ଆପଣଙ୍କ କ୍ୟାରିୟରରେ ଉନ୍ନତି ସମ୍ପର୍କରେ ବାସ୍ତୁ କଣ କହେ ଜାଣନ୍ତୁ

ପ୍ରତ୍ୟେକଙ୍କ ଜୀବନର ଆଭିମୁଖ୍ୟ ଅନୁଯାୟୀ ବାସ୍ତୁ ଶାସ୍ତ୍ର ମଧ୍ୟ ଆପଣଙ୍କର ଉନ୍ନତି ଏବଂ ପ୍ରଫେସନାଲ କ୍ୟାରିୟରକୁ ଆଗେଇ ନେବା ପାଇଁ ଅନେକ ଉପାୟ ଯୋଗାଇ ଦେଇଥାଏ


ପ୍ରତ୍ୟେକଙ୍କ ଜୀବନର ଆଭିମୁଖ୍ୟ ଅନୁଯାୟୀ ବାସ୍ତୁ ଶାସ୍ତ୍ର ମଧ୍ୟ ଆପଣଙ୍କର ଉନ୍ନତି ଏବଂ ପ୍ରଫେସନାଲ କ୍ୟାରିୟରକୁ ଆଗେଇ ନେବା ପାଇଁ ଅନେକ ଉପାୟ ଯୋଗାଇ ଦେଇଥାଏ । ଯଦି ଆପଣଙ୍କ ଜୀବନ ଆପଣଙ୍କ ଦୃଷ୍ଟିକୋଣ ଅନୁଯାୟୀ ପରିଚାଳିତ ହେଉନାହିଁ ତେବେ ଏହାର କାରଣ ଆପଣଙ୍କ ପରିବେଶ ସହିତ ଆପଣଙ୍କ ଉପଯୁକ୍ତ ତାଳମେଳର ଅଭାବ । ତେବେ ନିମ୍ନରେ ଏକ ଉଜ୍ଜ୍ୱଳ ସୁଯୋଗକୁ ଆକୃଷ୍ଟ କରିବା ପାଇଁ କେତେକ ଟିପ୍ସ ବିଷୟରେ ଜାଣନ୍ତୁ । ଶୋଇବା ସମୟରେ ସବୁବେଳେ ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ଏହା ଆପଣଙ୍କ କ୍ୟାରିୟରରେ ଉନ୍ନତି ଆଣିଥାଏ । ଆପଣଙ୍କ ଗୃହର ଉତ୍ତର ଭାଗରେ ଶୌଚାଳୟ ରହିବା ଦ୍ୱାରା ଆପଣଙ୍କ କ୍ୟାରିୟର ଏବଂ ଚାକିରୀର ସୁଯୋଗରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଅଧିକ ସଫଳତା ପାଇଁ ଏହାକୁ ବାସ୍ତୁ ନିୟମ ଅନୁଯାୟୀ ସମାଧାନ କରିନିଅନ୍ତୁ । ଯଦି ଆପଣ ନିଜ ଚାକିରୀରେ ପ୍ରମୋସନ ଅପେକ୍ଷାରେ ଅଛନ୍ତି ତେବେ ନିଜର ବସିବା ସ୍ଥାନର ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସନ୍ତୁ । ଏହା ଆପଣଙ୍କ ପରିଶ୍ରମ ପ୍ରତି ଆପଣଙ୍କ ସିନିୟର ମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇଥାଏ । ଯାହା ଆପଣଙ୍କ ପ୍ରମୋସନରେ ସାହଯ୍ୟ କରିପାରେ । କ୍ୟାରିୟରରେ ଏକ ସକାରାତ୍ମକ ଦିଗରେ ଉନ୍ନତି ପାଇଁ ଆପଣଙ୍କ ଗୃହର ମୂଖ୍ୟ ଦ୍ୱାର ମଧ୍ୟ ଏକ ସକାରତ୍ମକ ଦିଗରେ ରହିବା ଆବଶ୍ୟକ । ପ୍ରବେଶ ସ୍ଥାନ ଅନୁପଯୁକ୍ତ ଦିଗରେ ରହିବା ଆପଣଙ୍କ କ୍ୟାରିୟର ଉନ୍ନତି ଦିଗରେ ବାଧା ସୃଷ୍ଟି କରିପାରେ । କେବେହେଲେ ମଧ୍ୟ ଘରେ କିମ୍ବା ଅଫିସରେ କାମ କରିବା ସମୟରେ ରଶ୍ମୀ ତଳେ ବସନ୍ତୁ ନାହିଁ । ଏହା କାମ କରିବା ସମୟରେ ଆପଣଙ୍କୁ ଅନାବଶ୍ୟକ ଚାପ ପକାଇଥାଏ । ଚାକିରୀ କ୍ଷେତ୍ରରେ ଅଧିକ ଫୂର୍ତ୍ତୀର ସହ କାମକରିବା ଏବଂ ପ୍ରମୋସନ ପାଇଁ କେତେକ ଶକ୍ତିଶାଳୀ କ୍ରିଷ୍ଟାଲର ବ୍ୟବହାର କରନ୍ତୁ । ଆପଣ ନିଜ ଜନ୍ମ ତାରିଖ ଅନୁଯାୟୀ ଧାତୁ କିମ୍ବା ପକେଟ ଷ୍ଟୋନର ବ୍ୟବହାର ମଧ୍ୟ କରିପାରିବେ ।


Share It

Comments are closed.