ବଲ ମୁଣ୍ଡରେ ବାଜିବା ଯୋଗୁଁ ଘଟଣାସ୍ଥଳେ ଗଳିପଡିଲେ ଡିଣ୍ଡା


କୋଲକତା ଇଡେନ ଗାର୍ଡେନରେ ଅଭ୍ୟାସ ମ୍ୟାଚ ଚାଲୁଥିବା ସମୟରେ ଦ୍ରୁତ ବୋଲର ଅଶୋକ ଡିଣ୍ଡା ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ଡିଣ୍ଡା ବୋଲିଂ କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ପ୍ରକାଶ ଥାଉକି ଡିଣ୍ଡା ବୋଲିଂ କରୁଥିବା ସମୟରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଏକ ଷ୍ଟ୍ରେଟ ଡ୍ରାଇଭ ସଟ ଖେଳିଥିଲେ । ଯାହା ଦ୍ୱାରା ବଲ ଟି ସିଧା ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା । ଏବଂ ସେ ଘଟଣାସ୍ଥଳରେ ଗଳିପଡିଥିଲେ । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଙ୍କୁ ଏକ୍ସ-ରେ ଏବଂ ସ୍କାନିଙ୍ଗ ପାଇଁ ପଠାଇଦିଆଯାଇଥିଲା ।
ସେପଟେ ବେଙ୍ଗଲ କ୍ରିକେଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ଡିଣ୍ଡା ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତାଙ୍କୁ ବର୍ତ୍ତମାନ ଆରାମର ଆବଶ୍ୟକତା ରହିଛି । ଯେଉଁଥିପାଇଁ ତାଙ୍କୁ ଦିନର ବିଶ୍ରାମ ପ୍ରଦାନ କରାଯାଇଛି ।”
ପ୍ରକାଶ ଥାଉକି ୨୧ ପେବୃଆରୀରୁ କଟକସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ବେଙ୍ଗଲ ଏବଂ ମଜୋରାମ ମଧ୍ୟରେ ‘ସୟଦ ମୁସ୍ତାକ ଅଲ୍ଲି’ ପ୍ରଥମ ମ୍ୟାଚ ଖେଳାଯିବ ।


Share It

Comments are closed.