ଆଜି ଆଜମଙ୍କ ଭବିଷ୍ୟତକୁ ନେଇ ନିଆଯାଇପାରେ ବଡ ନିଷ୍ପତି


ବିଜେପି ସାଂସଦ ‘ରମା ଦେବୀ’ଙ୍କ ଉପରେ ଲଗାଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଉପରେ ଆଜି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ । ସୋମବାର ଲୋକସଭା ଅଧ୍ୟକ୍ଷ ‘ଓମ ବିର୍ଲା’ ଆଜି ଆଜମଙ୍କୁ କ୍ଷମା ମାଗିବା ପାଇଁ ଆଦେଶ ଦେଇ ପାରନ୍ତି । ଯଦି ଆଜି ଆଜମ ନିଜର ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ।
ସେଥିପାଇଁ ଆଜି ସମାଜବାଦୀ ପାର୍ଟି ପକ୍ଷରୁ ଏହି ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ ବୈଠକ ଡକା ଯାଇଛି, ଯେଉଁଥିରେ ବିଜେପି ସାଂସଦ ‘ରମା ଦେବୀ’ଙ୍କ ଉପରେ ଆଜାମ ଖାନଙ୍କ ଦ୍ୱାରା କରାଯାଇଥିବା ଅଭଦ୍ର ଟିପ୍ପଣୀ ମାମଲାକୁ ଶେଷ କରିବା ପାଇଁ ଚାପ ପକାଯାଇପାରେ ।
ଆଜମଙ୍କୁ ଦଣ୍ଡବିଧାନ ସ୍ୱରୂପ କ୍ଷମା ପ୍ରାର୍ଥନା ବଦଳରେ ତାଙ୍କୁ ୫ ବର୍ଷ ପାଇଁ ଲୋକସଭାରୁ ନିଲମ୍ବିତ କରାଯିବା ନିହାତି ଆବଶ୍ୟକ ବୋଲି ବିଜେପି ସାଂସଦ ‘ରମା ଦେବୀ’ କହିଛନ୍ତି । ବର୍ତ୍ତମାନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳିଶ ସିଂହ ଏବଂ ଆଜମ ଖାନଙ୍କ ସହ ଲୋକସଭା ସ୍ପିକର ଓମ ବିର୍ଲାଙ୍କ ମଧ୍ୟରେ ଏହି ସଂକ୍ରାନ୍ତକୁ ନେଇ ଆଲୋଚନା ଜାରୀ ରହିଛି । ଏହି ବୈଠକରେ ବିଜେପି ସାଂସଦ ରାମ ଦେବୀ ମଧ୍ୟ ସାମିଲ ରହିଛନ୍ତି ।
ପ୍ରକାଶ ଥାଉକି, ଆଜମ ଗତ ୨୫ ତାରିଖ ଦିନ ସାଂସଦ ରମା ଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପ୍ରୟୋଗ କରିଥିଲେ ।


Share It

Comments are closed.