ଟିକଟକ୍ ଭିଡିଓ କରି ନିଲମ୍ବିତ ହେଲେ ଦୁଇ ଡାକ୍ତର, ଭିଡିଓ ଭାଇରାଲ


ଭାରତର ଲୋକମାନେ ସର୍ଟ ଭିଡିଓ ଆପ ଟିକ୍ଟକ୍ ପଛରେ ଏକପ୍ରକାର ପାଗଳ ହୋଇଗଲେଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପ୍ରତ୍ୟେକଦିନ ଟିକ୍ଟକ୍ ଚକ୍କରରେ ଲୋକଙ୍କ ଚାକିରୀ ଯିବା ସତ୍ତେ୍ୱ ମଧ୍ୟ ସେମାନେ ଟିକ୍ଟକ୍ ଭିଡିଓ କରିବା ଛାଡ଼ିପାରୁନାହାନ୍ତି ।
ଏହି କିଛିି ଦିନ ପୂର୍ବେ ଥାନାରେ ଟିକ୍ଟକ୍ ଭିଡିଓ କରିବା ଆରୋପରେ ଜଣେ ମହିଳା ପୋଲିସକର୍ମୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ,ଏବେ ହାଇଦ୍ରବାଦର ଗାନ୍ଧୀ ସରକାରୀ ମେଡିକାଲର ଦୁଇଜଣ ଜୁନିୟର ଡାକ୍ତରଙ୍କୁ ବହିଷ୍କାର କରିଦିଆଯାଇଛି ।

ରିପୋର୍ଟ ଅନୂଯାୟୀ ଏହି ଦୁଇଜଣ ଇଣ୍ଟର୍ଣ୍ଣ ଗାନ୍ଧୀ ହସ୍ପିଟାଲରେ ଫିଜିଓଥେରାପିର ପ୍ରଶିକ୍ଷଣ ନେଉଥିଲେ । ପ୍ରଶିକ୍ଷଣ ସମୟରେ ହିଁ ସେଦୁଇଜଣ ହସ୍ପିଟାଲ ଭିତରେ ଟିକ୍ଟକ୍ ଭିଡିଓ କରୁଥିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ହସ୍ପିଟାଲ୍ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ପ୍ରକାଶ ପରେ ବିଦ୍ୟାର୍ଥୀ ଦୁହିଁଙ୍କୁ ସେମାନଙ୍କ କଲେଜକୁ ସ୍ଥାନାନ୍ତର କରିଦିଆଯାଇଛି । ବହିଷ୍କୃତ ହୋଇଥିବା ଇଣ୍ଟର୍ଣ୍ଣ ରେ ଛାତ୍ରଙ୍କ ନାମ ଶ୍ୟାମ ମିଲ୍ଟନ ଏବଂ ଛାତ୍ରୀଙ୍କ ନାମ ବୀଣା କୁମାରୀ ଅଟେ ।
ମିଡିଆ ରିପୋର୍ଟ ଅନୁଯାୟୀ ଗାନ୍ଧୀ ହସ୍ପିଟାଲ ରେ ଏହି ଦୁଇଜଣ ରୋଗୀଙ୍କ ଅନୁପସ୍ଥିତିରେ ମୋଟ ୪ଟି ଭିଡିଓ କରିଥିଲେ । ଏହି ସମୟରେ ହସ୍ପିଟାଳର ପରିଚାଳକ ମଧ୍ୟ ଅନୁପସ୍ଥିତ ଥିଲେ । ଏମିତିରେ ଏହି ହସ୍ପିଟାଲରେ ମେଡିକାଲ ଛାତ୍ରମାନଙ୍କର ଟ୍ରେନିଭ୍ଗ ୬ ମାସ ହୋଇଥାଏ କିନ୍ତୁ ଟିକଟକ ଭିଡିଓ କରିବା ଆରୋପରେ ଏହି ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ୩ ମାସ ଭିତରେ ହିଁ ଫେରସ୍ତ କରିଦିଆଗଲା ।


Share It

Comments are closed.