ଏୟାର ଏସିଆ ପକ୍ଷରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋମୋ ଅଫର


ଏୟାର ଏସିଆ ପକ୍ଷରୁ ଏୟାରଏସିଆ ଇଣ୍ଡିଆର ସମସ୍ତ ଫ୍ଲାଇଟ ଏବଂ ସିଟରେ ନୂତନ ଆକର୍ଷଣୀୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଅଫରର ଘୋଷଣା କରାଯାଇଛି । ଅତିଥିମାନେ ୧୬ଜୁଲାଇ ଠାରୁ ୨୨ଜୁଲାଇ ପର୍ଯ୍ୟନ୍ତ ଫ୍ଲାଇଟ ବୁକ କରି ୧୭ଜୁଲାଇ ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଏହି ଅଫର ଏୟାରଏସିଆର ସମସ୍ତ ଫ୍ଲାଇଟରେ ଉପଲବ୍ଧ ହେଉଥିବା ବେଳେ airasia.comମାଧ୍ୟମରେ ଏବଂ ଏୟାରଏସିଆ ମୋବାଇଲ ଆପରେ ବୁକିଙ୍ଗ କରି ରିହାତିର ସୁବିଧା ନେଇପାରିବେ ।
ଅତିଥିମାନେ ଏୟାରଏସିଆ ସମ୍ପ୍ରତି ଉଡୁଥିବା ୨୦ଟି ଘରୋଇ ଗନ୍ତବ୍ୟସ୍ଥଳ ତଥା ଜୟପୁର, ଚଣ୍ଡୀଗଡ, ପୁନେ, ଗୌହାଟ୍ଟୀ, ଇମ୍ଫାଲ, ବାଗଦୋରା, ରାଞ୍ଚି, ଇନ୍ଦୋର, ନାଗପୁର, ଭୁବନେଶ୍ୱର, ସୁରଟ ଇତ୍ୟାଦି ମଧ୍ୟରୁ ଚୟନ କରିପାରିବେ । ଏୟାରଏସିଆ ବିଗ ସଦସ୍ୟମାନେ ସେମାନଙ୍କ ଏୟାରଏସିଆ ବିଗ ପଏଣ୍ଟ ବ୍ୟବହାର କରି ଏହି ଅଫରର ଲାଭ ଉଠାଇପାରିବେ । ଅତ୍ୟଧିକ ତଥ୍ୟ, କାର୍ଯ୍ୟକ୍ରମ ପାଇଁ  https://twitter.com/airasia ଟ୍ୱିଟରରେ ଏବଂ facebook.com/AirAsia  ଫେସବୁକରେ ଲଗଇନ କରିପାରିବେ ।


Share It

Comments are closed.