ଆଜିର ହାଇଭୋଲଟେଜ ମ୍ୟାଚରେ ଭାରତ କରିପାରେ ବୃହତ ପରିବର୍ତ୍ତନ


ଆଜି ସୁପର-୪ରେ ଟିମ ଇଣ୍ଡିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନ୍ତିମ ମ୍ୟାଚ ଖେଳାଯିବାକୁ ଅଛି । ଏସିଆ କପରେ ଭାରତ ପୂର୍ବରୁ ପାକିସ୍ତାନକୁ ୯ଟି ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ସାରିଛି । ଏହାକୁ ମିଶାଇ ଭାରତ ୧୦ମ ଥର ପାଇଁ ଏସିଆ କପ ଫାଇନାଲରେ ପ୍ରବେଶ କରିଛି । ତେବେ ଆଜି ଭାରତ ଏବଂ ଆଫଗାନିସ୍ଥାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବାକୁ ଥିବାବେଳେ ତେବେ ଭାରତ ଆଫଗାନିସ୍ଥାନକୁ ହରାଇବା ପାଇଁ ନିଶ୍ଚୟ ଚେଷ୍ଟା କରିବ ।
ତେବେ ଆସନ୍ତୁ ଜାଣିବା କେଉଁ ୧୧ ଜଣ ଖେଳାଳୀଙ୍କୁ ନେଇ ଆଜି ଭାରତ ଆଫଗାନିସ୍ଥାନକୁ ମାତ ଦେବା ପାଇଁ ଏହି ମ୍ୟାଚରେ ପଡିଆକୁ ଓହ୍ଲାଇବ । ଆଜି ଆଫଗାନିସ୍ଥାନ ବିପକ୍ଷରେ ଖେଳାଯିବାକୁ ଥିବା ସୁପର-୪ର ହାଇଭୋଲଟେଜ ମ୍ୟାଚରେ ଭାରତ ତା’ର ପ୍ଲେଇଙ୍ଗ ୧୧ରେ ବୃହତ ପରିବର୍ତ୍ତନ କରିପାରେ । ଏହା ଲାଗୁଛି ଯେ, ଏହି ମ୍ୟାଚରେ ଭାରତୀୟ ବାମ ହାତୀ ବିସ୍ପୋରକ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କୁ ବିଶ୍ରାମ ପ୍ରଦାନ କରାଯାଇ କେ.ଏଲ ରାହୁଲଙ୍କୁ ଓପନର ବ୍ୟାଟ୍ସମ୍ୟାନ ରୂପେ ଖେଳାଯିବାର ଅନେକ ସମ୍ଭାବନା ରହିଛି ।
ଯଦି ଏହା ହୁଏ ତେବେ, ଏସିଆ କପ ୨୦୧୮ରେ କେ.ଏଲ ରାହୁଲ ତାଙ୍କର ପ୍ରଥମ ମ୍ୟାଚ ଖେଳିବେ । ଧାୱନ ଚଳିତ ଏସିଆ କପରେ ୪ଟି ମ୍ୟାଚ ଖେଳୀ ୨ଟି ଶକତ ମାରି ୩୨୭ ରନ ହାସଲ କରିଛନ୍ତି । ତେବେ ଏହି ଭଳି ଭାବରେ କେ.ଏଲ ରାହୁଲଙ୍କ ଏଣ୍ଟ୍ରି ଏସିଆ କପରେ ହୋଇପାରେ ।
ମିଡିଲ ଅର୍ଡରରେ ରାଇଡୁଙ୍କୁ ଖେଳାଇବା ନିଶ୍ଚିତ ହୋଇଥିବାବେଳେ ସେ ହଂକଂ ବିପକ୍ଷରେ ଏକ ଅର୍ଦ୍ଧ ଶତକ ଏକ ପାକିସ୍ତାନ ବିପକ୍ଷରେ ୩୧ ରନ ହାସଲ କରିଥିଲେ । ସେପେଟେ ଆଜିର ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ବିଶ୍ରାମ ପ୍ରଦାନ କରାଯାଇ ମନୀଷ ପାଣ୍ଡେଙ୍କୁ ଖେଳାଇବାର ଅନେକ ସମ୍ଭାବନା ରହିଛି ।
ଅଲରାଉଣ୍ଡର ହିସାବରେ କେଦାର ଯାଦବ ଏବଂ ରବିନ୍ଦ୍ର ଯାଡେଜାଙ୍କୁ ଖେଳାଇବା ନିଶ୍ଚିତ ରହିଥିବାବେଳେ ଯାଡେଜା ପ୍ରାୟ ୧୪ ମାସ ପରେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯାଡେଜା ହଂକଂ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିବାବେଳେ ପାକିସ୍ତାନ ବିପକ୍ଷରେ ୩ଟି ୱିକେଟ ହାସଲ କରି ଦଳକୁ ବିଜୟ ଦ୍ୱାର ଦେଖାଇଥିଲେ ।
ସେପଟେ କେଦାର ରବିବାର ଦିନ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କୌଣସି ୱିକେଟ ହାସଲ କରିପାରିନଥିବାବେଳେ ୩ ଓଭର ବୋଲିଂ କରି ୨୦ ରନ ଦେଇଥିବାବେଳେ ଦଳର କିପିଙ୍ଗ ଭାର ଏମ.ଏସ ଧୋନି ସମ୍ଭାଳିବେ ବୋଲି ନିଶ୍ଚିନ୍ତ ହୋଇ ସାରିଛି ।
ବୋଲିଂକୁ ନେଇ ମଧ୍ୟ ଟିମ ଇଣ୍ଡିଆ ବଡ ପରିବର୍ତ୍ତନ କରିପାରେ । ଏହି ମ୍ୟାଚରେ ଟିିମ ଇଣ୍ଡିଆ ଦୁଇଟି ସ୍ପିନର ଏବଂ ଦୁଇଟି ପେସ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇ ପାରେ । ବୋଲିଂରେ ୟୁଜବିନ୍ଦ୍ର ଚହଲ ଏବଂ କଲଦୀପ ଯାଦବଙ୍କୁ ଖେଳାଇବାର ସମ୍ଭାବନା ରହିଥିବାବେଳେ ପେସ ବୋଲିଂରେ ଏକ ନୂଆ ମୁହଁ ଦେଖିବାକୁ ମିଳିପାରେ ।


Share It

Comments are closed.