ଖୁବ ଶୀଘ୍ର ଆୟରଲାଣ୍ଡ କ୍ରିକେଟ ଦଳର ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି ରାଇଡୁ


ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରିଛନ୍ତି । ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭାରତୀୟ ଦଳର ଆଗାମୀ ଗସ୍ତ ପାଇଁ ଦଳର ଘୋଷଣା କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ରାଇଡୁଙ୍କୁ ବିଶ୍ୱକପରେ ଚୟନ କରାନଯିବାର କାରଣ ସଂପର୍କରେ ତାଙ୍କୁ ପ୍ରଶ୍ନ କରିଥିଲେ ।
ତେବେ ପ୍ରସାଦ ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିବା ଏହି ପ୍ରଶ୍ନର ଉତ୍ତର ରଖି କହିôତଲେ ଯେ, ‘ରାଇଡୁଙ୍କ ଖରାପ ଫିଟନେସ ଯୋଗୁଁ ତାଙ୍କୁ ଦଳରେ ଚୟନ କରାଯାଇନଥିଲା । ’
ପ୍ରକାଶ ଥାଉକି, ରାଇଡୁଙ୍କୁ ଚଳିତ ବିଶ୍ୱକପରେ ଦଳର ରିଜର୍ଭ ଖେଳାଳୀ ରୂପେ ଚୟନ କରାଯାଇଥିଲା କିନ୍ତୁ ଓପର ଶିଖର ଧାୱାନ ଏବଂ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆଘାତ ଯୋଗୁଁ ଉଭୟ ଦଳରୁ ବାଦ ପଡିବା ପରେ ଚୟନକର୍ତ୍ତା ରାଇଡୁଙ୍କ ବଦଳରେ ରିଷଭ ପନ୍ତ ଏବଂ ମୟଙ୍କ ଅଗ୍ରୱାଲାଙ୍କୁ ଦଳରେ ସାମିଲ କରାଇଥିଲେ । ଚୟନକର୍ତ୍ତା ଏବଂ ଦଳର ଏହି ନିଷ୍ପତି ଉପରେ ରାଇଡୁ ନିଜର ଅସନ୍ତୋଷ ପ୍ରକାଶ କରି ସବୁଦିନ ପାଇଁ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଛନ୍ତି ।
କ୍ରିକେଟରୁ ସନ୍ୟାସ ପରେ ରାଇଡୁ ବର୍ତ୍ତମାନ ଆୟରଲାଣ୍ଡର ନାଗରିକତା ହାସଲ କରି ସେଠାରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଦେଲେଣି । ସେ ଏକ ଘରୋଇ ମ୍ୟାଚରେ ସୁନ୍ଦର ଶତକ (୫୮ଟି ବଲରେ ୧୦୦) ହାସଲ କରି ଭାରତୀୟ ଦଳର ଚୟନକର୍ତ୍ତା ଏବଂ ତାଙ୍କ ଆଲୋଚକଙ୍କୁ ମୁତୋଡ ଯବାବ ଦେଇଛନ୍ତି ।
କେବଳ ଏତିକି ନୁହେଁ ଆୟରଲାଣ୍ଡ, ରାଇଡୁଙ୍କୁ ତାଙ୍କ ଜାତୀୟ କ୍ରିକେଟ ଦଳର ଅଧିନାୟକତ୍ୱ ପ୍ରଦାନ କରିବାର ଅଫର ଦେଇଛନ୍ତି । ରାଇଡୁ ଖୁବ ଶୀଘ୍ର ଆୟରଲାଣ୍ଡ କ୍ରିକେଟ ଦଳର ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି ବୋଲି ଖେଳ ବିଶେଷଜ୍ଞମାନେ ମତ ଦେଇଛନ୍ତି ।


Share It

Comments are closed.