ଲୋକପ୍ରିୟତାରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପଛରେ ପକାଇ ମୋଦି


ବିଶ୍ୱର ୪୧ଟି ଦେଶ ମଧ୍ୟରୁ ପାଖାପାଖି ୪୨୦୦୦ ହଜାର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସେମାନଙ୍କ ମଧ୍ୟରୁ ସବୁଠାରୁ ଆଦର୍ଶ ବ୍ୟକ୍ତି କିଏ ? ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । YouGov ଦ୍ୱାରା କରାଯାଇଥିବା ଏହି ସର୍ଭେ ଅନୁଯାୟୀ ପୁରୁଷଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫.୬୬ % ପଏଣ୍ଟ ସହ ସର୍ବଶ୍ରେଷ୍ଟ ସ୍ଥାନରେ ରହିଥିବାବେଳେ ମହିଳାଙ୍କ ମଧ୍ୟରେ ରହିଛନ୍ତି କିମ୍ବଦନ୍ତୀ ବକ୍ସର ମେରିକମ । ଯିଏକି ୧୦.୩୬ % ପଏଣ୍ଟ ହାସଲ କରିଛନ୍ତି । ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କ ଏହି ତାଲିକାରେ ଯଦି କୌଣସି ଖେଳାଳୀ କଥା କହିବା ତେବେ ଏଥିରେ ଆଗରେ ଅଛନ୍ତି ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଧୋନି, ବିରାଟ ଏବଂ ତେନ୍ଦୁଲକରଙ୍କୁ ପଛରେ ପକାଇ ଏହି ତାଲିକାରେ ସର୍ବଶ୍ରେଷ୍ଟ ସ୍ଥାନ ହାସଲ କରିଛନ୍ତି । ସର୍ଭେ ଅନୁଯାୟୀ ଧୋନିଙ୍କୁ ଏହି ତାଲିକାରେ ୮.୫୮ % ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଏବଂ ବିଶିଷ୍ଟ ଶିଳ୍ପପତି ରତନ ଟାଟଙ୍କୁ ୮.୦୨% ପଏଣ୍ଟ ସହ ତୃତୀୟ ସ୍ଥାନ ମିଳିଛି । ଏହି ତାଲିକାରେ କିଏ କେଉଁ ସ୍ଥାନରେ ଅଛନ୍ତି ଆସନ୍ତୁ ଜାଣିବା

ବିଶିଷ୍ଟ ବ୍ୟକ୍ତି ପଏଣ୍ଟ
1. ନରେନ୍ଦ୍ର ମୋଦି 15.66%
2. ମହେନ୍ଦ୍ର ସିଂହ ଧୋନି 8.58%
3. ରତନ ଟାଟା 8.02%
4. ବାରକ ଓବାମା 7.36%
5. ବିଲ ଗେଟ୍ସ 6.96%
6. ଅମିତାଭ ବଚ୍ଚନ 6.55%
7. ସଚିନ ତେନ୍ଦୁଲକର 5.81%
8. ବିରାଟ କୋହଲି 4.46%
9. ଶାହାରୁଖ ଖାନ 3.63%
10. ଜ୍ୟାକି ଚେନ 3.44%


Share It

Comments are closed.