ପିସ୍ତା ବାଦାମ ଖାଇବାର ଉପକାରିତା କ’ଣ ଆସନ୍ତୁ ଜାଣିବା


ପିସ୍ତା ବାଦାମ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଉତ୍ତମ ସ୍ରୋତ । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା ଦୈ÷ନନ୍ଦିନ ଜୀବନରେ ଅନେକ ରୋଗରୁ ସୁଫଳ ମିଳିପାରିବ । ଆସନ୍ତୁ ଜାଣିବା ଏହି ପିସ୍ତା ବାଦାମର ଉପକାରିତା ସମ୍ପର୍କରେ ।
ପିସ୍ତାରେ ଅତ୍ୟଧିକ ପରିମାଣରେ ଥିବା ମନୋସାଚୁରେଟେଡ ଏବଂ ପଲି ସାଚୁରେଟେଡ ଫ୍ୟାଟ ରହିଛି ଯାହା ଶରୀରରେ ଅଦରକାରୀ କୋଲେଷ୍ଟ୍ରୋଲ କମ କରିବାରେ ସାହାର୍ଯ୍ୟ କରେ । ଏଥିରେ ଥିବା ଫାଇବର ଶରୀରରକୁ ଡିଟକ୍ସିଫାଏ ଏବଂ ହଜମ କ୍ରିୟାକୁ ସଠିକ କରିଥାଏ । ଜାତୀୟ କ୍ୟାନସର ଅନୁଷ୍ଠାନ ଅନୁଯାୟୀ ଏହି ପ୍ରକାର ଉଚ୍ଚମାତ୍ରାର ଫାଇବର ଯୁକ୍ତ ଖାଦ୍ୟ ସ୍ଥୁଳାନ୍ତ୍ର କ୍ୟାନସର ଏବଂ ସ୍ତନ କ୍ୟାନସର ସମ୍ଭାବନା କମ କରିଥାଏ । ପିସ୍ତାରେ ପ୍ରଚୁର ମାତ୍ରାରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଖାଦ୍ୟ ପରେ ରକ୍ତରେ ଶର୍କରା ସନ୍ତୁଳନ କରିବା ସହିତ ଡାଇବେଟିସ ଠାରୁ ରକ୍ଷା କରିଥାଏ । ରିବୋଫ୍ଲେବିନ ଏବଂ ଏଲ – କାର୍ନିଟାଇନ ପୋଷଣ ଯୁକ୍ତ ପିସ୍ତା ଦ୍ୱାରା ମସ୍ତିକର କୋଷ ବୃଦ୍ଧି ହୋଇଥାଏ । ପିସ୍ତାରେ ମାଇକ୍ରୋନ୍ୟୁଟ୍ରିନେଟ ତଥା କ୍ୟାଲସିୟମ ଏବଂ ଫସଫରସରେ ଭରପୁର ରହିଥାଏ ତେଣୁ ତାହା ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରେ । ଏଥିରେ ଥିବା ସ୍ୱାସ୍ଥ୍ୟକର ଫାଇବର ଓଜନ କମାଇବାରେ ଏବଂ ହଜମ କ୍ରିୟା ବୃଦ୍ଧି କରିଥାଏ । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା କେଶ ସମସ୍ୟା ତଥା କେଶ ଝଡା, ରୁପି ଏବଂ କେଶର ଶୁଷ୍କତାରୁ ଉପଶମ ମିଳିଥାଏ ।


Share It

Comments are closed.