ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଜେଡବ୍ଲାକ ଲକଜୁରୀର ଶୁଭାରମ୍ଭ

Share It

ଇନ୍ଦୋର(ଏମ୍ପି) ସ୍ଥିତ ମହିଶୂର ଡିପ ଫର୍ଫମ୍ୟୁରୀ ହାଉସ (ଏମଡିପିଏଚ) ପକ୍ଷରୁ ଓଡିଶାରେ ସୁଗନ୍ଧଯୁକ୍ତ ଅଗ୍ରଣୀ ଧୂପକାଠି ଜେଡବ୍ଲାକ ଲକ୍ଜୁରୀର ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ଜେଡବ୍ଲାକ ଏରିଜର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିବା ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଜାତୀୟ ଅଭିଯାନ ‘ଓମେନ ପାୱାର ଇନ୍ ଅଗରବତି(ଧୂପକାଠି) ଇଣ୍ଡଷ୍ଟ୍ରି’ର ଶୁଭାରମ୍ଭ ସହିତ ଆଜି ଏହାର ନୂତନ ସିରଜର ଉନ୍ମୋଚନ କରିଛନ୍ତି । ଉକ୍ତ ଅଭିଯାନ ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଧୂପକାଠୀ ବଜାରରେ ନାରୀ ଶକ୍ତିର ଗୁରୁତ୍ୱକୁ ପ୍ରୋତ୍ସାହିତ କରୁଛି । ୭୦% ମହିଳା କାର୍ଯ୍ୟକର୍ତ୍ତାଙ୍କ ସହିତ କମ୍ପାନୀ ମଧ୍ୟପ୍ରଦେଶ ସମେତ ଏହାର ଆନ୍ୟାନ୍ୟ ନିର୍ମାଣକାରୀ ୟୁନିଟ୍ ଯେପରିକି କାନପୁର, ରାୟପୁର, ଜୟପୁର ଓ କଟକ ଭଳି ଉତ୍ପାଦନ କେନ୍ଦ୍ର ମାନଙ୍କରେ ବାର୍ଷିକ ୮୦୦ କୋଟି ଧୂପକାଠି ଉତ୍ପାଦନ କରିବାର କ୍ଷମତା ରହିଛି । ଅଗରବତୀ ନିର୍ମାତ୍ତା, ଅଙ୍କିତ ଅଗ୍ରୱାଲ୍ ଆଜି ସହରରେ ନିଜ ମତ ପ୍ରକାଶକରି କହିଛନ୍ତିଯେ, “ମୁମ୍ବାଇ, ରାୟପୁର, କୋଚି, ଭୋପାଳ, ଦିଲ୍ଲୀ, ଡେରାଡୁନ୍, ଭୁବନେଶ୍ୱର, ରାଞ୍ôଚ ଓ ପାଟନା ଭଳି ୧୦ଟି ସହରରେ କରାଯାଉଥିବା ଶୋଭାଯାତ୍ରାର ଆୟୋଜନ ଦେଶର ଅଗରବତୀ ବଜାରରେ ମହିଳାଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରି ମହିଳା ସଶକ୍ତିକରଣ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଦିଗରେ ଥିବା ଆମର ପ୍ରତିଶୃତିବଦ୍ଧତାକୁ ଦର୍ଶାଉଛି ।”
ଏମଡିପିଏଚ୍ ଦେଶର ତୃତୀୟ ବୃହତ ଅଗରବତୀ ନିର୍ମାଣକାରୀ ସଂସ୍ଥା ଏବଂ ଏହାର ଲୋକପ୍ରିୟ ବ୍ରାଣ୍ଡ ଜେଡବ୍ଲାକ ଏରିଜ ଓ ମନ୍ଥନ-୧୦୦ ସହିତ ଓଡ଼ିଶାରେ ଏହାର ସୁଦିର୍ଘ ଯାତ୍ରାକୁ ଉପଭୋଗ କରିଆସୁଛି । ଜେଡବ୍ଲାକ ଲକ୍ଜୁରୀ ଧୂପକାଠି ଫ୍ରେଞ୍ଚ୍ ଲାଭେଣ୍ଡର୍, ପିଓର୍ ସ୍ୟାଣ୍ଡେଲ୍, ବ୍ଲାକ୍ ମସ୍କ ଓ ହ୍ୱାଇଟ୍ ସେଗ୍ ଭଳି ଚାରୋଟି ଆକର୍ଷଣୀୟ ଭ୍ୟାରିଆଣ୍ଟ ପ୍ରଦାନ କରୁଛି । ଏଗୁଡ଼ିକ ସାଧାରଣତଃ ଭାରତ ତଥା ବିଶ୍ୱରେ ଥିବା ପ୍ରାକୃତିକ ଓ ସଦ୍ୟ ଉତ୍ପାଦରୁ ତିଆରି କରାଯାଇଛି ଏବଂ ଏହା ଶାନ୍ତ ଓ ଶୁଦ୍ଧ ପରିବେଶ ସୃଷ୍ଟି କରିବା ସହିତ ମନ ଓ ଶରୀରକୁ ସଂଯତ ରଖୁଛି ।
ଏମଡିପିଏଚ୍ କଟକସ୍ଥିତ ଜଗତପୁରରେ ଥିବା ଏହାର ଫ୍ରାଞ୍ଚାଇଜ୍ ନିର୍ମାଣକାରୀ ୟୁନିଟ୍ରେ ୧୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ସିଧାସଳଖ ଭାବେ ନିଯୁକ୍ତି ପ୍ରଦାନ କରିଆସିଛି । ଏହି ଅବସରରେ ଜେଡବ୍ଲାକର ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଅଙ୍କିତ ଅଗ୍ରୱାଲ କହିଛନ୍ତିଯେ, “୫୦୦୦ କୋଟି ମୂଲ୍ୟର ଅଗରବତୀ ଶିଳ୍ପ ମୂଖ୍ୟତଃ ଭାରତର ଗ୍ରାମାଞ୍ଚଳ ଉପରେ ନିର୍ଭର କରିଥାଏ । ଆମ୍ଭେମାନେ ଗ୍ରାମାଞ୍ଚଳର ପରିବାର ଗୁଡ଼ିକ ସହ ସଂଯୋଗତା ସ୍ଥାପନା କରି ଏବଂ ଅଗରବତୀ ନିର୍ମାଣ ବ୍ୟବସାୟ ମାଧ୍ୟମରେ ସେମାନଙ୍କୁ ଉତ୍ତମ ଜୀବନଶୈଳୀ ଓ ଗ୍ରାମ୍ୟ ସଶକ୍ତିକରଣ ପ୍ରଦାନ କରି ଏହି ଅବ୍ୟବହୃତ ଉତ୍ସଗୁଡ଼ିକ ନିକଟରେ ପହଞ୍ôଚବୁ । ହାତରେ ତିଆରି କରାଯାଉଥିବାରୁ ଧୂପକାଠି ଶିଳ୍ପ ଏକ ଶ୍ରମ ଭିତ୍ତିକ ଶିଳ୍ପ ଅଟେ, ଯାହା ମୂଖ୍ୟତଃ ମହିଳାମାନଙ୍କ ଦ୍ୱାରା କରାଯାଇଥାଏ । ସେଥିପାଇଁ ଆମ୍ଭେମାନେ ଚଳିତ ବର୍ଷ କଟକ ଫ୍ୟାକ୍ଟ୍ରିରେ ମହିଳା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଦୃଷ୍ଟି ରଖିଛୁ ଓ ବର୍ଷ ଶେଷ ସୁଦ୍ଧା ଆମର ବଜାର ଅଂଶକୁ ୨୦% ବୃଦ୍ଧି କରିବାରେ ଲକ୍ଷ୍ୟ ରଖିଛୁ ।” ଅଗରବତୀ କ୍ଷେତ୍ରରେ ବଳିଷ୍ଠ ଭୂମିକା ସମ୍ପର୍କରେ ସେ କହିଛନ୍ତିଯେ, “ଆମେ ଇନ୍ଦୋର (ଏମ୍ପି)ଠାରେ ୨.୫ ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ଆଉ ଏକ ଷ୍ଟେଟ୍ ଅଫ୍ ଦି ଆର୍ଟ ଫ୍ୟାକ୍ଟ୍ରି ପ୍ରସ୍ତୁତ କରୁଛୁ, ଯାହା ସେପ୍ଟେମ୍ବର ୨୦୧୮ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଆମର ଉତ୍ପାଦନ କ୍ଷମତାକୁ ୪୦% ବୃଦ୍ଧି କରିବା ସହିତ ଏମ୍ପିରେ ୧୦୦୦ ଜଣ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସହାୟକ ହୋଇପାରିବ ।”
ଏରିଜର ବ୍ରାଣ୍ଡଆମ୍ବାସଡର, ବର୍ଷା ପ୍ରିୟଦର୍ଶିନୀ କହିଛନ୍ତିଯେ, “ଜେଡବ୍ଲାକ ପରିବାରର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ, ଯାହା ଓଡ଼ିଶା ଓ ତାହାର ସଂସ୍କୃତିକୁ ପ୍ରତିପାଦନ କରୁଛି । ଜେଡବ୍ଲାକ ଏରିଜକୁ ସମର୍ଥନ କରିବା ମୋ ପାଇଁ ଏକ ଗର୍ବର ବିଷୟ, ଯିଏକି ଓଡ଼ିଶାରେ ଥିବା ଗ୍ରାମାଞ୍ଚଳର ମହିଳା ମାନଙ୍କୁ ଆର୍ôଥକ ସ୍ୱାଧିନତା ଓ କର୍ମ ନିଯୁକ୍ତି ପ୍ରଦାନ କରୁଛି ।”
ଭାରତରେ ଏହି ଅଗରବତୀ ବଜାର ୫,୦୦୦ କୋଟି ଟଙ୍କାରେ ପହଞ୍ôଚଛି ଏବଂ ଏହା ସଂଗଠିତ ଓ ଅସଂଗଠିତ ସେକ୍ଟର ମଧ୍ୟରେ ବଣ୍ଟନ କରାଯାଇଛି । ‘ଜେଡ଼ବ୍ଲାକ୍’ ୧୫ ପ୍ରତିଶତ ମାର୍କେଟ ସେୟାର ଓ ଉତ୍ପାଦ ସଂପ୍ରସାରଣ ସହ ଦେଶର ପ୍ରମୂଖ ତିନୋଟି ସଂଗଠିତ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛି । ପ୍ରସାଧାନ ଓ ଖାଦ୍ୟ ବିଭାଗ ଭଳି ନୂତନ କ୍ଷେତ୍ର ମଧ୍ୟକୁ ପ୍ରବେଶ କରି ଏହା ଉଭୟ ଦେଶ ଓ ବିଶ୍ୱ ସ୍ତରରେ କମ୍ପାନୀର ପାଖାପାଖି ୧୮% ବୃଦ୍ଧିକୁ ସୁଦୃଢ଼ କରୁଛି । କମ୍ପାନୀ ଏହାର ସଂପ୍ରସାରଣ ଯୋଜନାର ଘୋଷଣାରେ ପ୍ରକାଶ କରିଛିଯେ, ଏହାର ପ୍ରଥମ ଆନ୍ତର୍ଜାତିକ ଅଫିସ୍ ଦକ୍ଷିଣ-ପୂର୍ବ ଏସିଆ ନେପାଳ ଓ ପଶ୍ଚିମରେ ୟୁନାଉଇଟେଡ଼ ଷ୍ଟେଟ୍ସରେ ପ୍ରତିଷ୍ଠିତ ହେବାକୁ ଯାଉଛି ।


Share It

Comments are closed.