ରାହୁଲ ଗାନ୍ଧୀଙ୍କ ସଂଘର୍ଷର କାହାଣୀକୁ ନେଇ ନିର୍ମିତ ହେଉଛି ଫିଲ୍ମ, ଦେଖନ୍ତୁ ଭିଡିଓ


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ । ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ରୂପେଶ ପାଲ କହିଛନ୍ତି ଯେ, “ଏହି ଫିଲ୍ମରରେ ରାହୁଲଙ୍କୁ ଶ୍ରେଷ୍ଠ ଦେଖାଇବା କିମ୍ବା ତାଙ୍କ ରହସ୍ୟ ଉପରେ ପରଦା ଉଠାଇବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହା ଏକ ଏଭଳି ବ୍ୟକ୍ତିର ଚରିତ୍ରକୁ ନେଇ ପ୍ରସ୍ତୁତ କରାଯାଉଛି, ଯାହାଙ୍କ ଉପରେ ବିରୋଧିଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ହାସ୍ୟାସ୍ପଦ ଆକ୍ରମଣ କରିଥିଲେ କିନ୍ତୁ କିପରି ତାଙ୍କର ସୁନ୍ଦର ପ୍ରତ୍ୟାବର୍ତ୍ତନ ସମସ୍ତଙ୍କ ମୁହଁକୁ ଚୁପ କରାଇଦେଇଥିଲା ।”
ରାହୁଲଙ୍କ ପ୍ରଚେଷ୍ଟା ଦ୍ୱାରା କଂଗ୍ରେସ ପୁଣି ଥରେ କିପରି ବିଜେପି ଶାସନାଧିନ ରାଜ୍ୟମାନଙ୍କରେ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା , ତାହା ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବାବେଳେ ଏହା ଖୁବ ଶୀଘ୍ର ରିଲିଜ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମଟି ବର୍ତ୍ତମାନର ଯୁବ ପୀଢିଙ୍କୁ ଉତ୍ସାହ ପ୍ରଦାନ କରିବା ସହ କାର୍ଯ୍ୟକ୍ଷେତ୍ରକୁ ନେଇ ସେମାନଙ୍କ ମନୋବଳ ଅଧିକ ଦୃଢ ହୋଇପାରିବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହି ଫିଲ୍ମରେ ରାହୁଲ ଗାନ୍ଧୀଙ୍କ ଭୂମିକାରେ ଅଭିନେତା ଅଶ୍ୱିନୀ କୁମାର ନଜର ଆସିବେ । ଏହି ଫିଲ୍ମଟିର ନାମ ‘ମାଇ ନେମ ଇଜ ରାଗା’ ରଖାଯାଇଛି ।


Share It

Comments are closed.