରୁ କରଥିବା ପ୍ଲାନ ସହିତ ବନ୍ଧା ହୋଇନରୁହନ୍ତି । ଏହି ଯୋଜନା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବୋଚ୍ଚ ବୟସ ୬୦ ବର୍ଷ ରହିଛି ।
ଫ୍ଲେକ୍ସି ପେଆଉଟ ବିକଳ୍ପ ଅନ୍ତର୍ଗତ,ମାଚ୍ୟୁରିଟି ସମୟରେ କିମ୍ବା ମାଚ୍ୟୁରିଟି ପେଆଉଟର ଶେଷରେ ମାଚ୍ୟୁରିଟି ସୁବିଧା ପାଇବାପାରିବେ ଯେବେକି ପିଲାର ଆବଶ୍ୟକତା ଅନୁସାରେ ବାର୍ଷିକ ପେଆଉଟ ବିକଳ୍ପ ପେଆଉଟ ସମୟରେ ପରିବର୍ତ୍ତନ କରିହେବ । ପିଲାର ଉଚ୍ଚ ଶିକ୍ଷାର ଖର୍ଚ୍ଚରେ ମାଚ୍ୟୁରିଟି ପ୍ରାରମ୍ଭ ହେଲେ ପ୍ରତ୍ୟେକ ବର୍ଷ ଶେଷରେ ୫ଟି ସମାନ ବାର୍ଷିକ ପେଆଉଟ ପଇଠ କରିବାକୁ ପଡିବ । ଭାରତୀ ଏକ୍ସା ଲାଇଫ ସାଇନିଂ ଷ୍ଟାର ଏହାର ଅର୍ନ୍ତନିହିତ ସୁବିଧା ସହିତ ଉପଲବ୍ଧ ଯେଉଁଠାରେ ବୀମା, ବୀମାଧାରିଙ୍କ ମୃତ୍ୟୁ ପରେ ବିନା କୌଣସି ପ୍ରିମିୟମ ପଇଠ ନକରି ମଧ୍ୟ ଚାଲୁରହିଥାଏ ଏବଂ ମାଚ୍ୟୁରିଟି ସମୟରେ ମାଚ୍ୟୁରିଟି ସୁବିଧା ପଇଠ କରିବାକୁ ପଡିଥାଏ ।


Share It

Comments are closed.