ମନମୋହନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି


ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହ ଆଜି ୮୭ ବର୍ଷରେ ପାଦ ଥାପିଛନ୍ତି । ୧୯୩୨ମସିହା ୨୬ ସେପ୍ଟେମ୍ବରରେ ଅବିଭାଜିତ ଭାରତର ପଞ୍ଜାବ (ବର୍ତ୍ତମାନ ପାକିସ୍ତାନ)ର ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ମନମୋହନ, ଭାରତର ଦୁଇ ଥର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ରାଜସ୍ଥାନର ରାଜ୍ୟସଭା ସାଂସଦ ଥିବାବେଳେ ତାଙ୍କ ଜନ୍ମଦିନ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନମୋହନ ସିଂହଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟ କରି ଲେଖିଛନ୍ତି ଯେ, “ଆମର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ହାର୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନୀ ପାଇଁ କାମନା କରୁଛି ।”


Share It

Comments are closed.