ଚନ୍ଦ୍ରବାବୁ ଏବଂ ପୁଅ ଲୋକେଶଙ୍କୁ କରାଗଲା ଗୃହବନ୍ଦୀ


ଆନ୍ଦ୍ରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ଗୃହ ବନ୍ଦୀ କରାଇଦିଆଯାଇଛି । ଶୁଣିବାକୁ ଏହା ମିଳୁଛି ଯେ, ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ ବିରୋଧରେ ନାରା ଲାଗଇବା ଅଭିଯୋଗରେ ନାରା ଲୋକେଶ ଗୃହବନ୍ଦୀ କରାଯାଇଛି । ଲୋକେଶଙ୍କ ସମେତ ଦଳର ଅନ୍ୟ କେତେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି ।


ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା କଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନ ଦେଖାଦେଇଛି। ଅଟକ ବିରୋଧରେ ପ୍ରତିବାଦପୂର୍ବକ ବୁଧବାର ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ ନାଇଡୁ ଅନଶନ ଆରମ୍ଭ କରିଛନ୍ତି।ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର କେତେକ ସଦସ୍ୟ ଏହି ଅଟକ ବିରୋଧରେ ପ୍ରତିବାଦ କରି ପୁଲିସ ସହ ସଂଘର୍ଷ କରିଛନ୍ତି। ଶାସକ ‘ଓ୍ଵାଇଏସ୍‌ଆର୍‌ସିପି’ ସ୍ୱେଚ୍ଛାଚାର ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ପ୍ରତିବାଦ ଆୟୋଜନ କରିଛି। ଦଳ ଦାବି କରିଛି ଯେ ଗତ ତିନି ମାସ ହେବ ‘ଓ୍ଵାଇଏସ୍‌ଆର୍‌ସିପି’ ସମର୍ଥକମାନେ ତାଙ୍କର ବହୁ କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି।


Share It

Comments are closed.