ବାଥରୁମରେ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ


ଯେବେଠାରୁ ପଶ୍ଚିମ ସଭ୍ୟତାର ଶୌଚାଳୟ ବ୍ୟବହାର ଆରମ୍ଭ ହେଲାଣି ଲୋକମାନେ ସକାଳ ସମୟରେ ଏଠାରେ ହିଁ ବସି ଖବର କାଗଜ ପଢ଼ିବା ଆରମ୍ଭ କରିଦେଲେ କିନ୍ତୁ ମୋବାଇଲ ଆସିବା ପରଠାରୁ ଲୋକମାନେ ଏହିଠାରେ ବସି ଚାଟିଙ୍ଗ କିମ୍ବା ସର୍ଫିଙ୍କ କରିବା ସାଧାରଣ ହୋଇଗଲାଣି । କିନ୍ତୁ ଅନେକ ଡାକ୍ତରଙ୍କ ମତରେ ସୌଚାସନ(କମୋଡ) ଉପରେ ବସି ମୋବାଇଲ ବ୍ୟବହାର ଆମକୁ ଗମ୍ଭୀର ରୂପେ ବେମାର କରିଦିଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ସମୟରେ ମୋବାଇଲ ଯୋଗୁଁ ଲୋକମାନେ ସୌଚାସନ(କମୋଡ) ଉପରେ ଅଧିକ ସମୟ ବସି ରହିଥାନ୍ତି । ଏହି କାରଣରୁ ସେମାନଙ୍କୁ ହୈମରାଇଡସ କିମ୍ବା ମଳକଣ୍ଟକ(ପାଇଲ୍ସ )ହେବାର ଅ।।ଙ୍କା ବଢ଼ି ଯାଇଥାଏ । କାରଣ ଯେତେ ଅଧିକ ସମୟ ଆପଣ ସୌଚାସନ(କମୋଡ) ଉପରେ ବସି ରହିବେ ଶରୀରର ମଳଦ୍ୱାର ଏବଂ ନିମ୍ନ ମଳକୋଷର ମାଂସପେଷୀ ଉପରେ ଚାପ ପଡ଼ିବା ଦ୍ୱାରା ମଳକଣ୍ଟକ ହେବାର ଆଶଙ୍କା ବଢ଼ି ଯାଇଥାଏ ।

ପୂର୍ବରୁ ଭୁଲ ଖାଦ୍ୟ ପାନୀୟ କିମ୍ବା ଶୌଚରେ ଅନୀୟମିତତା ମଳକଣ୍ଟକର କାରଣ ଥିଲା କିନ୍ତୁ ନିକଟର କିଛି ଅଧ୍ୟୟନରୁ ଜଣା ପଡ଼ିଛି ଯେ ବାଥରୁମରେ ବସି ମୋବାଇଲର ବ୍ୟବହାର କରିବା ଦ୍ୱାରା ମଧ୍ୟ ମଳକଣ୍ଟକ ହୋଇଥାଏ । ବ୍ରିଟେନରେ କିଛି ଲୋକଙ୍କୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୫୭ ପ୍ରତିଶ୍ରତ ଲୋକ ଏପରି ଥିଲେ ଯେଉଁମାନେ ବାଥରୁମରେ ବସି ମୋବାଇଲର ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ଏପରି ମଧ୍ୟ କିଛି ଥିଲେ ଯେଉଁମାନେ ଲଗାତର ବାଥରୁମରେ ବସି ମୋବାଇଲର ବ୍ୟବହାର କରୁଥିଲେ । ଏହିଭଳି ଲୋକଙ୍କ ଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ସମେତ ମଳକଣ୍ଟକ ମଧ୍ୟ ରହିଥିଲା ।


Share It

Comments are closed.